ଗଜପତି : ଗୋଷାଣୀ ବ୍ଲକର ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ବିଦ୍ୟାବତୀଙ୍କ ପରଲୋକ ପାରଳାଖେମୁଣ୍ଡି, 16/3(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା
ଗଜପତି ଜିଲ୍ଲାରେ ଗୋଷାଣି ବ୍ଲକର ପୂର୍ବତନ ଉପାଧ୍ଯକ୍ଷା ବିଦ୍ୟାବତୀ ଜେନା ( ୬୩) ଙ୍କ ପରଲୋକ ଘଟିଛି। ସେ ଗୁରାଣ୍ଡି ଗ୍ରାମରେ ବାସ କରୁଥିଲେ. ବରିଷ୍ଠ କଂଗ୍ରେସ ନେତା ତଥା ଗୋଷଣୀ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସ୍ଵର୍ଗତ ଦୁର୍ଯ୍ୟୋଧନ ଜେନା ବିଦ୍ୟାବତୀ ଜେନାଙ୍କ ଶଶୁର ଅଟନ୍ତି. ସ୍ବର୍ଗତ ବିଦ୍ୟାବତୀ ଜେନା ୨୦୦୨ ରୁ ୨୦୦୬ ମସିହା ମଧ୍ୟରେ ଗୋଷାଣୀ ବ୍ଲକର ଉପାଧ୍ଯକ୍ଷା ଭାବେ ଦାୟିତ୍ବ ତୁଲାଇଥିଲେ ।

ଏହି ପଦରେ ଥିବା ସମୟରେ ବ୍ଲକର ବହୁ ଉନ୍ନୟନମୂଳକ କାର୍ଯ୍ୟ କରିଥିବାର ସ୍ମୃତିଚାରଣ କରିଛନ୍ତି ଲୋକେ। ତାଙ୍କର ବିୟୋଗରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ, ଜିଲ୍ଲା ପରିଷଦ ସଭାପତି ଜି.ତିରୁପତି ରାଓ, ଗୋଷାଣି ବ୍ଲକ ଅଧ୍ୟକ୍ଷ ଏନ୍. ବୀରରାଜୁ ସମେତ ଗୁରାଣ୍ଡି ସରପଞ୍ଚ ଶିଳ୍ପା ପାତ୍ର, ସମାଜସେବୀ ଉମାଶଙ୍କର ପାତ୍ର, ଗୁରାଣ୍ଡି ବରିଷ୍ଠ ନାଗରିକ ମଞ୍ଚ ସମସ୍ତ ସଦସ୍ୟ ଦୁଃଖ ପ୍ରକାଶ କରିଛନ୍ତି।
ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମଣ୍ଡି,୧୬.୦୩(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝୀ,ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଅନୁପ ପଣ୍ଡା , ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଅଂଶୁମାନ ମହାପାତ୍ର ଅଭିଯୋଗ ଶୁଣାଣୀରେ ଯୋଗଦାନ କରି ଗୋଷାଣୀ ବ୍ଲକ ପଞ୍ଚାୟତ ସମିତିର ସମୁଦାୟ ମୋଟ- ୧୦୩ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା- ୫୯ ଗୋଟି,ଗ୍ରାମ ଭିତ୍ତିକ ସମସ୍ୟା -୪୪ ଗୋଟି ଅଭିଯୋଗ ଆସିଥିଲା । ଅନ୍ୟ ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି। ସେହିପରି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜଣ ଦିବ୍ୟାଙ୍ଗକୁ ବିବାହ ପ୍ରୋତ୍ସାହନ ରାଶି ୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି ଓ ୫ଜଣଙ୍କୁ ନୂତନ ପେନସନ ଯୋଜନାରେ ସାମିଲ କରାଯାଇଛି । ସେହିପରି ୩୦ ଜଣଙ୍କୁ ଜମି ଉତ୍ତରାଧିକାରୀ ଜମିପଟ୍ଟା ପ୍ରଦାନ କରାଯାଇଛି। ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା,ଜମି ପଟ୍ଟା,ମନରେଗା,ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା,ଜଳ ସେଚନ ରାସ୍ତା ଓ ସ୍ଵାସ୍ଥ୍ୟ ସମସ୍ୟା ବୋଲି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା ।
ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ରେ ଗୋଷାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଏନ୍.ବୀରାରାଜୁ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋର ଚନ୍ଦ୍ର ପଟ୍ଟନାୟକ,ପାରଳାଖେମୁଣ୍ଡି ତହସିଲଦାର ନାରାୟଣ ବେହେରା ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଓ ସ୍ଥାନୀୟ ଜନପ୍ରତିନିଧି ପ୍ରମୁଖ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ।
ଗଜପତି ସମାଜ କଲ୍ୟାଣ ବିଭାଗ, ଏସ:ଡବ୍ଲ୍ୟୁ:ଡବ୍ଲ୍ୟୁ:ଏସ: ଓ ସଖୀ ୱାନ ଷ୍ଟପ କେନ୍ଦ୍ର ତରଫରୁ ମହିଳାଙ୍କ ପାଇଁ ସଚେତନ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି, 17/3 (ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧୀ ସ୍ମୃତି ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗ ପକ୍ଷରୁ ଏସ:ଡବ୍ଲ୍ୟୁ:ଡବ୍ଲ୍ୟୁ:ଏସ: ଓ ସଖୀ ୱାନ ଷ୍ଟପ କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ମହିଳା ମାନଙ୍କ ଅଧ ଅଧୂକାର ଓ ସୁରକ୍ଷା ସମ୍ପର୍କିତ ଏକ ।ଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ହୋଇଯାଇଛି । ସମାଜସେବୀ ତଥା ତୃତୀୟ ଲିଙ୍ଗି ସମାଜର ଜିଲ୍ଲା ସମ୍ପାଦିକା ଜସ୍ମିନ ସେଖ ଙ୍କ ସହଯୋଗ ଓ ପରିଚାଳନାରେ ଏହି ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଏସ:ଡବ୍ଲ୍ୟୁ:ଡବ୍ଲ୍ୟୁ:ଏସ:- ଟିଆଇ: ପ୍ରକଳ୍ପ ପରିଚାଳିକା ପି: ସୁନିତା ,କାଉନସିଲର ଏ: ମମତା, ଓ:ଆର:ଡବ୍ଲ୍ୟୁ:- ଉର୍ବଶୀ ଜେନା, ସଖୀ ୱାନ ଷ୍ଟେପ କେନ୍ଦ୍ରର ସୁନିତା ବେହେରା ଜିଲ୍ଲା ସମାଜ କଲ୍ୟାଣ ବିଭାଗର ଗାୟତ୍ରୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ମଞ୍ଚାସିନ ଥିଲେ । ଏହି ମଞ୍ଚାସିନ ଅତିଥ୍ ମାନେ ଉପସ୍ଥିତ ମହିଳା ମାନଙ୍କୁ ମୁଖ୍ୟତଃ ଭାବେ ବାଲ୍ୟ ବିବାହ ନିଷେଧ, ମହିଳା ମାନଙ୍କ ସୁରକ୍ଷା ଓ ସେମାନଙ୍କ ଅଧୂକାର, ସଶକ୍ତିକରଣ, ହେଲ୍ସ ଲାଇନ-୧୦୯୮, ଏମ:କେ:ବି:ୱାଇ:, ଶକ୍ତି ସଦନ ଓ ଓ:ଏସ:ସି: ର ସାହାଯ୍ୟ, ନ୍ୟାୟ ଓ ସମ୍ମାନ ଏଭଳିବିଭିନ୍ନ ବିଷୟ ଉପରେ ସଚେତନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ତୃତୀୟ ଲିଙ୍ଗୀ ସମାଜର ସଭାନେତ୍ରୀ ମଧୁ ବରାଡ, ଓ:ଆର:ଡବ୍ଲ୍ୟୁ: ର ଲିନୁ ସୁବୁଦ୍ଧି, ମମତା ପଟ୍ଟନାୟକ, ରମ୍ଭା ଜେନା ଓ ପ୍ରୀୟାଂଶ ଓ ଆଇ:ଏସ:ଆର:ଡି: ସଖୀ-ୱାନ ଷ୍ଟେପ କେନ୍ଦ୍ରର ସଦସ୍ୟା ତଥା କାଉନସିଲର ମାନଙ୍କ ସମେତ ୭ ନଂ: ୱାର୍ଡ ର ଗୁନ୍ଥୁୱାରୀ ସାହି ଓ ଅଞ୍ଚଳର ୫୦ ରୁ ଉର୍ଦ୍ଧ୍ବ ମହିଳା ଯୋଗ ଦେଇଥିଲେ ।
ଜଙ୍ଗଲ ସମ୍ପଦ ଓ ପରିବେଶ ସୁରକ୍ଷା ପାଇଁ ପାରଳା ଡ଼ିଏଫଓ ମୋହନା ରେଞ୍ଜ ପରିଦର୍ଶନ କଲେ ପାରଳାଖେମୁଣ୍ଡି, 17/3(ତାରିଣୀ ପ୍ରସାଦ ପଣ୍ଡା ):

ପାରଳାଖେମୁଣ୍ଡି ଡ଼ିଏଫଓ କେ.ନାଗାରାଜୁ ଜଙ୍ଗଲ ସମ୍ପଦ ଓ ପରିବେଶର ସୁରକ୍ଷା ଉପରେ ସମୀକ୍ଷା ପାଇଁ ମୋହନା ରେଞ୍ଜର ବିଭିନ୍ନ ବନାଞ୍ଚଳ ପରିଦର୍ଶନ କରିଛନ୍ତିI ମୁଖ୍ୟତଃ ଜଙ୍ଗଲ ଓ ପରିବେଶର ସୁରକ୍ଷା ପାଇଁ ବନାଞ୍ଚଳରେ ଅଗ୍ନିକୁ ରୋକିବା ପାଇଁ କିଭଳି ପଦକ୍ଷେପ ଗ୍ରହଣ କରାଯିବ ସେ ସବୁର ପ୍ରସ୍ତୁତି ଏବଂ ନର୍ସରୀର ପ୍ରଗତି ବିଷୟରେ ଡ଼ିଏଫଓ ଶ୍ରୀ ନାଗାରାଜୁ ସମୀକ୍ଷା କରିଥିଲେ I କ୍ଷେତ୍ର କର୍ମଚାରୀଙ୍କ ସହିତ ରେଞ୍ଜସ୍ତରୀୟ ସମୀକ୍ଷା ବୈଠକ କରିଥିଲେ. ପରେ ପାଣିଗଣ୍ଡା ସେକ୍ସନ ଅଧୀନରେ ଖଜୁରିପଡ଼ା ଅସ୍ଥାୟୀ ନର୍ସରୀ ପରିଦର୍ଶନ କରିଥିଲେ। ଏହି ନର୍ସରୀ କାର୍ଯ୍ୟର ପ୍ରଗତି ସମୀକ୍ଷା କରିଥିଲେ। ଏହାପରେ ସେ ପାଣିଗଣ୍ଡା ସେକ୍ସନରେ ଅଗ୍ନି ସଂଯୋଗ କାର୍ଯ୍ୟର ସ୍ଥିତି ଏବଂ ପ୍ରଭାବଶାଳୀତା ମୂଲ୍ୟାଙ୍କନ କରିବା ପାଇଁ ଯାଞ୍ଚ କରିଥିଲେ | କ୍ଷେତ୍ର କର୍ମଚାରୀଙ୍କ ସହିତ ଗତବର୍ଷ ଏବଂ ଚଳିତ ବର୍ଷର ଅଗ୍ନିସଂଯୋଗ କାରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ I ସେ ପାଣିଗଣ୍ଡା ବନାଞ୍ଚଳରେ ଅଗ୍ନି ସଂଯୋଗକୁ ଚିହ୍ନଟ କରିଥିଲେ. ପରେ କ୍ଷେତ୍ର କର୍ମଚାରୀ ଏବଂ ଅଗ୍ନିଶମ ସ୍ଟ୍ରାଡ୍ ସହିତ ଆଲୋଚନା କରିଥିଲେ | ଗଜପତି ଜିଲ୍ଲାରେ ଜଙ୍ଗଲ ସୁରକ୍ଷା ପାଇଁ ଅଗ୍ନି ନିବାରଣ ପରିଚାଳନା ସୁନିଶ୍ଚିତ କରିବା ପାଇଁ ସୁରକ୍ଷା, ସମୟୋଚିତ ପଦକ୍ଷେପ, ସାମୁଦାୟିକ ସମ୍ପୃକ୍ତି ଏବଂ ଉପଯୁକ୍ତ ସମନ୍ଵୟ ଉପରେ ଗୁରୁତ୍ବାରୋପ କରିଥିଲେ। ବନଖଣ୍ଡ ଅଧୂକାରୀଙ୍କ ପରିଦର୍ଶନ ସମୟରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ.












Leave a Reply