୧୫ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ
ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସକୁ ମିଳିଛି ଏକ ବଡ ସଫଳତା। ଜଣେ ବ୍ୟକ୍ତି ଚିତ୍ରକୋଣ୍ଡା ଅଞ୍ଚଳରୁ ଏକ ଜରି ବସ୍ତାରେ ୧୫କିଲୋ ଗଞ୍ଜେଇ ନେଇ ପାଖ ରାଜ୍ୟ ବିହାରକୁ ନେଇ ଯାଉଥିବା ବେଳେ ପୋଲିସ ହାତରେ ଧରା ପଡି ଗିରଫ ହୋଇଛି। ତେବେ ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ବିହାର ରାଜ୍ୟର ଶଶାରାମ ଜିଲ୍ଲାର କ୍ରିଷ୍ଣା ଚଉରାସିୟା-(୩୨) ବୋଲି ଜଣା ପଡିଛି। ତେବେ ଏନେଇ ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବିହାରର ଜ୍ରିଷ୍ଣା ନାମକ ଜଣେ ବ୍ୟକ୍ତି ବାୟାପଡ଼ା ଘାଟି ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମ୍ପର୍କରେ ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କୁ ଏକ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା । ଥାନା ଅଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଶନିବାର ଏସଆଇ ମନୋହର ସାହୁଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଓର୍କେଲ ଥାନା ଅଧିନସ୍ତ ନନ୍ଦିନୀଗୁଡା ଗ୍ରାମ ନିକଟରେ ଅପରାହ୍ନ ପ୍ରାୟ ୧୨ ଟା ସମୟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ନନ୍ଦିନୀଗୁଡା ଛକ ନିକଟରେ ଜଣେ ବ୍ୟକ୍ତି ଏକ ଜରି ବସ୍ତାରେ କିଛି ସାମଗ୍ରୀ ନେଇ ଗାଡିକୁ ଅପେକ୍ଷା କରିଥିବା ଦେଖିବାକୁ ପାଇଥିଲେ। ସନ୍ଦେହ ହେବାରୁ ପୋଲିସ ଉକ୍ତ ବ୍ୟକ୍ତିଙ୍କ ବସ୍ତାକୁ ଖୋଲି ଯାଞ୍ଚ କରିବା ସମୟରରେ ଉକ୍ତ ବସ୍ତାରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ପୋଲିସ ଘଟଣା ସ୍ଥଳରୁ ଉକ୍ତ ଗଞ୍ଜେଇକୁ ଜବତ କରିବା ସହିତ ଘଟଣାରେ ସମ୍ପୃକ୍ତ ଥିବା ବିହାର ରାଜ୍ୟର କ୍ରିଷ୍ଣା ନାମକ ବ୍ୟକ୍ତିକୁ ଗିରଫ କରି ଥାନାକୁ ଆଣିଥିଲେ। ଏନେଇ ପୋଲିସ ପକ୍ଷରୁ ଥାନାରେ କେସ ନମ୍ବର -୭୭/୨୦୨୬ରେ ଏକ ମାମଲା ରୁଜୁ କରିବା ସହିତ ରବିବାର ଘଟଣାରେ ସମ୍ପୃକ୍ତ ଥିବା କ୍ରିଷ୍ଣା ନାମକ ବ୍ୟକ୍ତିକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାର ତଦନ୍ତ ଏସଆଇ ଅଜିତ ସିଂ ବରିହା ଜାରୀ ରଖିଛନ୍ତି ବୋଲି ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।
୧୭ ବର୍ଷର କମ୍ ଗ୍ରୀଷ୍ମ କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଶୁଭାରମ୍ଭ।
ମାଲକାନଗିରି: ମନୋଜ
ଆଜି ମାଲକାନଗିରି ଜିଲ୍ଲା ସଦରମହକୁମା ଦଣ୍ଡକାରଣ୍ୟ ଖେଳ ପଡ଼ିଆ ଠାରେ ୧୭ ବର୍ଷର କମ୍ ଗ୍ରୀଷ୍ମ କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇଛି। ପ୍ରଥମେ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ଖେଳାଳି ମାନଙ୍କୁ ଡକାଯାଇଥିଲା। ଯେଉଁଥିରେ ମାଲକାନଗିରି , କାଲିମେଳା ପଡିଆ ବ୍ଲକର ଅନେକ ଖେଳାଳି ଅଂଶଗ୍ରହଣ କରିଥିଲେ ।

ସମସ୍ତ ଖେଳାଳିଙ୍କ ପ୍ରତିଭା ଦେଖିଥିଲେ ଚୟନ କର୍ତ୍ତା। ଖେଳାଳିଙ୍କ ପ୍ରତିଭା ଦେଖି ମାଲକାନଗିରି ଜିଲ୍ଲା କ୍ରିକେଟ ଆସୋସିଏସନର ଚୟନ କର୍ତ୍ତା ମାନେ ଉପସ୍ଥିତ ରହି ୫ଟି ଦଳରେ ବିଭକ୍ତ କରିଥିଲେ। ତେବେ ଆଜି ଠାରୁ ଏହି ଟୁର୍ଣ୍ଣାମେଣ୍ଟରେ ଶୁଭାରମ୍ଭ ହୋଇଯାଇଛି।ଏହି ଟୁର୍ଣ୍ଣାମେଣ୍ଟରେ ମୋଟ୍ ଦଳ ୫ଟି ଦଳ ଖେଳିବେ। ପ୍ରତେକ ଦଳ ରେ ୧୪ ଜଣ ପୁରୁଷ ଖେଳାଳି ଏବଂ ଜଣେ ମହିଳା ଖେଳାଳିଙ୍କୁ ରଖାଯାଇଛି । ଟୁର୍ନାମେଣ୍ଟ ଆଜି ଠାରୁ ୧୧ ଦିନ ଧରି ଚାଲିବ ଅର୍ଥାତ୍ ଆସନ୍ତା ଏପ୍ରିଲ ମାସ ୫ ତାରିଖରେ ଟୁର୍ନାମେଣ୍ଟ ର ନିର୍ଣ୍ଣାୟକ ଫାଇନାଲ ମ୍ୟାଚ ଖେଳାଯିବ। ଆଜି ପ୍ରଥମ ଦିନରେ ରେଡ୍ ବୁଲ୍ ଏବଂ ପିଙ୍କ ପ୍ୟାନ୍ଥର ମଧ୍ୟରେ ଖେଳାଯାଉଛି। ଜିଲ୍ଲା କ୍ରିକେଟ ଆସୋସିଏସନ ଗ୍ରୀଷ୍ମ କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟଜନ କରିଛନ୍ତି । ଜିଲ୍ଲା କିର୍କେଟ ଆସୋସିଏସନର ସଭାପତି
ଏମ ଡି ଫାରୁକ, ସମ୍ପାଦକ ହୃଦାନନ୍ଦ ସାହୁ (ବାବୁଲା ସାହୁ ) ପୂର୍ବତନ ଭାରତୀୟ ପୁରୁଷ କିର୍କେଟ ଦଳର ମ୍ୟାନେଜର ସତ୍ ବୀର ସିଂ ରିଆର, (ପପୁଭାଇ ) ସହିତ ଓସିଏ ପ୍ୟାନେଲ ଅମ୍ପାୟାର ଆକାଶ ପ୍ରଧାନ, କୋଚ୍ ବିଶାଳ ମାଲାକାର, ପିଚ୍ କ୍ୟୁରେଟର ଜି. ରାମକୃଷ୍ଣ ରାଓ ସହିତ ମାଲକାନଗିରି ଜିଲ୍ଲା ଡିସିଏ ର ତମାମ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ତେବେ ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି ଆଗାମୀ ଦିନରେ ଜିଲ୍ଲାରୁ ଭଳ ଖେଳୁଥିବା ଖେଳାଳିଙ୍କ ପ୍ରତିଭାବାନ ଖେଳାଳି ଜିଲ୍ଲା ସହିତ ରାଜ୍ୟ ସ୍ତରୀୟ କ୍ରିକେଟ ଖେଳୀ ନିଜର ପ୍ରତିଭା ପ୍ରଦର୍ଶନ କରିବା ସହିତ ଭବିଷ୍ୟତକୁ ଆଗେଇବା ପାଇଁ ଜିଲ୍ଲା କ୍ରିକେଟ ଆସୋସିଏସନର ଏହି ପ୍ରୟାସ। ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଏହି ଖେଳାଳି ମାନଙ୍କ ପାଇଁ ଭଳ ଖେଳ ପଡ଼ିଆ ଟିଏ ନାହିଁ। ଯେଉଁଥିପାଇଁ ପ୍ରଧାନିଗୁଡ଼ା ନୂତନ କ୍ରିକେଟ ଏକାଡେମୀ ପରିସରରେ ଥିବା ଖେଳ ପଡ଼ିଆକୁ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ଯଥାଶୀଘ୍ର ନିର୍ମାଣ କରିବାକୁ ସାଧାରଣରେ ଦାବି ଜୋର ଧରିଛି।
ମୋବାଇଲ ଚୋରି ସହ ସାଇବର ଠକେଇରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତ ଗିରଫ ଜଣେ ଫେରାର
ଜବତ ହେଲା ନଗଦ ୬୫ ହଜାର ଟଙ୍କା ସମେତ ୩ଟି ମୋବାଇଲ
ମାଲକାନଗିରି :ମନୋଜ ଦେବ ପାଙ୍ଗି
ମାଲକାନଗିରି ଜିଲ୍କା ଓର୍କେଲ ପୋଲିସକୁ ମିଳିଛି ଆଉ ଏକ ବଡ ସଫଳତା।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ମାଲକାନଗିରି ଜିଲ୍କା କୋରୁକୋଣ୍ଡା ବ୍ଲକ ଚିତାପାରି-୩ ପଞ୍ଚାୟତ ଅଧୀନ ସଦାଶିବପୁର ଗାଁରେ ରହୁଥିବା ଭୀମ କିର୍ସାନୀଙ୍କ ଘରୁ ଗତ ୨୦ ତାରିଖ ରାତିରେ ତାଙ୍କର ଏକ ମୋବାଇଲ ଫୋନ ଚୋରି ହୋଇଯାଇଥିଲା। ଗତ ୨୩ ତାରିଖରେ ସେ କୌଣସି କାମରେ ବ୍ୟାଙ୍କକୁ ଯାଇଥିଲେ।ଉକ୍ତ ବ୍ୟାଙ୍କରୁ ତାଙ୍କ ଆକାଉଣ୍ଟରୁମୋଟ ୭୫ ହଜାର ଟଙ୍କା ଉଠାଯାଇଥିବା ସେ
ଜାଣିବାକୁ ପାଇଥିଲେ। ଏହା ପରେ ସେ ଓର୍କେଲ ଥାନାରେ ଦ୍ୱାରସ୍ତ ହୋଇ
ଏ ସମ୍ପର୍କରେ ଏକ ଲିଖିତ ଏତଲା ପ୍ରଦାନ କରିଥିଲେ। ପୋଲିସ ପକ୍ଷରୁ ଉକ୍ତ ଏତଲାକୁ ଭିତ୍ତି କରି ଥାନାରେ କେସ ନମ୍ବର -୮୧/୨୦୨୬ ରେ ଏକ ମାମଲା ରୁଜୁ କରିବା ସହିତ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନିର୍ଦ୍ଧେଶକ୍ରମେ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଏଏସ ଆଇ ସୁରେଶ ବିସି ମାଝୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା। ପୋଲିସର ଏହି ସ୍ୱତନ୍ତ୍ର ଟିମ ମୋବାଇଲ ଟ୍ରାକ କରି ଘଟଣାରେ ସମ୍ପୃକ୍ତ ଥିବା ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧିନସ୍ତ ଚାଟିଗୁଡା ଗ୍ରାମର ଦିଲୀପ ହରିଜନ-(୨୫) ଏବଂ କାଇଗାଁର ଇନ୍ଦ୍ର ପାନକା -(୧୯) ନାମକ ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସର ଏହି ସ୍ୱତନ୍ତ୍ର ଟିମ ନବରଙ୍ଗପୁର ଅଞ୍ଚଳରୁ ଗିରଫ କରି ଥାନାକୁ ଆଣିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଥିବା ମୂଖ୍ୟ ଅଭିଯୁକ୍ତ ଫେରାର ଥିବା ଜଣା ପଡିଛି। ଗିରଫ ହୋଇଥିବା ଦୁଇ ଜଣ ଅଭିଯୁକ୍ତଙ୍କ ଠାରୁ ନଗଦ ୬୫ ହଜାର ଟଙ୍କା ସମେତ ୩ ଟି ମୋବାଇଲ ଫୋନକୁ ଜବତ କରିଛି ପୋଲିସ।
ଓର୍କେଲ ପୋଲିସର ତ୍ୱରିତ ପଦକ୍ଷପ ଯୋଗୁ ମୋବାଇଲ ଚୋରି ଓ ସାଇବର ଠକେଇରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ଧରିବାରେ ପୋଲିସ ସଫଳ ହୋଇପାରିଛି। ମିଳିଥିବା ସୂଚନା ମୁତାବକ ଭୀମ କିର୍ସାନୀଙ୍କ ଘରୁ ଦୁର୍ବୁତ୍ତ ମାନେ ମୋବାଇଲ ଫୋନ ଚୋରି କରିବା ପରେ ଉକ୍ତ ଫୋନରେ ଥିବା ତାଙ୍କର ଆଧାର କାର୍ଡ, ଫଟୋ ଏବଂ ଫଟୋ ପରିଚୟ ପତ୍ର ଆଧାରରେ ଅଭିଯୁକ୍ତ ମାନେ ଏକ ନୂତନ ଫୋନ ପେ ଖୋଲି ଭୀମଙ୍କ ଆକାଉଣ୍ଟରେ ଥିବା ମୋଟ ୭୫ ହଜାର ଟଙ୍କାକୁ ସେମାନଙ୍କର ଆକାଉଣ୍ଟକୁ ଫୋନ ପେ ମାଧ୍ୟମରେ ଟ୍ରାନ୍ସଫର କରି ଟଙ୍କା ଉଠାଇଥିଲେ ବୋଲି ବୋଲି ଥାନାରେ ପଚରା ଉଚୁରା ସମୟରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ପୋଲିସ ସମ୍ମୁଖରେ ସ୍ୱୀକାର କରିଥିବା ଜଣା ପଡିଛି। ତେବେ ଏହି ଘଟଣାରେ ଗିରଫ ହୋଇଥିବା ଦୁଇ ଜଣ ଅଭିଯୁକ୍ତ ମାନଙ୍କୁ ବୁଧବାର ପୋଲିସ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି । ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।












Leave a Reply