Spread the love

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିଶମ ମକ୍ ଡ୍ରିଲ୍ ଅନୁଷ୍ଠିତ

ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ କର୍ମଚାରୀଙ୍କୁ ପ୍ରଶିକ୍ଷଣ

ମାଲକାନଗିରି: ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ଅଗ୍ନିଶମ ନିରାପତ୍ତା ସଚେତନତା ଓ ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଅଗ୍ନିକାଣ୍ଡ ଭଳି ଜରୁରୀକାଳୀନ ପରିସ୍ଥିତିର ସଫଳ ମୁକାବିଲା କରିବା ଏବଂ ରୋଗୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଡି ଏମ ଓ ଇନଚାର୍ଜ ଡାକ୍ତର ସପନ କୁମାର ଦିଣ୍ଡା, ନର୍ସିଂ ସୁପରିଟେଣ୍ଡେଣ୍ଟ ସଞ୍ଜୁଲତା ସେଠୀ ଏବଂ ହସ୍ପିଟାଲ ମ୍ୟାନେଜର ବିଶ୍ୱଜିତ୍ ପୃଷ୍ଟି ଉପସ୍ଥିତ ରହି କର୍ମଚାରୀମାନଙ୍କୁ ଉତ୍ସାହିତ କରିଥିଲେ। ଫାୟାର ସୁପରଭାଇଜରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଅଭ୍ୟାସରେ ଅଗ୍ନିଶମ ଯନ୍ତ୍ରପାତିର ସଠିକ୍ ବ୍ୟବହାର ଏବଂ ସଙ୍କଟ ସମୟରେ ରୋଗୀମାନଙ୍କୁ କିଭଳି ନିରାପଦରେ ସ୍ଥାନାନ୍ତର କରାଯିବ, ସେ ନେଇ ପ୍ରାୟୋଗିକ ପ୍ରଶିକ୍ଷଣ ଦିଆଯାଇଥିଲା।
ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ନର୍ସିଂ ଅଫିସର ଇନଚାର୍ଜ, ଆଇସିୟୁ କର୍ମଚାରୀ, ଅକ୍ସିଜେନ୍ ପ୍ଲାଣ୍ଟ ଅପରେଟର, ସୁରକ୍ଷା କର୍ମୀ, ସଫେଇ କର୍ମଚାରୀ ଏବଂ ରୋଷେଇ ଶାଳ କର୍ମଚାରୀ ପ୍ରମୁଖ ସାମିଲ ହୋଇଥିଲେ। ହସ୍ପିଟାଲ ପରି ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ କର୍ମଚାରୀଙ୍କୁ ଦକ୍ଷ କରିବା ଦିଗରେ ଏହି ମକ୍ ଡ୍ରିଲ୍ ବେଶ୍ ସହାୟକ ହେବ ବୋଲି ଡାକ୍ତର ଦିଣ୍ଡା ମତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *