ପାରଳାରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ପାରଳା ବିଧାୟକ 50 ଲକ୍ଷ ଟଙ୍କା ଅନୁଦାନ ଦେଲେ ପାରଳାଖେମୁଣ୍ଡି, 24/3(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା
ପାରଳାଖେମୁଣ୍ଡିରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ବିଧାୟକ ଇଂ.ରୂପେଶ ପାଣିଗ୍ରାହୀ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି। ପୂର୍ବରୁ ସେ ଏହି ମନ୍ଦିର ନିର୍ମାଣ ସକାଶେ ଅନୁଦାନ ପ୍ରଦାନ ନିମନ୍ତେ ଘୋଷଣା କରିଥିଲେ | ଜଗନ୍ନାଥ ମନ୍ଦିରରେ ପୃଥକ ପୃଥକ ଭାବେ ୫ ଜଣଙ୍କ ନାମରେ ୧୦ ଲକ୍ଷ ଲେଖାଏଁ ମୋଟ ୫୦ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି । ଏହି ଅନୁଦାନ ପାଇବା ପରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଶୀଘ୍ର ଆଗେଇବ ବୋଲି ଜଗନ୍ନାଥଙ୍କ ସେବକ ଦୁର୍ଗା ମାଧବ ପାଣିଗ୍ରାହୀ ମତବ୍ୟକ୍ତ କରି ପାରଳା ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି. ପାରଳାରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟକୁ ଆହୁରି ତ୍ବରାନ୍ନିତ କରିବା ପାଇଁ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ହାଇଟେକ ଗ୍ରୁପ ପକ୍ଷରୁ ମଧ୍ୟ ନିଜସ୍ୱ ଘରୋଇ ପାଣ୍ଠିରୁ ୬୦ ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି.
ଗଜପତିରୁ ରାଜ୍ୟ ବାହାରକୁ ଚୋରାଚାଲାଣ ପାଇଁ ଗଛିତ ଥିବା 20 ଲକ୍ଷ ଟଙ୍କାରୁ ଉର୍ଦ୍ଧ ଗଞ୍ଜେଇ ଜବତ ପାରଳାଖେମୁଣ୍ଡି, 24/3(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲାରୁ ରାଜ୍ୟ ବାହାରକୁ ଚୋରାଚାଲାଣ ପାଇଁ ଅତ୍ୟନ୍ତ ଗୋପନୀୟ ଭାବେ ଗଛିତ ଥିବା 20 ଲକ୍ଷରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇକୁ ପୋଲିସ ଜବତ କରିଥିବା ସୂଚନା ମିଳିଛି. ଆର. ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ଅଡବା ଥାନା ପୋଲିସ ଟିମ କୌଣସି ସୂତ୍ରରୁ ଖବର ପାଇ ବୁଢାଡିହ ଗ୍ରାମରେ ଚଢ଼ଉ କରି ରାଜ୍ୟ ବାହାରକୁ ଚୋରାଚାଲାଣ ପାଇଁ ଗଛିତ ଥିବା 70 କିଲୋ ଗଞ୍ଜେଇକୁ ପୋଲିସ ଜବତ କରିଛନ୍ତି. ଜବତ ଗଞ୍ଜେଇର ମୂଲ୍ୟ 20 ଲକ୍ଷରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଜଣାପଡିଛି. ଏହି ଘଟଣାରେ ଗଞ୍ଜେଇ ଚୋରାଚାଲାଣକାରୀ ଏଣ୍ଡ୍ରିୟ ମଣ୍ଡଳଙ୍କୁ ଏନଡିପିଏସ ଧାରାରେ ପୋଲିସ ଗିରଫ କରିବା ସହ ଅଡବା ଥାନାରେ କେଶ ନଂ 66/26ରେ ମକଦ୍ଦ୍ୱମା ରୁଜୁ ହୋଇ ତଦନ୍ତ ଜାରି ହୋଇଥିବା ସୂଚନା ମିଳିଛି.
ବିଶିଷ୍ଟ ସମାଜସେବୀ ନରେଶ ସାହୁ ବିଜେପିରେ ଯୋଗ ଦେଲେ
ପାରଳାଖେମୁଣ୍ଡି, 24/3(ତାରିଣୀ ପ୍ରସାଦ ପଣ୍ଡା ):

ପାରଳାଖେମୁଣ୍ଡି ସହରର ବିଶିଷ୍ଟ ସମାଜସେବୀ ତଥା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ନରେଶ ସାହୁ ତାଙ୍କର ଶତାଧିକ କର୍ମୀ ଓ ସମର୍ଥକଙ୍କ ସହ ବିଜେପିରେ ଯୋଗଦାନ କରିଛନ୍ତି. ଏନେଇ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଖଞ୍ଜା ସାହି ଠାରେ ଭାରତୀୟ ଜନତା ପାର୍ଟିର ନୂତନ କାର୍ଯ୍ୟାଳୟ ଠାରେ ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ନବ କିଶୋର ଶବରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଉପ ସଭାପତି ତଥା ପୂର୍ବତନ ପାରଳା ବିଧାୟକ କେ. ନାରାୟଣ ରାଓ ମଞ୍ଚାସୀନ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର, ଈ. ପ୍ରଶାନ୍ତ, ନଗର ସଭାପତି ବାଳକୃଷ୍ଣ ପାତ୍ର, ପୂର୍ବତନ କାଶୀନଗର ବ୍ଲକ ଅଧ୍ୟକ୍ଷ ଚିତ୍ରି ସୀମାଦ୍ରୀ, ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ ଓ ଯୁବ ନେତା କେ. ଜୀବନ ପ୍ରମୁଖ ଉପସ୍ଥିତ ଥିଲେ। ବିଶିଷ୍ଟ ସମାଜସେବୀ ତଥା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ନରେଶ ସାହୁଙ୍କ ନେତୃତ୍ଵରେ ପୌରାଞ୍ଚଳ ଅନ୍ତର୍ଗତ ୧୦, ୧୧,୧୨, ୧୩ ୱାର୍ଡ ଗୁଡ଼ିକରୁ ଶତାଧିକ ବିଭିନ୍ନ ଦଳର କର୍ମୀ ଏବଂ ତାଙ୍କ ସମର୍ଥକଙ୍କ ସହ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ନରେଶ ସାହୁ ଜଣେ ମିଷ୍ଟଭାଷୀ ପରୋପକାରୀ ବ୍ୟକ୍ତି ଭାବରେ ପାରଳା ସହରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ରହିଛି। ତେଣୁ ତାଙ୍କରି ଯୋଗଦାନ ନିଶ୍ଚିତ ଭାବରେ ଦଳ ପାଇଁ ଶକ୍ତିଶାଳୀ ହେବ ବୋଲି ରାଜ୍ୟ ଉପସଭାପତି କେ. ନାରାୟଣ ରାଓ ଦୃଢ ଭାବେ ପ୍ରକାଶ କରିବା ସହ ଶ୍ରୀ ସାହୁ ତାଙ୍କ ସମର୍ଥକଙ୍କ ସହ ବିଜେପିରେ ଯୋଗଦେବା ଆଗାମୀ ପୌର ନିର୍ବାଚନରେ ବିଜେପି ବେଶ ଉତ୍ତମ ପ୍ରଦଶନ କରିପାରିବ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶ ଓ ଦଳ ମୂଲ୍ୟବୋଧ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିକଶିତ ଓଡିଶା ଆଦିରେ ଅନୁପ୍ରାଣୀତ ହୋଇ ବିଜେପି ଦଳରେ ସାମିଲ ହେଲି ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି.












Leave a Reply