Spread the love

ଅଣସ୍ଵାକ୍ଷରଙ୍କୁ ଶିକ୍ଷାବିଭାଗର ନବଭାରତ ସ୍ଵାକ୍ଷରତା କାର୍ଯ୍ୟକ୍ରମ
ଖଜୁରିଆ କଟା ୨୦ /୩(ଦର୍ଶନ ସମୀକ୍ଷା)
ଖଜୁରିଆକଟା -ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ନବଭାରତ ସ୍ଵାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଅଣସ୍ଵାକ୍ଷରତା ନିରାକରଣ ପାଇଁ ଏକ ପରୀକ୍ଷା ଏଫଏଲଏନଏଟି(FLNAT) ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହାର ମୁଖ୍ୟ ଲକ୍ଷ ହେଲା ଅଣ ସ୍ଵାକ୍ଷରଙ୍କୁ ଲେଖିବା, ପଢିବା,ଅକ୍ଷର ଲେଖା ଅଭ୍ୟାସ ସହ ଶିକ୍ଷିତ ଅଭିଯାନକୁ ତ୍ୱରାନ୍ୱିତ କରାଇବା ଯାହାକି ଆଜିର ସମାଜରେ ଅପରିହାର୍ଯ୍ୟ ବୋଲି ଆୟୋଜକ ମାନେ ମତ ପ୍ରକାଶ କରିଛନ୍ତି।ହିନ୍ଦୋଳ ବ୍ଲକ ଗୋଷ୍ଠୀଶିକ୍ଷା ଅଧିକାରୀ ହରିହର ଦେହୁରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ନୋଡାଲ ତଥା ସହ-ଶିକ୍ଷାଅଧିକାରୀ ପ୍ରକାଶ କୁମାର ପ୍ରଧାନ, ୧୭ଜଣ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିଭିନ୍ନ ପରୀକ୍ଷାକେନ୍ଦ୍ର ପରିଦର୍ଶନ କରି ବିଭିନ୍ନ ବ୍ୟବସ୍ଥା ସମ୍ବନ୍ଧରେ ତଦାରଖ କରିଥିଲେ।ତେବେ ୧୮୩ପରୀକ୍ଷା କେନ୍ଦ୍ରରେ ୬୫୭ଜଣ ପୁରୁଷ ଓ ୨୧୪୯ମହିଳା ସର୍ବମୋଟ ୨୮୦୭ଜଣ ଅଣସ୍ଵାକ୍ଷର ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ।ତେବେ ରାଜ୍ୟ ଶିକ୍ଷାବିଭାଗ ଯୋଜନା ଅନୁଯାଇ ହିନ୍ଦୋଳ ବ୍ଲକ ଶିକ୍ଷାବିଭାଗ ପକ୍ଷରୁ ଅଣସ୍ଵାକ୍ଷରଙ୍କୁ ସ୍ଵାକ୍ଷର କରିବା ଅଭିଯାନଙ୍କୁ ଅଞ୍ଚଳବାସି ଉଚ୍ଚପ୍ରଶଂସା କରିଛନ୍ତି

Leave a Reply

Your email address will not be published. Required fields are marked *