ଡ଼ଃ ପ୍ରମୋଦ ମଲ୍ଲିକଙ୍କ ଦ୍ବାରା ନୂତନ ଇଦଗାହ ଉଦଘାଟିତ
ଫୁଲନଖରା, ୧୯/୩ (ଦର୍ଶନ ସମୀକ୍ଷା) : କଟକ ସଦର ଥାନା ଅନ୍ତର୍ଗତ କୁରାଙ୍ଗପ୍ରଧାନ ମୌଜାରେ ଏକ ନୂତନ ଇଦଗାହ (ସମୁହ ନମାଜ ପାଠ ସ୍ଥଳ) ପ୍ରାକ୍ତନ ବିଧାୟକ ଡାକ୍ତର ପ୍ରଫେସର ପ୍ରମୋଦ କୁମାର ମଲ୍ଲିକଙ୍କ ଦ୍ବାରା ଉଦଘାଟିତ ହୋଇଛି । ପବିତ୍ର ରମଜାନ ମାସର ଅନ୍ତିମ ଦିବସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚ ସୁରେଶ ଭୋଇ, ବାରଙ୍ଗ ବ୍ଳକ ଉପାଧ୍ଯକ୍ଷା ବିରାଜିନୀ ମଲ୍ଲିକଙ୍କ ପ୍ରତିନିଧ ଭରତ କୁମାର ସାମଲ, ଯୁବ ସଂଗଠକ ବିଶ୍ଵରଞ୍ଜନ ସାହୁ, ସର୍ଦ୍ଦାର ସାହେବଜାନ ମହମ୍ମଦ, ମହମ୍ମଦ ସଫିରାଜୁଦ୍ଦିନ, ମହମ୍ମଦ ଅଲ୍ଲାଉଦ୍ଦିନ, ମୋକିମୁଦ୍ଦିନ ଖାଁ, କଲିମ ଖାଁ, ମହମ୍ମଦ ନୁର, ମୋଇଦିନ ମହମ୍ମଦ, ମୁକ୍ତାର ମହମ୍ମଦ, ଆବାସ ଅଲୀ ଖାଁ, ଶେଖ ଦିଲଜାନ, ସବୀର ଅଲୀ ଖାଁ, ରାକେଶ ଜେନା, ଘନଶ୍ୟାମ ପାତ୍ର, ହୃଷିକେଶ ଛୋଟରାୟ ଓ କଟକ ସଦର ପ୍ରେସ କ୍ଳବ ସଭାପତି ସୁରେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାକ୍ତନ ବିଧାୟକ ଶ୍ରୀଯୁକ୍ତ ମଲ୍ଲିକ ୮ହଜାର ବର୍ଗଫୁଟ ବିଶିଷ୍ଟ ଏହି ନମାଜ ପାଠ ସ୍ଥଳ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦ଲକ୍ଷ ଟଙ୍କା ବ୍ୟୟ ବରାଦ କରିଥିଲେ । ବର୍ତ୍ତମାନ ଏହା ସମ୍ପୁର୍ଣ୍ଣ ହୋଇଥିବାରୁ ଅଞ୍ଚଳ ବାସୀ ମାନେ ଖୁସି ବ୍ୟକ୍ତ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶାହାଜାନ ମହମ୍ମଦ, ମହମ୍ମଦ ଫରାଜୁଦ୍ଦିନ, ଜହରଅଲୀ ଖାଁ, ଶେଖ ଅତାଉଲା ଓ ଅସାତ ଖାଁ ପ୍ରମୁଖ ଉପସ୍ଥିତ ଥିଲେ ।












Leave a Reply