ହୋପ ଫାଉଣ୍ଡେସନ ପକ୍ଷରୁ ଓ୍ବଣ୍ଡର ଫାଷ୍ଟ ଆଓ୍ବାର୍ଡ ୨୦୨୬ ପ୍ରଦାନ
ଫୁଲନଖରା, ୨୮/୩(ଦର୍ଶନ ସମୀକ୍ଷା) : ଅନନ୍ତପୁର ସ୍ଥିତ ଶ୍ରୀସାଇ ପବ୍ଲିକ ସ୍କୁଲରେ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ହୋପ ଫାଉଣ୍ଡେସନ ପକ୍ଷରୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବି ତଥା କଟକ ବାର ଆସୋସିଏସନର ପୂର୍ବତନ ସମ୍ପାଦକ ଦିଲ୍ଲୀପ କୁମାର ମହାରଣା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଆଦିତ୍ୟ ଛୋଟରାୟ ଏବଂ ସାଇ ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ଜିତେନ୍ଦ୍ର କୁମାର ସାସମଲ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଅଶୀର୍ବଚନ ପ୍ରଦାନ କରିଥିଲେ । ଅନୁଷ୍ଠାନ ପକ୍ଷରୁ ଇଣ୍ଟର ସ୍କୁଲ ସ୍ତରୀୟ ଓ୍ବଣ୍ଡର ଫାଷ୍ଟ ଆଓ୍ବାର୍ଡ ୨୦୨୬ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତାରେ ମୋଟ ୨୫ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ସୋଇଥିଲେ । ଅତିଥି ମାନେ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ I ଏହି କାର୍ଯ୍ୟକ୍ରମକୁ ପ୍ରିନସିପାଲ ସୁଚିସ୍ମିତା ସାସମଲ ନିର୍ଦ୍ଦେଶନାରେ ଭାରପ୍ରପ୍ତ ଶିକ୍ଷୟିତ୍ରୀ ସୋନିତା ରଣା ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ଲୋପିତା ବେହେରା, ବନ୍ଦିତା ପ୍ରଧାନ, ଦିବ୍ୟାଶା ଦାସ, ସ୍ମୃତିରେଖା ପ୍ରଧାନ, ମୌସୁମୀ ସାସମଲ, ରିତୁପର୍ଣ୍ଣା ପାତ୍ର, ଗୀତାଞ୍ଜଳୀ ମହାନ୍ତି, ଶୁଭଶ୍ରୀ ପରିଡ଼ା, ଭାଗ୍ୟଶ୍ରୀ ମହାପାତ୍ର, ଦେବଦର୍ଶନୀ ରାଉତରାୟ ଓ ନୂତନ ବାରିକ ପ୍ରମୁଖ ସହଯୋଗ କରିଥିଲେ I












Leave a Reply