ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ବୁଧବାର ଦିନ କଟକ ଜିଲ୍ଲାର ଡମପଡ଼ା ବ୍ଲକ୍ ଠାରେ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଛି।
କଟକ: ଭରତ ଚନ୍ଦ୍ର ମହାରଣା (ଦର୍ଶନ ସମୀକ୍ଷା)
ଜାତୀୟ ଶିକ୍ଷା ନୀତିକୁ ସମ୍ପୂର୍ଣ୍ଣ କାର୍ଯ୍ୟ କ୍ଷମ କରିବା ପାଇଁ ଆସନ୍ତା ଅପ୍ରେଲ 2 ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ି ଛୁଆଁ ଉତ୍ସବ ପାଇଁ ଶିଶୁ ବାଟିକା ପ୍ରଥମ ଶ୍ରେଣୀରେ ପ୍ରବେଶ ପାଇଁ ଛାତ୍ର ଛାତ୍ରୀ ମାନଙ୍କର ଅଭିଭାବକ ମାନଙ୍କୁ ନିମନ୍ତ୍ରଣ ପତ୍ର ବିତରଣ କରାଯାଇଛି। ଜିଲ୍ଲା ପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ, ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ ନିମନ୍ତ୍ରଣ ପତ୍ର ବିତରଣ କରି କହିଲେ

ଭାରତ ସରକାର ଶିଶୁ ମାନଙ୍କ ମଧ୍ୟରେ ପାଠ ପଢ଼ିବା ପାଇଁ ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରଥମ ଶ୍ରେଣୀ ଓ ଶିଶୁ ବାଟିକା ପ୍ରବେଶ ପରିକଳ୍ପନା କରିଛନ୍ତି। ଆସନ୍ତା ଅପ୍ରେଲ 2 ତାରିଖ ଦିନ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରତି ବ୍ଲକ ଓ ପଞ୍ଚାୟତରେ ଥିବା ବିଦ୍ୟାଳୟ ମାନଙ୍କରେ ଏହି ଉତ୍ସବ ପାଳିତ ହେବ। ସୂଚନା ଥାଉକି ସେପ୍ଟେମ୍ବର 2026 ସୁଦ୍ଧା ଯେଉଁ ପିଲାଙ୍କ ବୟସ 5 ବର୍ଷ ରୁ ଉର୍ଦ୍ଧ୍ବ ହୋଇଥିବ ସେମାନେ ଶିଶୁ ବାଟିକା ଏବଂ ଯେଉଁ ମାନଙ୍କର ବୟସ 6 ବର୍ଷ ରୁ ଉର୍ଦ୍ଧ୍ବ ସେମାନେ ପ୍ରଥମ ଶ୍ରେଣୀ ରେ ନାମ ଲେଖାଇ ପାରିବେ।












Leave a Reply