ଗଜପତିର ପ୍ରସିଦ୍ଧ ସୀତାପାହାଡ଼ରୁ ନରକଙ୍କାଳ ଉଦ୍ଧାର ପାରଳାଖେମୁଣ୍ଡି, 22/3(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା
ଗଜପତି ଜିଲ୍ଲାର ଗୋଷାଣି ବ୍ଳକର ପ୍ରସିଦ୍ଧ ସୀତାପାହାଡରୁ ନରକଙ୍କାଳକୁ ପୋଲିସ ଉଦ୍ଧାର କରିଛି। ଘଟଣାru ପ୍ରକାଶ, ଗୁରାଣ୍ଡି ଥାନା ଅନ୍ତର୍ଗତ ଘୋରଣୀ ଗ୍ରାମର କୃଷ୍ଣଚନ୍ଦ୍ର ବେହେରା (୮୧) ବୋଲି ଜଣାପଡିଛି | ସେ ଦୁଇ ମାସ ହେଲା ନିଜ ଘରକୁ ଫେରିନଥିଲେ I ବହୁ ଖୋଜାଖୋଜି ପରେ କୃଷ୍ଣଙ୍କୁ ନପାଇ ଗୁରାଣ୍ଡି ଥାନାରେ ଗତମାସ ୧୭ ତାରିଖରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା । ଗତକାଲି କିଛି ଜଣ ଭକ୍ତ ସୀତାପାହାଡ଼ରେ ଥିବା ମନ୍ଦିରରେ ପହଞ୍ଚି ପୂଜା ପାଠ ସାରି ଫେରୁଥିବା ବେଳେ ଗଳିତ ମୃତଦେହ ଦେଖିଥିଲେ I ମୃତଦେହ ଖଣ୍ଡବିଖଣ୍ଡିତ ହୋଇଯାଇଥିବା ବେଳେ କେବଳ ଶରୀରର ଅନେକାଂଶ କଙ୍କାଳ ପାଲଟି ଯାଇଥିଲା I ତାଙ୍କ ମୁଣ୍ଡ ତଥା ମୁହଁ ଭାଗ ସାମାନ୍ୟ ଠିକ୍ ରହିଥିବା ଏବଂ ସେ ପିନ୍ଧିଥିବା ପୋଷାକ ଓ ଜୋତା ଆଦି ପଡିଥିଲା | କୃଷ୍ଣଚନ୍ଦ୍ର ନିଖୋଜ ସମ୍ପର୍କରେ ଜାଣିଥିଲେ ଗ୍ରାମବାସୀ | ସନ୍ଦେହ କରି ମୃତ କୃଷ୍ଣଚନ୍ଦ୍ରଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ | ପରେ ମୃତକଙ୍କ ପୁଅ ବାସୁଦେବ ବେହେରା ଏବଂ ଘରୋଣି ଗ୍ରାମବାସୀ ପହଞ୍ଚି ଗଳିତ ମୃତ ଦେହକୁ ଦେଖ୍ ଚିହ୍ନଟ କରିଥିଲେ | ଘଟଣା ସ୍ଥଳଟି ଗୁରାଣ୍ଡି ନା ଗାରାବନ୍ଧ ଥାନା ଅଧୀନରେ ହୋଇଛି ତାକୁ ନେଇ ଦୀର୍ଘ ସମୟ ଧରି ଉଭୟ ଥାନା ପୁଲିସ ମଧ୍ୟରେ ଦ୍ୱନ୍ଦ୍ବ ପ୍ରକାଶ ପାଇଥିଲା I ମୃତଦେହ ଠାବ ହୋଇଥିବା ସ୍ଥାନ ଗୁରାଣ୍ଡି ଥାନା ଅଞ୍ଚଳର ହୋଇଥିବା ସତ୍ତ୍ୱେ ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ ନିସିକାଙ୍କ ନେତୃତ୍ବରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଅନ୍ୟପକ୍ଷରେ ମୃତ କୃଷ୍ଣଚନ୍ଦ୍ର ମାନସିକ ବିକାରଗ୍ରସ୍ତ ହୋଇଥିବାରୁ କେତେବେଳେ କେଉଁଠି ରହୁଥିଲେ ତ ସମୟେ ସମୟେ ନିଜ ଘରକୁ ଯାଇ କିଛି ଦିନ ରହଣି କରି ପୁଣି କେଉଁଆଡେ ଚାଲିଯାଉଥିଲେ। ଗତ ଦୁଇ ମାସ ହେଲା ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଗୁରାଣ୍ଡି ଥାନାରେ ନିଖୋଜ ମାମଲା ରୁଜୁ କରିଥଲେ ବୋଲି ପୁଅ ବାସଦେବ କହିଛନ୍ତି। ବର୍ତ୍ତମାନ ଗାରାବନ୍ଧ ପୋଲିସ ଘଟଣା ନେଇ ମକଦ୍ଦମା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି.
ଗଜପତିରେ ପିଇବା ପାଣିର ସଙ୍କଟ….. ଲୋକେ 2 କିମି ପାଦ ଚଲାରେ ଯାଇ ଏକ ନାଳରୁ ସଂଗ୍ରହ କରୁଛନ୍ତି ପାଣି ପାରଳାଖେମୁଣ୍ଡି, 22/3(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲାରେ ଖରାଦିନ ଆରମ୍ଭରୁ ପିଇବା ପାଣିର ଘୋର ଅଭାବ ପରିଲକ୍ଷିତ ହୋଇଛି. ଏପରିକି ଅନେକ ଜାଗାରେ ପିଇବା ପାଣି ସଂଗ୍ରହ କରିବା ପାଇଁ ଲୋକେ ବହୁ ଦୁଃଖ ଯନ୍ତ୍ରଣା ପାଉଛନ୍ତି. ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ଲାଇଲାଇ ଗାଁରେ ଜଳ ସଙ୍କଟ ଦେଖାଦେଇଛି. ଲୋକେ ପିଇବା ପାଣି ପାଇଁ 2 କିମି ଦୂରରେ ଥିବା ଏକ ନାଳରୁ ପିଇବା ପାଣି ସଂଗ୍ରହ କରି ଆଣୁଥିବା ଲକ୍ଷ୍ୟ କରାଯାଇଛି. ଏହି ଗ୍ରାମବାସୀମାନେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି, ଲାଇଲାଇ ଗ୍ରାମରେ 1 ହଜାରରୁ ଉର୍ଦ୍ଧ ଗ୍ରାମବାସୀ ବସବାସ କରୁଛନ୍ତି. ଏହି ଗ୍ରାମରେ 3 ଗୋଟି ନଳକୂଅ ରହିଛି. ହେଲେ ସେଥିରୁ ନିର୍ଗତ ହେଉଥିବା ପାଣିକୁ କେହି ବ୍ୟବହାର କରିପାରୁନାହାନ୍ତି. ତେଣୁ ଲୋକେ ଗାଁ ଠାରୁ 2 କିମି ଦୂରରେ ରହିଥିବା ଏକ ପାହାଡିଆ ନାଳରୁ ପିଇବା ପାଣି ସଂଗ୍ରହ କରି ଆଣୁଛନ୍ତି. ଏହି ପାଣି ହିଁ ସେମାନଙ୍କ ପିଇବା, ରୋଷେଇ ସମେତ ନିତ୍ୟ ବ୍ୟବହାର କରାଯାଉଛି. ଏହି ନାଳ ପାଣି ବ୍ୟବହାର ଦ୍ୱାରା ବେଳେବେଳେ ଏହି ଗ୍ରାମବାସୀମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ପ୍ରକାଶ କରି କହିଛନ୍ତି ପ୍ରଶାସନ ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଲାଇଲାଇ ଗ୍ରାମରେ ପାଣିର ସୁବ୍ୟବସ୍ଥା କରନ୍ତୁ. ଘଟଣା ନେଇ ଆମ ପ୍ରତିନିଧି ଗଜପତି ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀଙ୍କୁ ମୋବାଇଲ ଦ୍ୱାରା ଯୋଗାଯୋଗ କରିଥିଲେ. ହେଲେ ଆଜି ରବିବାର ଥିବା ଯୋଗୁଁ ସେ କୌଣସି ଉତ୍ତର ଦେଇପାରିନାହାନ୍ତି.
ବିଜେପିର ମିଶ୍ରଣ ପର୍ବ……. ଗଜପତିର ପୂର୍ବତନ ଜିଲ୍ଲା ଯୁବ ସଭାପତି ଏସ. ଲିଙ୍ଗରାଜଙ୍କ ସମେତ ବହୁ ନେତା ବିଜେପିରେ ସାମିଲ ହେଲେ ପାରଳାଖେମୁଣ୍ଡି, 22/3(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲା ବିଜୁ ଜନତା ଦଳର ପୂର୍ବତନ ଜିଲ୍ଲା ଯୁବ ସଭାପତିଙ୍କ ସମେତ ତାଙ୍କର ବହୁ ସମର୍ଥକ ଆଜି ବିଜେଡି ଦଳ ପରିତ୍ୟାଗ କରି ବିଜେପି ଦଳରେ ସାମିଲ ହୋଇଛନ୍ତି. ପାରଳାଖେମୁଣ୍ଡି ବିଜୁ କଲ୍ୟାଣ ମଣ୍ଡପ ଠାରେ ଆଜି ବିଜେପି ଦଳର ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି. ବିଜେପି ଜିଲ୍ଲା ସଭାପତିଙ୍କ ଅଧକ୍ଷତାରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଗଜପତି ଜିଲ୍ଲା ବିଜେପିର ପ୍ରଭାରୀ ବିଶ୍ୱେଶ୍ଵର ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପାରଳାର ପୂର୍ବତନ ବିଧାୟକ ତଥା ରାଜ୍ୟ ଉପସଭାପତି କେ.ନାରାୟଣ ରାଓ, ବରିଷ୍ଠ ବିଜେପି ନେତା ପ୍ରଶାନ୍ତ ମଲ୍ଲିକ, ପାରଳା ମୁନିସିପାଲିଟିର ପୂର୍ବତନ ଚେୟାରମ୍ୟାନ ତଥା ବରିଷ୍ଠ ବିଜେପି ନେତା ନରସିଂହ ପଟ୍ଟନାୟକଙ୍କ ସମେତ ବହୁ ବିଜେପି ନେତା ଏଥିରେ ସାମିଲ ହୋଇଥିଲେ. ଆଜିର ଏହି ମିଶ୍ରଣ ପର୍ବରେ ଗଜପତିର ପୂର୍ବତନ ବିଜେଡି ଜିଲ୍ଲା ଯୁବ ସଭାପତି ଏସ. ଲିଙ୍ଗରାଜଙ୍କ ସମେତ ତାଙ୍କର ବହୁ ସମର୍ଥକ ବିଜେଡି ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ. ବିଜେପି ଦଳକୁ ଗଜପତି ଜିଲ୍ଲାରେ ଆହୁରି ଅଧିକ ଶକ୍ତିଶାଳୀ କରିବା ପାଇଁ ମୁଁ ବିଜେପିରେ ସାମିଲ ହେଲି ବୋଲି ଶ୍ରୀ ଲିଙ୍ଗରାଜ ପ୍ରକାଶ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନ, ଜନ ହିତକର କାର୍ଯ୍ୟ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିକଶିତ ଓଡ଼ିଶାର ସମସ୍ତ ବାର୍ତ୍ତାକୁ ସାଧାରଣଙ୍କ ନିକଟରେ ପହଞ୍ଚାଇ ଗଜପତି ଜିଲ୍ଲାରେ ବିଜେପି ଦଳର ସଂଗଠନ ଆହୁରି ମଜବୁତ କରିବା ପାଇଁ କାର୍ଯ୍ୟ କରିଵି. ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ଵରୁ ବରିଷ୍ଠ ନେତା ଲିଙ୍ଗରାଜ ଓ ତାଙ୍କ ସହ ବହୁ ନେତା ଓ ସମର୍ଥକ ବିଜେପିରେ ସାମିଲ ହୋଇଥିବା ଯୋଗୁଁ ଆଗାମୀ ନିର୍ବାଚନ ଗୁଡିକରେ ବିଜେପି ଦଳ ବହୁତ ଭଲ ପ୍ରଦଶନ କରିବ ବୋଲି ମୁଖ୍ୟ ଅତିଥି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି.
ଆଶାଲତା ପାଣିଗ୍ରାହୀଙ୍କ ଓଡ଼ିଆ ସାହିତ୍ୟର ସ୍ୱରୋଦୟ ପୁସ୍ତକ ଲୋକାର୍ପିତ
ପାରଳାଖେମୁଣ୍ଡି, 22/3(ତାରିଣୀ ପ୍ରସାଦ ପଣ୍ଡା ):

ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ କକ୍ଷଠାରେ ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନ ତରଫରୁ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷୟିତ୍ରୀ ଆଶାଲତା ପାଣିଗ୍ରାହୀଙ୍କ ଲିଖିତ “ଓଡ଼ିଆ ସାହିତ୍ୟର ସ୍ୱରୋଦୟ” ପୁସ୍ତକ ଲୋକାର୍ପିତ ବୋଇଲେ। ଏହି ଭବ୍ୟ ସମାରୋହରେ ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ଯ ଅତିଥି, ନରେନ୍ଦ୍ରପୁର ମହାବିଦ୍ୟାଳୟର ଅଧ୍ଯକ୍ଷ ଡ. ହ୍ରୁଷିକେଷ ପଣ୍ଡା ମୁଖ୍ଯ ବକ୍ତା ତଥା ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି (ସ୍ୱୟଂଶାସିତ) ମହାବିଦ୍ୟାଳୟର ଓଡିଆ ବିଭାଗର ମୁଖ୍ଯ ଡ. ବିପ୍ଳବରଂଜନ ପ୍ରଧାନ ଓ ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ଡ. କଲ୍ୟାଣୀ ମିଶ୍ର ଯଥାକ୍ରମେ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ।ମୁଖ୍ୟ ବକ୍ତା ନିଜ ବକ୍ତବ୍ଯରେ ଲେଖିକାଙ୍କ ସୁନ୍ଦର ପ୍ରୟାସକୁ ତାରିଫ କରିଥିଲେ। ୩୮ ଅଧ୍ୟାୟ ବିଶିଷ୍ଟ ଏହି ପୁସ୍ତକେର ରୀତି ଯୁଗରୁ ଆଧୁନିକ ଯୁଗର ଓଡିଆ ସାହିତ୍ୟର ସୁନ୍ଦର ଅନୁଶୀଳନ କରାଯାଇଛି। ସରଳ ଓ ସାବଲୀଳ ଲେଖା ନିଶ୍ଚିତ ଭାବେ ପାଠକ/ପାଠିକା ମାନଂକ ଭିତରେ ଆଗ୍ରହ ସ୍ରୁଷ୍ଟି କରିବ। ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ମାନେ ଏହି ପୁସ୍ତକର ପ୍ରତ୍ୟେକ ଦ୍ରୁଷ୍ଟିକୋଣର ନିଜ ଅନୁଧ୍ଯାନ ସଂପର୍କରେ ବୁଝାଇଥିଲେ।ଏହି ଅବସରରେ କବି କେଶରୀ ନବକିଶୋର ମହାରଣାଙ୍କୁ ସମ୍ମାନିତ କରାଯାଇଥିଲା।ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟ ସରୋଜ କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବବିତା ପୁରୋହିତ ଅତିଥି ମାନଂକ ପରିଚୟ ପ୍ରଦାନ କରିଥିଲେ। ଅମୂଲ୍ଯ କୁମାର ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ଓ ତ୍ରିପତି ପ୍ରସାଦ ପଣ୍ଡା ଧନ୍ଯବାଦ ଅର୍ପଣ କରିଥିଲେ। ଲେଖିକାଙ୍କ ଦୁଇ ପୁତ୍ର ଅକ୍ଷୟ ଓ ଅମ୍ରିତ ତଥା ଦୁଇ ବୋହୁ ସରିତା ଓ ସ୍ଵାତୀଂକ ସହ ସମସ୍ତ ପରିବାରବର୍ଗ ଉପସ୍ଥିତ ଥିଲେ।












Leave a Reply