ଆସିକା ଗଂଜାମ //କାଙ୍ଗାରୁ କୋର୍ଟରେ ଦଣ୍ଡ, ବିଦ୍ୟୁତ ଖୁଣ୍ଟ ରେ ଚାରି ଜଣକୁ ବାନ୍ଧିବାର ଭିଡିଓ ଭାଇରାଲ, ମହିଳା ଙ୍କ ସହିତ ତାଙ୍କ ପୁଅ ଓ ଅନ୍ୟ ଦୁଇ ଜଣ କୁ ବିଦ୍ୟୁତ ଖୁଣ୍ଟ ରେ ବାନ୍ଧି ନିସ୍ତୁକ ମାଡ଼ମାରିଲେ

Spread the love

କାଙ୍ଗାରୁ କୋର୍ଟରେ ଦଣ୍ଡ, ବିଦ୍ୟୁତ ଖୁଣ୍ଟ ରେ ଚାରି ଜଣକୁ ବାନ୍ଧିବାର ଭିଡିଓ ଭାଇରାଲ

ମହିଳା ଙ୍କ ସହିତ ତାଙ୍କ ପୁଅ ଓ ଅନ୍ୟ ଦୁଇ ଜଣ କୁ ବିଦ୍ୟୁତ ଖୁଣ୍ଟ ରେ ବାନ୍ଧି ନିସ୍ତୁକ ମାଡ଼। ଏପରି କାଙ୍ଗାରୁ କୋର୍ଟ ରେ ଦଣ୍ଡ ଦେବାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଘଟଣା ଟି ଆସିକା ବ୍ଳକ କୋଟିନଡ଼ା ଥାନା ଭେଟନୟୀ ଗ୍ରାମ ର ଧୋବା ସାହି ର ହୋଇଥିବା ବେଳେ ଗତ ଦୁଇ ଦିନ ପୂର୍ବେ ମହିଳା ଜଣକୁ ତାଙ୍କ ପୁଅ ସହିତ ଅନ୍ୟ ଦୁଇ ଜଣ ଯୁବକ ଙ୍କୁ ମାଡ଼ ମାରିବା ନିକଟରେ ଥିବା ବିଦ୍ୟୁତ ଖୁଣ୍ଟ ରେ ବାନ୍ଧିଥିବା ସମୟରେ ପୋଲିସ ପହଁଚି ସମସ୍ତ ଙ୍କୁ ଉଦ୍ଧାର କରିଛି।ଏହି ଘଟଣା ରେ ପୋଲିସ ନିକଟରେ ମହିଳା ଜଣକ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଚଢ଼ାଉ ଜାରି ରଖିଛି। ଶୀଘ୍ର ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଦାମୋଦର ବିହାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *