କଥା ତ ଏତିକି, ବାସ //ସତ କହି କିଆଁ ମୁହିଁ ମରିବିମିଛ କହି ବଡ଼ଲୋକ ନ ହେବି?,ମୋତେ ଏତିକି ଶିଖାଅ ସାଇଁ ହେ ,ମିଥ୍ୟା ସଦା ସ୍ଫୁରୁ ମୋର ତୁଣ୍ଡୁ ଯେଯେଣୁ ମୋତେ ‘ଧନ ଜନ’ ଚାହିଁ ହେ_ତୁଷାରକାନ୍ତ ଶତପଥି ଭୁବନେଶ୍ୱର

Spread the love


“କଥା ଏତିକି , ବାସ୍।”
” ସତ କହି କିଆଁ ମୁହିଁ ମରିବି
ମିଛ କହି ବଡ଼ଲୋକ ନ ହେବି?,
ମୋତେ ଏତିକି ଶିଖାଅ ସାଇଁ ହେ
ମିଥ୍ୟା ସଦା ସ୍ଫୁରୁ ମୋର ତୁଣ୍ଡୁ ଯେ
ଯେଣୁ ମୋତେ ‘ଧନ ଜନ’ ଚାହିଁ ହେ।”
ସତ୍ୟନିଷ୍ଠ ମହାତ୍ମା ଯୁଧିଷ୍ଠିରଙ୍କ ବାବଦରେ ପ୍ରଚଳିତ ଗପଟିଏରେ ଉଲ୍ଲେଖ ରହିଛି ଯେ “ସେ ତାଙ୍କ ଜୀବନକାଳ ଭିତରେ ବାଧ୍ୟବାଧକତାରେ ଥରେ ‘ବା ଗୁଞ୍ଜରେ’ ଭଳି ଚାରୋଟି ଶଠତାପୂର୍ଣ ଅକ୍ଷର କହିଥିବାରୁ ତାଙ୍କୁ ‘ନର୍କର କଷଣ ଦେଖିବା’ ଦଣ୍ଡ ମିଳିଥିଲା” ଯାହା ତାଙ୍କପାଇଁ ଅତ୍ୟନ୍ତ କଷ୍ଟଦାୟକ ଥିଲା।
ଆଜିକାଲି ଆମ ରାଜନେତା, ଶାସନକର୍ତ୍ତା ଇତ୍ୟାଦି ଇତ୍ୟାଦି ଗଣତାନ୍ତ୍ରିକ ଖୁଣ୍ଟିଗୁଡିକର ମୂର୍ଦ୍ଧଣ୍ୟଗଣ ଏହା ଜାଣି ବି, ” ଚାରୋଟି ଅକ୍ଷରର ସତ ବି ନ କହିବା ” କ’ଣ ପ୍ରମାଣ କରେ ନାହିଁ ଯେ, “ଯୁଗ ଯୁଗ ଧରି ଏଭଳି ଗପଗୁଡିକର ସ୍ରଷ୍ଟା ଏହିବର୍ଗର କତିପୟ ଚାଲାକଗଣ, ବିରାଟ ସଂଖ୍ୟାର ନିରୀହ ଜନସାଧାରଣଙ୍କୁ ସବୁବେଳପାଇଁ ଓଲୁ ବନେଇ ସେମାନଙ୍କୁ ଶୋଷଣ କରିବାକୁ!”
“ଯଦି ଲୋକେ ଶୋଷିତ ହେବାକୁ ବି ବାଡ଼ିଆପିଟା, ତେବେ,ପ୍ରତିପାଦିତ ହୁଏ ନାହିଁ କି,”ମାଡଖିଆ ବଦଳରେ ଆଉଜଣେ ଗୁହାରିଆ ହେବା”ଭଳି ଓଡ଼ିଆ ଲୋକକଥାଟିର ଅସଲି ବାର୍ତ୍ତା?ଜୟ ଜଗନ୍ନାଥ।
Just Asking to Know.

Leave a Reply

Your email address will not be published. Required fields are marked *