ରଣକୌଶଳାତ୍ମକ ସମନ୍ୱୟ ବୈଠକ କେନ୍ଦୁଝରରେ ବାଲ୍ୟ ବିବାହରୁ ରକ୍ଷା ପାଇଥିବା ପିଲାମାନଙ୍କ ପାଇଁ ପୁନର୍ବାସ ସମର୍ଥନକୁ ସୁଦୃଢ କରୁଛି
କେନ୍ଦୁଝର: (ଦର୍ଶନ ସମୀକ୍ଷା)
ବାଲ୍ୟ ବିବାହରୁ ରକ୍ଷା ପାଇଯାଇଥିବା ପିଲାମାନଙ୍କର ପୁନର୍ବାସ ଓ ସାମାଜିକ ପୁନଃମିଶ୍ରଣକୁ ମଜଭୁତ କରିବା ନିମନ୍ତେ ସମ୍ପ୍ରତି ଜାରି ରହିଥିବା ପ୍ରୟାସର ଅଂଶ ଭାବରେ ହମାରା ବଚ୍ପନ ଟ୍ରଷ୍ଟ (ଏଚ୍ବିଟି) ବାଲ୍ୟ ବିବାହରୁ ରକ୍ଷା ପାଇଯାଇଥିବା ପିଲାମାନଙ୍କର ପୁନର୍ବାସ ଓ ସାମାଜିକ ପୁନଃମିଶ୍ରଣ ଉପରେ ଏକ ରଣକୌଶଳାତ୍ମକ ସମନ୍ୱୟ ବୈଠକ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦରବାର ହଲ୍ଠାରେ ୨୦୨୬ ମାର୍ଚ୍ଚ ୨୫ ତାରିଖରେ ଆୟୋଜନ କରିଥିଲା ।
ଏହି କାର୍ଯ୍ୟକ୍ରମରେ ୫୦ ଜଣ ବାଲ୍ୟ ବିବାହରୁ ରକ୍ଷା ପାଇଯାଇଥିବା ପିଲାଙ୍କ ସମେତ ୬୦ ଜଣ ସହଭାଗୀ ଅଂଶଗ୍ରହଣ କରିଥିଲେ ଏବଂ ଏହା ଆଲୋଚନା, ଯୋଜନା ପ୍ରସ୍ତୁତି ଏବଂ ମୁଖ୍ୟ ବିଭାଗସମୂହ ଓ ସେବା ଯୋଗାଣକାରୀଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ ନିମନ୍ତେ ଏକ ମଞ୍ଚ ଯୋଗାଇ ଦେଇଥିଲା ।
ହମାରା ବଚ୍ପନ ଟ୍ରଷ୍ଟ କେନ୍ଦୁଝର ଜିଲ୍ଲାରେ ଜଷ୍ଟ୍ ରାଇଟ୍ସ୍ ଫର ଚିଲଡ୍ରେନ (ଜେଆରସି) କାର୍ଯ୍ୟକ୍ରମ ଅଧୀନରେ କୈଳାସ ସତ୍ୟାର୍ଥୀ ଚିଲ୍ଡ୍ରେନ୍ସ ଫାଉଣ୍ଡେସନ (କେଏସ୍ସିଏଫ) ସହିତ ସହଭାଗୀତାରେ ସକ୍ରିୟ ଭାବରେ କାର୍ଯ୍ୟ କରିଆସୁଛି । ଏହା ବାଲ୍ୟ ବିବାହ ନିରାକରଣ ଏବଂ ଆପଦପ୍ରବଣ ଶିଶୁ ଓ କିଶୋରମାନଙ୍କ ନିମନ୍ତେ ସମର୍ଥନ ବ୍ୟବସ୍ଥା ମଜଭୁତ କରିବା ଉପରେ ଦୃଷ୍ଟିନିବଦ୍ଧ କରୁଛି ।
ଏହି ବୈଠକରେ ଶ୍ରୀମତୀ ସୋନାଲି ଦାଶ (ସିଡବ୍ଲୁ୍ସି), ଶ୍ରୀମତୀ ପ୍ରଶ୍ମୀ ସେନାପତି (ଡିସିପିୟୁ), ଶ୍ରୀ ଶ୍ରୀକାନ୍ତ ବେହେରା (ଜିଲ୍ଲା ଶିକ୍ଷା ଅଧିକାରୀ), ଶ୍ରୀମତୀ ରନିତା ଦାସ (ଡିଏସ୍ଡବ୍ଲୁ୍ୟଓ) ଏବଂ ଶ୍ରୀ ଅଭିଷେକ ଚକ୍ର (ଦକ୍ଷତା ବିକାଶ ଅଧିକାରୀ)ଙ୍କ ସମେତ ମୁଖ୍ୟ ସହଭାଗୀଗଣ ସମବେତ ହୋଇଥିଲେ । ବୈଠକରେ ଆଲୋଚନା ବାଲ୍ୟ ବିବାହରୁ ରକ୍ଷା ପାଇଯାଇଥିବା ପିଲାମାନଙ୍କର ଶିକ୍ଷା, ସୁରକ୍ଷା ଏବଂ ଜୀବିକାଗତ ସମର୍ଥନ ନିମନ୍ତେ ସମନ୍ୱିତ କାର୍ଯ୍ୟକଳାପ ଉପରେ ଦୃଷ୍ଟିନିବଦ୍ଧ କରିଥିଲା ।
ଏହି ବୈଠକର ଏକ ପ୍ରମୁଖ ଫଳାଫଳ ଥିଲା ପ୍ରତ୍ୟେକ ପିଲାଙ୍କ ନିମନ୍ତେ ୫୦ଟି ବ୍ୟକ୍ତିଗତ ସମନ୍ୱିତ କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତି । କାର୍ଯ୍ୟକ୍ରମ ଅବସରରେ ଏହି ଯୋଜନାଗୁଡିକ ପ୍ରତ୍ୟେକ ପିଲା ପାଇଁ ନିରନ୍ତର ଶିକ୍ଷା, ଦକ୍ଷତା ତାଲିମ ଏବଂ ଜୀବିକା ଉପାର୍ଜନ ସୁଯୋଗ ସୁନିଶ୍ଚିତ କରିବାକୁ ଡିସିପିୟୁ ଏବଂ ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ସମେତ ସଂପୃକ୍ତ ସରକାରୀ ବିଭାଗଗୁଡିକ ନିକଟରେ ଦାଖଲ କରାଯାଇଥିଲା ।
ସେମାନଙ୍କର ତତ୍କ୍ଷଣାତ ଆବଶ୍ୟକତାକୁ ସମର୍ଥନ କରିବା ଏବଂ ନିରନ୍ତର ନିୟୋଜନତାକୁ ଉତ୍ସାହିତ କରିବା ପାଇଁ ହମାରା ବଚ୍ପନ ଟ୍ରଷ୍ଟ ମଧ୍ୟ ସମସ୍ତ ୫୦ ଜଣ ବାଲ୍ୟ ବିବାହରୁ ରକ୍ଷା ପାଇଥିବା ପିଲାମାନଙ୍କୁ ଅତ୍ୟାବଶ୍ୟକ ଶିକ୍ଷଣ ସାମଗ୍ରୀ ସମେତ କିଟ୍ ବଣ୍ଟନ କରିଥିଲା ।
ଏହି ବୈଠକ ବାଲ୍ୟ ବିବହାରୁ ରକ୍ଷା ପାଇଥିବା ପିଲାମାନେ କେବଳ ସୁରକ୍ଷିତ ନୁହଁନ୍ତି, ତାହାସହିତ ସେମାନଙ୍କୁ ସେମାନଙ୍କର ଜୀବନ ଯେଭଳି ଇଜ୍ଜତ ଓ ସ୍ୱାଧୀନ ଭାବରେ ପୁନଃନିର୍ମାଣ କରିବାକୁ ସମର୍ଥନ ଯୋଗାଇ ଦିଆଯିବ, ତାହା ସୁନିଶ୍ଚିତ କରିବାକୁ ସଂସ୍ଥାନଗତ ସମନ୍ୱୟ ଏବଂ ଦୀର୍ଘସୂତ୍ରୀ ପୁନର୍ବାସ ଯୋଜନା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଥିଲା ।
ଏହି ପ୍ରୟାସ ନିରାକରଣରୁ ଊଦ୍ଧ୍ୱର୍କୁ ଯାଇ କେନ୍ଦୁଝରରେ ବାଲ୍ୟ ବିବାହରୁ ରକ୍ଷା ପାଇଥିବା ପିଲାମାନଙ୍କର ଦୀର୍ଘସ୍ଥାୟୀ ପୁନର୍ବାସ ଏବଂ ସାମାଜିକ ପୁନଃମିଶ୍ରଣ ଉପରେ ଦୃଷ୍ଟିନିବଦ୍ଧ କରିବା ଦିଗରେ ସମସ୍ତ ଅଂଶୀଦାରମାନଙ୍କ ଦ୍ୱାରା ଦୃଢ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା ।












Leave a Reply