Spread the love

ଗୁରୁଦେବଜୀ ଫାଉଣ୍ଡେସନ ପକ୍ଷରୁ “ ବିଶ୍ୱ ଖୁସି ଦିବସ ତଥା ଆର୍ଟ ଅଫ୍ ସ୍ମାଇଲଲିଙ୍ଗ୍ ପ୍ରତିଷ୍ଠା ଦିବସ” ପାଳିତ ।

ଢେଙ୍କାନାଳ (ଦର୍ଶନ ସମୀକ୍ଷା)

ସଦରବ୍ଲକ ବୋରାପଦା ସ୍ଥିତ ଢେଙ୍କାନାଳ ସରକାରୀ ଆଇ.ଟି.ଆଇ ପରିସରରେ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ ଖୁସି ଦିବସ ତଥା ଇଣ୍ଟରନ୍ୟାସନାଲ ଡେ ଅଫ ହାପିନେସ୍ ଉପଲକ୍ଷେ ଅନୁଷ୍ଠାନ ପକ୍ଷରୁ ଏହି “ଆର୍ଟ ଅଫ୍ ସ୍ମାଇଲିଙ୍ଗ୍ ଡେ” ପାଳନ କରାଯାଇଛି । ଏହି ଖୁସି ଦିବସ ୨୦୧୩ ମସିହା ଠାରୁ ୟୁନାଇଟେଡ଼ ନେସନ ମାର୍ଚ୍ଚ ୨୦ ତାରିଖରେ ପାଳନ କରିଆସୁଛି । ଏହି ଦିବସର ମୂଳ ଲକ୍ଷ୍ୟ ସମାଜରେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିବା ଓ ଏହାର ଗୁରୁତ୍ଵକୁ ସମସ୍ତଙ୍କୁ ସଚେତନ କରିବା ସଙ୍ଗେ ସଙ୍ଗେ ଆନନ୍ଦ ପ୍ରଦାନ କରିବାର କଳା ଓ କୌଶଳକୁ ଆପଣେଇବା ।
ଖୁସି ଜୀବନରେ ସମସ୍ତଙ୍କର ମୌଳିକ ଲକ୍ଷ୍ୟ । ୟୁନାଇଟେଡ଼ ନେସନ ଏହି ଦିବସକୁ ପାଳନ କରିବା ପାଇଁ ସମସ୍ତ ବର୍ଗର ବ୍ୟକ୍ତି, ଶିକ୍ଷାନୁଷ୍ଠାନ, ବ୍ୟବସାୟୀକ ଅନୁଷ୍ଠାନ ଓ ସରକାରଙ୍କୁ ସ୍ୱାଗତ ଜଣାଇବା ସହ ସମସ୍ତେ ଏହି ଆନନ୍ଦର ଦିବସକୁ ପାଳନ କଲେ ସମସ୍ତେ ଦୀର୍ଘାୟୁ ହେବା ସହିତ ଦୈନଦିନ ଜୀବନ ଆନନ୍ଦ ମୟ ହେଇପାରିବ । ଏହି ଅବସରରେ ଆଜି ଆଇ.ଟି.ଆଇ. ପରିସରରେ ଛାତ୍ରଛାତ୍ରୀ ମାନେ ହସକଥା, କୌତୁକିଆ ଅଭିନୟ, ନୃତ୍ୟ, ଗୀତ ଓ ହସାଶନ ଦ୍ୱାରା ଏହି ଦିବସ ପାଳନ କରିଥିଲେ । ଏଥିରେ ତାଲିମ କେନ୍ଦ୍ରର ଟ୍ରେନିଂ ଅଫିସର ନିରୂପମା ବେହେରା ଉପସ୍ଥିତରହି ଖୁସି ଦିବସର ଆବଶ୍ୟକତା ଉପରେ ମତ ପ୍ରକାଶ କରିବା ସହ ଏହାର ପ୍ରତିଷ୍ଠାତାଙ୍କ ପ୍ରଚେଷ୍ଟା ପାଇଁ ପ୍ରସଂଶା କରିଥିଲେ । ଗୁରୁଦେଵଜୀ ଫାଉଣ୍ଡେସନର ଅଧ୍ୟକ୍ଷ ଇଂ ସୌମ୍ୟବ୍ରତ ସାହୁ ତାଙ୍କ ବକ୍ତବ୍ୟରେ ଖୁସି ଜୀବନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମତ ପ୍ରକାଶ କରିବା ସହିତ ନିଜେ ଖୁସି ରୁହନ୍ତୁ ଅନ୍ୟଙ୍କୁ ଖୁସି ବାଣ୍ଟନ୍ତୁ ବୋଲି ମତ ପ୍ରଦାନ କରିଥିଲେ, ଏହି କାର୍ଯ୍ୟକ୍ରମରେ ମହାଦେବ ବାହିନୀର ମନୋରଞ୍ଜନ ଜେନା ଜୀବନରେ ଆଧ୍ଯାତ୍ମିକତା ଓ ଭଜନ କୀର୍ତ୍ତନ ଖୁସି ପ୍ରଦାନ କରିଥାଏ ବୋଲି କହିଥିଲେ ଏବଂ ତାଲିମ କେନ୍ଦ୍ରର ଚେଞ୍ଜ ଲିଡର ଅନୀଲ କୁମାର ସାହୁ, ମହେଶ ପ୍ରଧାନ ଏବଂ ଅନ୍ୟାନ୍ୟ ତାଲିମଦାତା ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

ଇଂ ସୌମ୍ୟବ୍ରତ ସାହୁ
ପ୍ରତିଷ୍ଠାତା, ଆର୍ଟ ଅଫ ସ୍ମାଇଲିଙ୍ଗ
ଅଧ୍ୟକ୍ଷ, ଗୁରୁଦେଵଜୀ ଫାଉଣ୍ଡେସନ

Leave a Reply

Your email address will not be published. Required fields are marked *