ଭୁବନେଶ୍ୱର 23/03 (ଦର୍ଶନ ସମୀକ୍ଷା) : ରବିବାର ମାର୍ଚ୍ଚ 22 ତାରିଖ ମଧ୍ୟାହ୍ନରେ ବ୍ରହ୍ମପୁର କାମାପଲ୍ଲୀ ସ୍ଥିତ ଆନ୍ସର ଏକାଡେମୀ ସମ୍ମିଳନୀ କକ୍ଷରେ ପିପୁଲସ ପ୍ରେସ ଟ୍ରଷ୍ଟ (ପିପିଟି)ର ଷଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ବରିଷ୍ଠ ସାମ୍ବାଦିକ ତଥା ପିପିଟି ଉପ ସଭାପତି ବିଘ୍ନେଶ୍ୱର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପିପିଟି ୱେବ ମିଡ଼ିଆର ଏହି ଉତ୍ସବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ (ଓଡ଼ିଆ ଭାଷା ) ତଥା ଗବେଷକ ଡକ୍ଟର ସୁରେନ୍ଦ୍ର ନାଥ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଥିଲେ ବିଶିଷ୍ଟ ସାହିତ୍ୟକ ତଥା ‘ବୌଦ୍ଧ ଚକ୍ର’ର ମୁଖ୍ୟ ସମ୍ପାଦକ ବାଗ୍ନୀ ଡକ୍ଟର ଇଞ୍ଜିନିଅର ସଞ୍ଜୟ କୁମାର ପଣ୍ଡା। ଶିକ୍ଷାବିତ ମିହିର କାନ୍ତ ଶତପଥୀ ସମ୍ମାନୀତ ଅତିଥି ଥିଲେ। ପର୍ବାହ୍ନରେ ଆରମ୍ବ ହୋଇଥିବା ଉତ୍ସବ ଅପରାହ୍ନରେ ସରିଥିଲା। ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ୱ ଭାବେ ପିପିଟିର ଷଷ୍ଠ ବାର୍ଷିକରେ ବରିଷ୍ଠ ସାମ୍ବାଦିକ ପ୍ରସାଦ ରାଓଙ୍କୁ ଉପଢୌକନ, ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା।
ପିପିଟି ତାଙ୍କୁ ବିଶିଷ୍ଟ ଅତିଥି ଭାବେ ଷଷ୍ଠ ବାର୍ଷିକ ଉତ୍ସବକୁ ନିମନ୍ତ୍ରଣ କରି ଉପଢୌକନ, ମାନପତ୍ର ସହ ପାଞ୍ଚ ହଜାର ଟଙ୍କାର ବ୍ୟାଙ୍କ ଚେକ ମଧ୍ୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି। ନିଶ୍ଚିତ ଭାବେ ଏକ ନିଆରା ଘଟଣା। ଏଥିସକାଶେ ସେ ପିପିଟି ଏବଂ ତାହାର ସମସ୍ତ କାର୍ଯ୍ୟକର୍ତା, ବିଶେଷକରି, ପିପିଟି ପରିଚାଳନା କମିଟି ସଭାପତି ଦେବସ୍ମିତା ମହାନ୍ତି, ଉପ ସଭାପତି ବିଘ୍ନେଶ୍ୱର ସାହୁ ଓ ସମ୍ପାଦକ ସାମ୍ବାଦିକ ସମରଜିତ ମହାନ୍ତିଙ୍କୁ କୃତଜ୍ଞ୍ୟତା ଜଣାଇଛନ୍ତି। ପିପିଟିର ଏହି ଷଷ୍ଠ ବାର୍ଷିକ ଉତ୍ସବରେ ବ୍ରହ୍ମପୁରରୁ ବୌଦ ପର୍ଯ୍ୟନ୍ତ ଅଂଚଳରୁ ଆସି ଉପସ୍ଥିତ ଥିବା 35ରୁ ଅଧିକ କବି ଓ କବିୟତ୍ରୀ ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ ଓ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ। ଏହାର ସଂଯୋଜନା କରିଥିଲେ କବି ଡକ୍ଟର ସ୍ଵାତିଶ୍ରୀ ଦାସ ଓ ଦେବାଶିଷ ସ୍ବାଇଁ। ଏହି ଅବସରରେ ଇଞ୍ଜିନିଅର ସଞ୍ଜୟ ପଣ୍ଡାଙ୍କ ‘ ବୌଦ୍ଧ ଚକ୍ର ‘ର ସ୍ୱତନ୍ତ୍ର ସଂଖ୍ୟା ମଧ୍ୟ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥଲା।












Leave a Reply