ସ୍ଵୟଂ ସଙ୍ଗୀତ musical group ର ଅଭୁଲା ଅତୀତ କାର୍ଯକ୍ରମ
ଭୁବନେଶ୍ଵର; ଦର୍ଶନ ସମୀକ୍ଷା
ସ୍ଵୟଂ ସଙ୍ଗୀତ ଗ୍ରୁପ ର ଚତୁର୍ଥ ପଦାର୍ପଣ ଅଭୁଲା ଅତୀତ ମନଛୁଆଁ ଓଡିଆ ସଙ୍ଗୀତ ପରିବେଷଣ ର କାର୍ଯକ୍ରମ ଗତ କାଲି ସନ୍ଧ୍ୟା ରେ ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯକ୍ରମ ରେ ପ୍ରାକ୍ତନ ପ୍ରଧାନ ମୂଖ୍ୟ ଆୟକର କମିଶନର Dr ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ପ୍ରଖ୍ୟାତ ଅଭିନେତ୍ରି ସୋଫିଆ ଆଲମ୍, ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ରାଜକିଶୋର ଗୋଚ୍ଛାୟତ, ପୂର୍ବତନ ସହ ନିର୍ଦ୍ଦେଶିକା ମତ୍ସ୍ୟ ବିଭାଗ, Dr ପ୍ରଭାତ ନଳିନୀ ପଟ୍ଟନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ।

ସୁଲଳିତ ସଙ୍ଗୀତ ର ଏହି ଅପୂର୍ବ ସନ୍ଧ୍ୟାରେ ହୃଦୟ ସ୍ପର୍ଶ ଜଣାଣ, ମୋତେ ଭାରି ଲାଜ ଲାଗେ ରୁ କାର୍ଯକ୍ରମ ଆରମ୍ଭ ହୋଇ ସପନ ବିଳାସୀ, ଏ ମୋର ମାନସି, କେତେ ବଜାଉ ବଇଁଶୀ ରେ, ବଧୂ ହସେ ମଧୁ, ସମୀରେ ଶୁରେ ଗାଈ ପ୍ରଭୃତି ମନଛୁଆଁ ସଙ୍ଗୀତ ର ପରିବେଷଣ ଶ୍ରୋତା ମାନଙ୍କୁ ବହୁ ସମୟ ଧରି ବାନ୍ଧି ରଖିଥିଲା। ତା ସହିତ ଆଧୁନିକ ଗୀତର ସୁମଧୁର ସମ୍ମିଶ୍ରଣ ପରିବେଶକୁ ମତୁଆଲା କରି ଗଢି ତୋଳି ଥିଲା।
ସ୍ଵଂୟ ସଙ୍ଗୀତ group ର ଆୟୋଜକ ଶ୍ରୀ ଅଜୟ ରଥ ଙ୍କ ଦିଗ ଦର୍ଶନ ତଥା ସଙ୍ଗୀତ ଚୟନ କୁ ଦର୍ଶକ ଭୂରି ଭୂରି ପ୍ରଶଂସା କରିବା ସହିତ ମମତା ରାଉତରାୟ, ବିଷ୍ଣୁ ଚରଣ ନାୟକ, ରଜନି ଶତପଥି, ଅର୍ଚ୍ଚନା ପ୍ରଭୃତି ଙ୍କୁ ଅନୁଷ୍ଠାନ ତରଫରୁ ସ୍ଵତନ୍ତ୍ର ସମ୍ବର୍ଦ୍ଧନା ପ୍ରଦାନ କରା ଯାଇ ଥିଲା Ayaskant, ବୁବୁ, ପ୍ରଣତି, ପ୍ରଦୀପ୍ତ,ସଞ୍ଜୟ,ଦେବାଶିଷ,ସୁନୀତା ରଶ୍ମି,ସୁମନ, Chhabi ରେଖା, ମିଲାନିକା, ରାଧାରାଣୀ, Vishnu, ମମତା, ଚିତ, chittaranja, କାଲିପ୍ରସନ, ସଚି, ସୁଚିତ୍ରା, ପ୍ରଭୃତି ଯୋଗ ଦେଇଥିବା ବେଳେ ଅତିଥି କଳାକାର ଭାବେ ମମତା ଦାସ ଏବଂ manoranja ଦାସ ଉପସ୍ଥିତ ଥିଲେ।। ଉକ୍ତ କାର୍ଯକ୍ରମ କୁ ଉପସ୍ଥାପିକା ଅନୁସୁୟା ସାହୁ ସଂଯୋଜନା କରିଥିଲେ।












Leave a Reply