“ସାହିତ୍ୟ ମାସିକୀ “କାର୍ଯ୍ୟକ୍ରମ
“ଅସାଧାରଣ ଉପଲବ୍ଧି ହିଁ ଭଲ ଗପର ଉତ୍ସ “
ଭୁବନେଶ୍ୱର 28.03
ସୃଷ୍ଟି ଗଳ୍ପମୟ | ଗୋଟିଏ ଅସାଧାରଣ ଉପଲବ୍ଧିରୁ ଗପ ଉତୁରି ଆସେ | ଚାରିପାଖର ଦୃଶ୍ୟ, କୋଳାହଳ ଓ ଚରିତ୍ରରୁ ଗପର ଉପାଦାନ ସଂଗ୍ରହ କରନ୍ତି ବୋଲି କଥାଶିଳ୍ପୀ ଡ. ଅଭୟ ବାରିକ ଉଲ୍ଲେଖ କରିଛନ୍ତି |
ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ “ସାହିତ୍ୟ ମାସିକୀ “ରେ ଯୋଗ ଦେଇ “ମୋ ସୃଜନ, ମୋ ଜୀବନ ” ଶୀର୍ଷକ ବକ୍ତବ୍ୟ ରଖି ଡ଼. ବାରିକ ତାଙ୍କ ଗଳ୍ପ ଲିଖନର ପୃଷ୍ଠଭୂମି ଓ କଥା ଯାତ୍ରା, ସ୍ମରଣୀୟ ଅତୀତ ଉପରେ ଆଲୋକପାତ କରିଥିଲେ |
ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ଡ଼. ବାରିକ ପ୍ରଶ୍ନର ଉତ୍ତର ଦେଇଥିଲେ | ନିଶାକର ପଣ୍ଡା, ପ୍ରଦୀପ୍ତ ବାରିକ,ନନ୍ଦ କିଶୋର ବିଶ୍ୱାଳ, ପ୍ରିୟରଞ୍ଜନ ସାହୁ,ନାଟ୍ୟକାର ଫକୀର ସିଂହ,ବାସନ୍ତୀ ତ୍ରିପାଠୀ ଓ ଆଭାସ ବରାଳ
ପ୍ରମୁଖ ବିଭିନ୍ନ ପ୍ରଶ୍ନ ପଚାରିଥିଲେ |
କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକ ଆରମ୍ଭରେ ସ୍ୱାଗତ ସୂଚନା ଓ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲା ବେଳେ ଡା. ଜୀବନକୃଷ୍ଣ ମିଶ୍ର ବେଦ ପାଠ କରିଥିଲେ |”ଏ ମାସର କବି ” ଭାବରେ ଉପସ୍ଥିତ ରହି ଅଂଶୁମାନ ସାହୁ ସ୍ୱରଚିତ କବିତା ପାଠ କରିଥିଲେ |
ପରେ ଅନୁଷ୍ଠିତ କବିତା ପାଠୋ- ତ୍ସବରେ ମଧୁମିତା ମିଶ୍ର ଓ ଶ୍ୟାମା- କିଙ୍କର ମହାନ୍ତିଙ୍କ ମିଳିତ ସଂଯୋଜନାରେ ବିଜୟ ମହାପାତ୍ର, ଅଲେଖ ରାଉତ, ବୀଣାପାଣି ମିଶ୍ର, ଶୈଳେନ୍ଦ୍ର ଜେନା, ପ୍ରମୋଦ ପ୍ରଧାନ, ଇତିଶ୍ରୀ ପତି, ଜ୍ଞାନରଞ୍ଜନ ନନ୍ଦ,ହିମାଂଶୁ ପଟ୍ଟନାୟକ, ପ୍ରକାଶ ସେଠୀ, ସୁବ୍ରତ ସେନାପତି, ଗୀତାଞ୍ଜଳି ଦଳାଇ,ଅଶୋକ ସିଂହ,ପ୍ରଦ୍ୟୁମ୍ନ ପଟ୍ଟନାୟକ,ଅଳକା ରାୟ,ଲଷ୍ମୀଧର ଦାଶ, ମିହିରକାନ୍ତି ଦାଶ,ସୁଧା ପଟ୍ଟନାୟକ,ସବିତା ଶତପଥୀ,ନିରୁପମା ରାୟ,ଗୁରୁକଲ୍ୟାଣ ଦାସ, ସୁରେଶ କୁମାର ମାଝୀ, ବିରଞ୍ଚି ଶତପଥୀ ଓ ସୁଷମା ଦାସ ପ୍ରମୁଖ ଲେଖା ପାଠ କରିଥିଲେ | ଶେଷରେ ଉପସଭାପତି ବିଭୁତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ |
ରକ୍ଷକ ନାୟକ
କାର୍ଯ୍ୟକାରୀ ସଭାପତି
ଭୂ. ସା. ସ. ଟ୍ରଷ୍ଟ












Leave a Reply