Spread the love

ପାଲଲହଡା ମହୋତ୍ସବ ଉଦଘାଟନୀ ସନ୍ଧ୍ୟା।
ରଙ୍ଗାରଙ୍ଗ ନାଚଗୀତ ରେ ଦୁଲୁକିଲା ମଞ୍ଚ।

ପାଳଲହଡା (ନି.ପ୍ର): ଦର୍ଶନ ସମୀକ୍ଷା

ପାଳଲହଡା କ୍ରିଡାଙ୍ଗନ ରେ ଶନିବାର “ପାଳଲହଡା ମହୋତ୍ସବ” ମହା ସମାରୋହରେ ଆରମ୍ଭ ହୋଇଯାଇଛି।ଉଦଘାଟନୀ ସନ୍ଧ୍ୟାରେ ନାଚ ଗୀତରେ ଦୁଲୁକି ଯାଇଛି କଳା ସଂସ୍କୃତି ର ରଙ୍ଗୀନ ମୁକ୍ତାକାଶ ମଞ୍ଚ। ପାଳଲହଡା ଉପଜିଲ୍ଲାପାଳ ତଥା ମହୋତ୍ସବ କମିଟିର ଆବାହକ ରବୀନ୍ଦ୍ର କୁମାର ପଟେଲ ଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ, ମୁଖ୍ୟ ବକ୍ତା ଭାବେ ଜଙ୍ଗଲ,ପରିବେଶ ଓ ନିଯୁକ୍ତି ବିଭାଗ ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ, ସମ୍ମାନୀତ ଅତିଥି ଭାବେ ପରଜଙ୍ଗ ବିଧାୟକ ବିଭୂତିଭୁଷଣ ପ୍ରଧାନ,କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ଦେବଗଡ଼ ଡିଏଫ୍ଓ ରଶ୍ମି ଝି,
ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଅନୁଗୋଳ ଉପଜିଲ୍ଲାପାଳ ମାୟାଧର ବେହେରା, ଆଠମଲ୍ଲିକ ଉପିଲ୍ଲାପାଳ ଉପେନ୍ଦ୍ର କୁମାର ଲୁହା ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।। କ୍ରୀଡା ଓ କଳା କ୍ଷେତ୍ରରେ ପାଳଲହଡା ବହୁତ ଆଗରେ ରହିଛି।।ମହୋତ୍ସବ କେବଳ ସଙ୍ଗୀତ ନୁହେଁ ଏହା ଏକ ମୂର୍ଚ୍ଚନା।
କଳା ସହିତ ଆମ ମାଲ୍ୟଗିରି, ମା କୁଣ୍ଢେଇବିରା, ଦ୍ଵିତୀୟ ଚିଲିକା ,ବାବା ଗିରିଶ୍ୱର୍ ପୀଠ ଆଦି ସବୁ ପୀଠ ଓ ସାଂସ୍କୃତିକ ସ୍ଥଳୀ ଆମ ପାଲଲହଡ଼ା ଅଞ୍ଚଳର ପରିଚୟ। ପାଳଲହଡା କୁ ବିକାଶ ର ଶୀର୍ଷରେ ପହଂଚାଇବା ପାଇଁ ସମସ୍ତେ ମିଶି କାମ କରିବା ଦରକାର ବୋଲି ମହୋତ୍ସବ ର ଅଧ୍ୟକ୍ଷ ତଥା ବିଧାୟକ ଅଶୋକ ମହାନ୍ତି ପ୍ରକାଶ କରିଥିଲେ. ମୁଖ୍ୟ ଅତିଥି
ପାଳଲହଡ଼ା ମହୋତ୍ସବ ର ଭୂୟସୀ ପ୍ରଶଂସା କରିବା ସହ
ପାଳଲହଡାର ଉନ୍ନତି ପାଇଁ ବହୁତ ଯୋଜନା କରାଯାଉଛି ବୋଲି କହିଥିଲେ। ଏହି ଅବସରରେ ପାଳଲହଡା ଡ଼ିମିରିଆ ଗ୍ରାମର ଯୁବ କବି ତଥା ଲେଖକ ହୋତାଶ କୁମାର ସାହୁଙ୍କ ଦ୍ୱାରା ଲିଖିତ ” ଗିରିଛାଇ ତଳେ ଗିରିଶ୍ଵର୍ ” ପୁସ୍ତକ ଉନ୍ମୋଚିତ କରାଯାଇଥିଲା. ସୁନାମ ଧନ୍ୟ ସମ୍ବଲପୁରୀ ଗାୟକ ରୁକୁସୁନା ଏବଂ ତାଙ୍କ ଦଳ ଙ୍କ ମେଲୋଡି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।ମହୋତ୍ସବ ତିନି ଦିନ ଧରି ଚାଲିବାକୁ ଥିବାବେଳେ ପ୍ରଥମ ସନ୍ଧ୍ୟାରେ ଦଶ ହଜାର ରୁ ଉର୍ଦ୍ବ ଲୋକ ଙ୍କ ସମାଗମ ହୋଇ ଥିଲା. ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇ ଥିଲା. ମଣ୍ଡଳ ସଭାପତି ଆଶିଷ ସାମଲ ଙ୍କ ସମେତ ମୁଖ୍ୟ କମିଟି, ୧୨ ଟି ଉପକମିଟି ର ସଦସ୍ୟ, କାର୍ଯ୍ୟକର୍ତା , ଶୁଭେଚ୍ଛୁ, ସ୍ୱେଚ୍ଛାସେବୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *