Spread the love

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଶ୍ରୀଶ୍ରୀ ବଳଦେବଜୀଉ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତା ମାନେ ଦୀର୍ଘ ଦୁଇବର୍ଷରେ ସାମାଜିକ କାର୍ଯ୍ୟକ୍ରମ କରି ଏହି ଅଞ୍ଚଳରେ ମୁଖ୍ୟ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି
କେନ୍ଦ୍ରାପଡ଼ା :ରତ୍ନାକର ପରିଡା (ଦର୍ଶନ ସମୀକ୍ଷା)
ପବିତ୍ର ଶ୍ରୀରାମନବମୀ ଉପଲକ୍ଷେ ଓଡିଶା ପ୍ରସିଦ୍ଧ ଶ୍ରୀ ରଘୁନାଥ ଜୀଉ ଅସୁରେଶ୍ୱର ମନ୍ଦିରକୁ ହଜାର ହଜାର ଭକ୍ତଙ୍କସମାଗମ ହୋଇଥାଏ କଟକ ଚାନ୍ଦବାଲି ରାସ୍ତାର ଚାନ୍ଦୋଳ ବଜାର ଫାଣ୍ଡିଛକ ନିକଟରେ ଶ୍ରୀ ଶ୍ରୀ ବଳଦେବଜୀଉ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତା ମାନେ ବିରାଟ ବଡ ଷ୍ଟଲ କରି ଏହି ଅଞ୍ଚଳର ବରିଷ୍ଟ ନାଗରିକ,ଶିକ୍ଷାବିତ, ସମାଜସେବୀ, ପ୍ରଶାସନିକ ଅଧିକାରୀ,

ସାମ୍ବାଦିକ ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନକରି ସମ୍ଭଧିତ କରିବା ସହିତ ଦୁଇ ହଜାର ରୁ ତିନି ହଜାର ଭକ୍ତମାନଙ୍କ ପାଇଁ ଥଣ୍ଡା ପାନୀୟ ଜଳ ସୁ ବ୍ୟବସ୍ଥା କରିବା ସହିତ ପ୍ରବଳ ଗ୍ରୀଷ୍ମପ୍ରଭାହ କୁ ଦୃଷ୍ଟିରେ ରଖି ପାଣି ସ୍ପେ ବ୍ୟବସ୍ଥା କରାଯାଇ ଥିଲା ଟ୍ରଷ୍ଟର କର୍ମକର୍ତ୍ତା ମାନେ ସଜାଗ ପ୍ରହରି ପରି ଏହି ଅଞ୍ଚଳରେ ଘର ପୋଡି, ଅସହାୟ ଲୋକ, ଓ ରାସ୍ତାରେ ଯାଉଥିବା ପଥଚାରି ଦୃଘଟଣା ହେଉ ଯେ କୌଣସି ଅସୁବିଧାର ସମ୍ମୁଖୀନ ହେଉ ତତ କ୍ଷଣାତ ପହଂଚି ସହଯୋଗର ହାତ ବଢ଼ାଇ ଥାନ୍ତି ଟ୍ରଷ୍ଟର କର୍ମକର୍ତ୍ତା ମାନେ କହିବା କଥା ମାନବ ସେବା ହିଁ ମାଧବ ସେବା

Leave a Reply

Your email address will not be published. Required fields are marked *