ଗଜପତି ଖବର// ରାଜ୍ୟ ବାହାରକୁ ଚୋରାଚାଲାଣ ପାଇଁ ଗଛିତ ଥିବା 2 କୋଟି ଟଙ୍କାର ଗଞ୍ଜେଇ ଜବତ ଓ ଗଜପତିରେ ସାଙ୍ଘାତିକ ବଜ୍ରାଘାତ, 12 ଗୁରୁତର

Spread the love

ଗଜପତିରେ ବଜ୍ରାଘାତ, 12 ଗୁରୁତର ପାରଳାଖେମୁଣ୍ଡି, 27/3(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ପେକଟ ଗ୍ରାମରେ ବଜ୍ରାଘାତରେ 12 ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି. ସେମାନଙ୍କୁ ରାୟଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଘଟଣାରୁ ପ୍ରକାଶ, ପେକଟ ଗ୍ରାମବାସୀ ଦିନ ତମାମ ବଗଡ଼ କାମ ସାରି ସନ୍ଧ୍ୟା ସମୟରେ ଫେରି ନିଜ ଘରେ ଥିବାବେଳେ ହଠାତ ବର୍ଷା ସହ ବଜ୍ରାଘାତ ହୋଇଥିଲା ।

Oplus_131072

ଠିକ୍ ଗାଁ ମଝିରେ ଥିବା ନଡ଼ିଆ ଗଛକୁ ବଜ୍ରାଘାତ ମାଡ଼ ହୋଇ ଦୁଇଟି ଗଛ ଜଳିଯାଇଥିଲା । ଏହାର ପ୍ରଭାବରେ ଘର ଭିତରେ ଓ ବାହାରେ ବସିଥିବା ଅନେକଗ୍ରାମବାସୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ସୁନୀତି ଶବର (୪୦), ସମ୍ମାରି ଶବର (୬୦), ବଚନି ଶବ୍ଦର (୩୮) ମନିତା ଶବର (୧୭), ତପରି ଶବର (୧୯),ଟୁନି ଶବର (୧୪), ସୁମନ୍ତ୍ର ଶବର (୪୨), ସିଫନ କାର୍ଯ୍ୟ (୪୫), ତପନ କାର୍ଯା(୩୮), ଜଇନା ରାଇକା (୨୯), ଢେରେଖି କାର୍ଯା (୩୧), ଜଗନ୍ନାଥ ଶବର (୨୩)। ଏହି ଘଟଣାର ଖବର ପାଇ ସରପଞ୍ଚ ଜଳନ୍ଧର କାର୍ଯ୍ୟ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସ‌ହ‌ଯୋଗରେ ସେମାନଙ୍କୁ ରାୟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।
ଗଜପତିରୁ ରାଜ୍ୟ ବାହାରକୁ ଚୋରାଚାଲାଣ ପାଇଁ ଗଛିତ ଥିବା 2 କୋଟି ଟଙ୍କାର ଗଞ୍ଜେଇ ଜବତ ପାରଳାଖେମୁଣ୍ଡି, 27/3(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲାର ଅଡ଼ବା ଥାନା କେଶରୀଗୁଡ଼ା ଗ୍ରାମରେ ପୁଲିସ ଗତକାଲି ଚଢ଼ଉ କରି 2 କୋଟିରୁ ଉର୍ଦ୍ଧ ଟଙ୍କାର ୪୦ କ୍ରିଣ୍ଟ୍ରାଲ୍ ୬୦ କିଲୋ ଗଞ୍ଜେଇ ଜବତ କରିଥିବା ସୂଚନା ମିଳିଛି. ତେବେ ଏହି ଘଟଣାରେ କେହି ଗିରଫ ହୋଇ ନଥିବା ଜଣାପଡିଛି.ଗଜପତି ଏସପି ଯତୀନ୍ଦ୍ର ନାଥ ପଣ୍ଡାଙ୍କ ନିର୍ଦେଶକ୍ରମେ ରା.ଉଦୟଗିରି ଏସ୍‌ଡିପିଓ ରାକେଶ ସାହୁ ନେତୃତ୍ବରେ ଏକ ଟିମ୍ କେଶରୀଗୁଡ଼ା ଗ୍ରାମରେ ଚଢ଼ଉ କରିଥିଲେ । ଜଣେ ବ୍ୟକ୍ତିଙ୍କ ଘରେ ରାଜ୍ୟ ବାହାରକୁ ଚାଲାଣ ହେବାକୁ ରଖାଯାଇଥିବା ୨୦୨ଟି ଗଞ୍ଜେଇ ବୋଝେଇ ପ୍ଲାଷ୍ଟିକ୍ ଜରି ବ୍ୟାଗ ଜବତ କରାଯାଇଥିଲା। ଏନେଇ ଅଡ଼ବା ଥାନାରେ କେସ ନମ୍ବର ୬୮ରେ ଏକ ମାମଲା ରୁଜୁ ହୋଇଛି. ମୋହନା ତହସିଲଦାର ଚକ୍ରଧର ପାଢ଼ୀଙ୍କ ଉପସ୍ଥିତିରେ ଏହି ଗଞ୍ଜେଇ ଗୁଡିକୁ ଓଜନ କରାଯାଇଥିଲା। ବେଆଇନ ଗଞ୍ଜେଇ କାରବାର ଅଭିଯୋଗରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ଡିପିଓ ଶ୍ରୀ ସାହୁ ସୂଚନା ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *