Spread the love

ସମୀର ଦେ ମେମୋରିଆଲ ଟ୍ରଷ୍ଟ ତରଫରୁ ଜଳଛତ୍ର ଉଦଘାଟନ
କଟକ : (ଦର୍ଶନ ସମୀକ୍ଷା )

C.D.A ସେକ୍ଟର 6 ସ୍ଥିତ ସମୀର ଦେ ଙ୍କ ବାସଭବନ ସମ୍ମୁଖରେ ବିଗତ ବର୍ଷ ଭଲି ଜଳଛତ୍ର ରେ ବ୍ୟବସ୍ଥା କରାଯାଇଛି | ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ବାଟୋଇ ମାନଙ୍କ ପାଇଁ ଦହି ପାଣିର ବ୍ୟବସ୍ଥା ହୋଇଛି |ଏହି ବ୍ୟବସ୍ଥା ଦୁଇ ମାସ ପର୍ଯ୍ୟନ୍ତ ଚାଲିବ | ଏହି ଟ୍ରଷ୍ଟୀ ତରଫରୁ ବହୁ ସାମାଜିକ କାର୍ଯ୍ୟକ୍ରମ କରାଯାଉଅଛି | ଯାଥା ନବମ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ସ୍କଲାରସିପ୍ ପ୍ରଦାନ କରାଯିବା ସହ ଟ୍ରଷ୍ଟ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯାଉଅଛି |

Oplus_131072

ଏହି ଜଳଛତ୍ର ଉଦଘାଟନରେ ସମୀର ଦେଙ୍କର ପତ୍ନୀ ଦୀପିକା ଦତ୍ତ ରାୟ ମ୍ଯାନେଜିଂ ଟ୍ରଷ୍ଟୀ ଦୁର୍ଯ୍ଯୋଧନ ଲେଙ୍କା,ଡ. ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ବରିଷ୍ଟ ଆଇନଜୀବି ସୌରଚନ୍ଦ୍ର ମହାପାତ୍ର,ସ୍ମୃତି ପଟ୍ଟନାୟକ,ଜ୍ୟୋତିପ୍ରକାଶ ଘୋଷ,ଦେବାଶିଷ ରାୟ,ରଜନୀକାନ୍ତ ଦାସ,ସତ୍ୟବ୍ରତ ମହାନ୍ତି,ପ୍ରବିଣା ମହାପାତ୍ର,ସଂଯୁକ୍ତା ମିଶ୍ର,ମନୋରଞ୍ଜନ ସାହୁ,ଅମ୍ବିକା ଦାସ, ପ୍ରମୁଖ ଉପସ୍ଥିତ ରହି ଆଜି ଜଳଛତ୍ର ବଣ୍ଟନ କରିଥିଲେ|

Leave a Reply

Your email address will not be published. Required fields are marked *