Spread the love

ହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜନ……

ରାଉରକେଲା: (ଦର୍ଶନ ସମୀକ୍ଷା)

ଆଜି ହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ସେକ୍ଟର–୭ ସ୍ଥିତ ବୀର ସୁରେନ୍ଦ୍ର ସାଏ ପଲ୍ଲୀ ବସ୍ତିରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଓ ଚକ୍ଷୁ ପରୀକ୍ଷା ଶିବିର ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି ଶିବିରରେ ହାଇଟେକ୍ ମେଡିକାଲ୍ କଲେଜ ର ଡାକ୍ତର ଅନନ୍ତ ଗୋଏଲ, ଡାକ୍ତର ଅମରଜିତ୍ ସାର୍ଥକ ସାହୁ, ଡାକ୍ତର ରୋଶନ ସାହୁ, ଡାକ୍ତର ଅମ୍ରିତାଂଶୁ ପଢିଆରୀ ପ୍ରମୁଖ ଯୋଗଦେଇ ବସ୍ତିବାସିନ୍ଦାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ପ୍ରାୟ ଦେଢ଼ଶହ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଏହାର ସୁବିଧା ନେଇଥିବା ବେଳେ ପ୍ରାୟ ୩୫ ବ୍ୟକ୍ତିଙ୍କୁ ଅଧିକ ଚିକିତ୍ସା ପାଇଁ ହାଇଟେକ୍ ମେଡିକାଲ୍ କୁ ରେଫର କରାଯାଇଥିଲା।

ସେହିପରି ପ୍ରାୟ ୧୦୦ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ନିଃଶୁଳ୍କ ଚଷମା ବଣ୍ଟନ କରାଯାଇଥିଲା। ସେଥିମଧ୍ୟରୁ ପ୍ରାୟ ୧୫ ଜଣଙ୍କ ମୋତିଆବିନ୍ଦୁ ପରୀକ୍ଷା ପାଇଁ ହାଇଟେକ୍ ମେଡିକାଲ୍ କୁ ପଠାଯାଇଥିଲା। ଏହି ଅବସରରେ ସହଯୋଗ କରିଥିବା ସମସ୍ତ ଡାକ୍ତରଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶର୍ମିଲା ଦୀପ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ଅଧ୍ୟକ୍ଷା ଦୀପ୍ତି ସୁନ୍ଦରାୟଙ୍କ ସହିତ ଲିନା ତ୍ରିପାଠୀ, ଗ୍ରେସି ଡେଭିଡ, ବିଜୟ ସୁନ୍ଦରାୟ, ଶୁଭଶ୍ରୀ ସ୍ୱାଇଁ, ପ୍ରିୟଙ୍କା ପାଣି, ଶାନ୍ତିଲତା ବେହେରା, ଅନିଲ ଆଚାର୍ଯ୍ୟ,ଅନୁପମା ଆଚାର୍ଯ୍ୟ, ଜ୍ୟୋତିମୟ ଆଚାର୍ଯ୍ୟ, ଶଶିଲତା ହୋତା , ଅମ୍ରିତ୍ କୌର ଓ କେ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ହୁମାନିଟି ଫାଉଣ୍ଡେସନ ଆଗାମୀ ଦିନରେ ଆହୁରି ଏପରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଶିବିର ଆୟୋଜନ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଅଧ୍ୟକ୍ଷା ଶ୍ରୀମତୀ ସୁନ୍ଦରାୟ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *