Spread the love

ଶ୍ରୀରାମ ନବମୀକୁ ଶାନ୍ତି ଶୃଙ୍ଖଳା ସହ ପାଳନ ପାଇଁ ବଡ଼ବିଲର ପୋଲିସ ଓ ପ୍ରଶାସନର ଫ୍ଳାଗ୍ ମାର୍ଚ୍ଚ । ମୁତୟନ ହେବେ ୧୦ ପ୍ଲାଟୁନ ଫୋର୍ସ।
ବଡବିଲ : (ଦର୍ଶନ ସମୀକ୍ଷା)
ତା -25/03/2026
କେନ୍ଦୁଝର ଜିଲ୍ଲା
ସୀମାବର୍ତ୍ତି ବଡ଼ବିଲ ସହରରେ ପବିତ୍ର ଶ୍ରୀରାମ ନବମୀ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ସହ ସୌହାର୍ଦ୍ଦ୍ୟ ବଜାୟ ରଖିବା ପାଇଁ ପୋଲିସ୍ ପ୍ରଶାସନ ପକ୍ଷରୁ ଫ୍ଲାଗ ମାର୍ଚ୍ଚ । ଶୁକ୍ରବାର, ସହରରେ ଝଣ୍ଡା ଓ ଆଖଡ଼ା ଶୋଭାଯାତ୍ରା ଅନୁଷ୍ଠିତ ହେବାକୁଥିବାବେଳେ, ଆଜି ସନ୍ଧ୍ୟାରେ ପୋଲିସ୍ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ଫ୍ଲାଗମାର୍ଚ କରାଯାଇଛି। ବଡ଼ବିଲ ଥାନା ଛକ ଠାରୁ ଫ୍ଲାଗମାର୍ଚ ବାହାରି ବାଇପାସ୍ ରୋଡ, ମେନ ରୋଡ ଓ ବିଭିନ୍ନ ସମ୍ବେଦନଶୀଳ ବସ୍ତି ଅଞ୍ଚଳ ଦେଇ ଥାନା ପର୍ଯ୍ୟନ୍ତ ଯାଇଥିଲା ।
ଚମ୍ପୁଆ ଉପଜିଲ୍ଲାପାଳ, ବଡ଼ବିଲ ତହସିଲଦାର୍, ବଡ଼ବିଲ ଏସଡିପିଓଙ୍କ ନେତୃତ୍ବରେ ବିଭିନ୍ନ ଥାନାର ଆଇଆଇସି ଏବଂ ପୋଲିସ୍ ବଳ ଏଥିରେ ସାମିଲ ହୋଇଥିଲେ ।
ଆଇନ୍ ବ୍ୟବସ୍ଥା ସମ୍ପର୍କରେ ଲୋକଙ୍କୁ ସଚେତନା କରାଇବା ସହ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସର ନିର୍ମାଣ କରିବା ଉଦ୍ଦେଶ୍ୟରେ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଛି । ରାମ ନବମୀ ଉତ୍ସବ ପାଇଁ ୧୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *