ଗଜପତି ସୋତନ୍ତ୍ର //ଆୟୁଷ୍ମାନ କାର୍ଡ ଫେଲ, ଲକ୍ଷାଧିକ ଟଙ୍କାର ଧାର କରଜ କରି ଗରୀବ ରୋଗୀଙ୍କୁ ଚିକିତ୍ସା କଲେ ଭବିଷ୍ୟତ ସହ ବିଦ୍ୟାଳୟ ପରିଚାଳନା କମିଟିର ଖେଳ ଓ ପୋଲିସ ଦ୍ୱାରା 75 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

Spread the love

ପାରଳା ସହର ଉପକଣ୍ଠର ଶାନ୍ତିନଗର ବାସିନ୍ଦା ପିଇବା ପାଣି ପାଇଁ 2 କିମି ରାସ୍ତା ପାଦ ଚଲାରେ ଯିବାକୁ ପଡୁଛି ପାରଳାଖେମୁଣ୍ଡି, 13/3(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ରହିଛି ଶାନ୍ତିନଗର ନାମରେ ଏକ ଜନବସତି. ଏଠାରେ ରହୁଛନ୍ତି 400 ପରିବାରର 1500 ରୁ ଉର୍ଦ୍ଧ ଲୋକେ. ହେଲେ ଏହି ଶାନ୍ତିନଗରରେ ପିଇବା ପାଣିର ଘୋର ଅଭାବ ପରିଲକ୍ଷିତ ହୋଇଛି. ଏଠାକାର ଲୋକେ ପ୍ରତେକ ଦିନ 2 କିମି ପାଦ ଚଲାରେ ଯାଇ ପାରଳା ମୁନିସିପାଲିଟିର 2 ନଂ ୱାର୍ଡରୁ ପିଇବା ପାଣି ଆଣୁଛନ୍ତି.

ଶାନ୍ତିନଗରର ଜନବସତିର ବାସିନ୍ଦା ସନ୍ତୋଷ ଦାସ, ମାଧବ ପଣ୍ଡା, ମୋହନ ବିଶ୍ୱାଳ, ବୈରାଗୀ ପ୍ରଧାନ, ତ୍ରିନାଥ ଜେନା ପ୍ରମୁଖ କହିଛନ୍ତି ଶାନ୍ତିନଗରରେ ଷ୍ଟାଣ୍ଡପୋଷ୍ଟ ରହିଛି. କିନ୍ତୁ ଜଳ ଯୋଗାଣ ହୋଇନାହିଁ. ତେଣୁ ଷ୍ଟାଣ୍ଡପୋଷ୍ଟ ଥାଇ ମଧ୍ୟ ପିଇବା ପାଣି ମିଳୁନାହିଁ. ଏଠାରେ ଦୁଇଟି ନଳକୂପ ରହିଥିଲା. ସେଗୁଡିକ ମଧ୍ୟ ଅଚଳ ହୋଇଯିବାରୁ ଏଥିରୁ ପାଣି ବାହାରୁ ନାହିଁ. ଶାନ୍ତିନଗରରେ 400 ରୁ ଉର୍ଦ୍ଧ ପରିବାରର 1500 ରୁ ଉର୍ଦ୍ଧ ଲୋକ ବସବାସ କରୁଛୁ. ଆମ୍ଭମାନଙ୍କ ଗାଧେଇବା ଓ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରେ ମଧ୍ୟ ପାଣିର ଘୋର ଅଭାବ ରହିଛି. ହେଲେ ପିଇବା ପାଣି ପାଇଁ ଡହଳବିକଳ ହୋଇ 2 କିମି ରାସ୍ତା ପାଦ ଚଲାରେ ଯିବାକୁ ପଡୁଛି. ବର୍ତ୍ତମାନର ପ୍ରଚଣ୍ଡ ଖରା ରୌଦ୍ରତାପରେ 2 କିମି ପାଦ ଚଲାରେ ଯାଇ ପିଇବା ପାଣି ଆଣିବା ବହୁ କଷ୍ଟ ସାଧ୍ୟ୍ୟ ହୋଇପଡିଛି. ପ୍ରଶାସନ ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେମାନେ ଦାବି ଜଣାଇଛନ୍ତି. ସମ୍ପୃକ୍ତ ଘଟଣା ନେଇ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା ଗ୍ରାମ୍ୟ ଜଳ ଯୋଗାଣ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ପ୍ରଭାତ ବେହେରାଙ୍କ ଦୃଷ୍ଟି ଆକାଷଣ କରିବାରେ ସେ କହିଥିଲେ ଘଟଣା ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ.
କାମ କରୁନି ଆୟୁଷ୍ମାନ କାର୍ଡ…… ଲକ୍ଷାଧିକ ଟଙ୍କା ଧାର କରଜ କରି ଆନ୍ଧ୍ର ନଂର୍ସିହୋମରେ ଖର୍ଚ୍ଚ କଲେ ଗଜପତିର ରୋଗୀ ପାରଳାଖେମୁଣ୍ଡି, 13/3(ତାରିଣୀ ପ୍ରସାଦ ପଣ୍ଡା ):

ମାଗଣା ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଡବଲ ଇଞ୍ଜିନ ସରକାର ଗଜପତି ଜିଲ୍ଲାରେ ବହୁ ଲୋକଙ୍କୁ ଆୟୁଷ୍ଠାନ କାର୍ଡ ପ୍ରଦାନ କରିଛନ୍ତି. ହେଲେ ଏହି କାର୍ଡ କୌଣସି କାମରେ ଆସୁନାହିଁ ବୋଲି ଅଭିଯୋଗ କରି ଜଟିଳ ରୋଗରେ ପୀଡିତ ଥିବା ଜଣେ ରୋଗୀଙ୍କ ପରିବାର ତରଫରୁ କୁହାଯାଇଛିଯେ, ଆୟୁଷ୍ମାନ କାର୍ଡ କାମରେ ଲାଗୁ ନ ଥିବା ଯୋଗୁଁ ଧାର କରଜ କରି ଆନ୍ଧ୍ରର ଘରୋଇ ନଂର୍ସିହୋମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ମଧ୍ୟ ରୋଗୀ ସୁସ୍ଥ ହୋଇ ନାହାନ୍ତି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୋଲା ଗ୍ରାମର ହୃଷି ରାଉତଙ୍କ ସ୍ତ୍ରୀ କିଡ଼ନୀ ରୋଗରେ ପୀଡିତ ଅଛନ୍ତି.

ତାଙ୍କର ଡ଼ାୟଲିସିସ କରିବା ପାଇଁ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ଅଣା ଯାଇଥିଲା. ହେଲେ ପାରଳା ଡାକ୍ତରଖାନାରେ ଡ଼ାୟଲିସିସ କେନ୍ଦ୍ର ଥାଇ ମଧ୍ୟ ବିଭିନ୍ନ ଅବ୍ୟବସ୍ଥା ଯୋଗୁଁ ରୋଗୀଙ୍କୁ ଆନ୍ଧ୍ରର ଶ୍ରୀକାକୁଲମ ଠାରେ ଥିବା ଘରୋଇ ନଂର୍ସିହୋମକୁ ପଠାଇ ଦିଆ ଯାଇଥିଲା. ପାରଳା ସରକାରୀ ଡାକ୍ତରଖାନାରେ ଏହି ରୋଗୀର ପରିବାରଙ୍କୁ କୁହାଯାଇଥିଲା ଯେ, ତୁମର ଆୟୁଷ୍ମାନ କାର୍ଡ ରହିଛି. ତେଣୁ ଆନ୍ଧ୍ରରେ ମାଗଣାରେ ଚିକିତ୍ସା ସୁବିଧା ପାଇପାରିବ. ଏହାକୁ ବିଶ୍ୱାସ କରି ଗରିବ ପରିବାରର ଲୋକେ ରୋଗୀଙ୍କୁ ଧରି ଶ୍ରୀକାକୁଲମ ନଂର୍ସିହୋମକୁ ଯାଇଥିଲେ. ହେଲେ ସେଠାରେ ଆୟୁଷ୍ମାନ କାର୍ଡ କୌଣସି ଭାବେ କାମ କରୁନଥିବା ଆନ୍ଧ୍ର ନଂର୍ସିହୋମ ତରଫରୁ ସ୍ପଷ୍ଟ ଭାବେ ଜଣାଇ ଦିଆ ଯାଇଥିଲା. ଅନ୍ୟ କୌଣସି ରାସ୍ତା ନପାଇ ପରିଶେଷରେ ଲକ୍ଷାଧିକ ଟଙ୍କାର ଧାର କରଜ କରି ରୋଗୀଙ୍କୁ ସେଠାରେ ଚିକିତ୍ସା କରିଥିଲେ. ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ରୋଗୀ ସୁସ୍ଥ ହୋଇନଥିବା ପରିବାର ତରଫରୁ ସୂଚନା ଦିଆଯାଇଛି. ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପାରଳାଖେମୁଣ୍ଡି ସରକାରୀ ଡାକ୍ତରଖାନାରେ ଆନ୍ଧ୍ର ନଂର୍ସିହୋମ ଗୁଡିକର କେତେଜଣ ଏଜେଣ୍ଟ ଓ ଦଲାଲ ରହିଛନ୍ତି. ଯେଉଁମାନେ ମାତ୍ର କିଛି ଟଙ୍କା କମିଶନ ପାଇଁ ଏଭଳି ଓଡ଼ିଶାର ରୋଗୀଙ୍କୁ ଆନ୍ଧ୍ରର ନଂର୍ସିହୋମକୁ ପଠାଉଛନ୍ତି. ଏମାନଙ୍କ ବିରୁଦ୍ଧରେ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ପାରଳା ସହରର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି.
ଗଜପତିରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ବିଦ୍ୟାଳୟ ପରିଚାଳନା କମିଟିର ଖେଳ……
ପଞ୍ଚମ ଶ୍ରେଣୀର 7 ଓ ଅଷ୍ଟମ ଶ୍ରେଣୀର 4 ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ
ପାରଳାଖେମୁଣ୍ଡି, 14/3(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତିରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ବିଦ୍ୟାଳୟ ପରିଚାଳନା କମିଟି ଖେଳ ଖେଳିବା ଯୋଗୁଁ ପଞ୍ଚମ ଶ୍ରେଣୀର 7 ଜଣ ଓ ଅଷ୍ଟମ ଶ୍ରେଣୀର 4 ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଜଣା ପଡିଛି. ସୂଚନାରୁ ପ୍ରକାଶ, ଏହି ଜିଲ୍ଲା ମୋହନାରେ ଅବସ୍ଥିତ ଏକ ମାତ୍ର ସ୍ୱତନ୍ତ୍ର ବିଦ୍ୟାଳୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ଚଳିତ ବର୍ଷ ୯ ତାରିଖରୁ ଆରମ୍ଭ ହୋଇଥିବା ବାର୍ଷିକ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷାର୍ଥୀ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପାସ୍ ଓ ଫେଲ ବ୍ୟବସ୍ଥା ସହ ବୋର୍ଡ ପରୀକ୍ଷା ଲାଗୁ ହୋଇଛିି। ଚଳିତ ବର୍ଷ ଯେଉଁ ବିଦ୍ୟାଳୟ ଗୁଡିକ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ତରଫରୁ ପରମିଶନ ଓ ଏନଓସି ପାଇଛନ୍ତି ସେ ବିଦ୍ୟାଳୟ ଗୁଡିକୁ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଵତନ୍ତ୍ର ପ୍ୟାକେଟରେ ପରୀକ୍ଷା ପ୍ରଶ୍ନପତ୍ର ଯୋଗାଇ ଦିଆଯାଉଛି। କିନ୍ତୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ୨୦୨୧-୨୨ ମସିହାରୁ ଏନଓସି ,ଭାଲିଡିଟି ସରିଯାଇଛି। ବିଦ୍ୟାଳୟ କର୍ତ୍ତୁପକ୍ଷ ରିନୁଆଲ କରିନାହାନ୍ତି। ବିଦ୍ୟାଳୟରେ ଅଧ୍ୟୟନରତ ପଞ୍ଚମ ଶ୍ରେଣୀର ୭ଜଣ ଓ ୮ମ ଶ୍ରେଣୀର ୪ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ସରକାରୀ ନଥିପତ୍ର ଠିକ୍ ନ ଥିବାରୁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରଶ୍ନପତ୍ର ମିଳିପାରିନାହିଁ। ଯାହାଫଳରେ ବିଦ୍ୟାଳୟରେ ଅଧ୍ୟୟନରତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ବର୍ତ୍ତମାନ ସେମାନଙ୍କ ଭବିଷ୍ୟତ ଅନ୍ଧକାର ବୋଲି ଅଭିଭାବକ ମାନେ କହିଛନ୍ତି। ବିଦ୍ୟାଳୟର ପରିଚାଳନା କମିଟି କେବଳ ନାମକୁ ମାତ୍ର ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏ ସଂପର୍କରେ ବିଦ୍ୟାଳୟର ସମ୍ପାଦକ ଓ ଅଧ୍ୟକ୍ଷ ସଠିକ ଉତ୍ତର ଦେଇ ପାରିନଥିବା ବେଳେ ବିଏସଏସଓ, ଡ଼ିଏସଏସଓ, ବିଇଓ, ଡ଼ିଇଓ ଏ ସମ୍ପର୍କରେ କିଛି ଜାଣିନଥିବା କହିଛନ୍ତି। ବିଦ୍ୟାଳୟରେ ଦୀର୍ଘବର୍ଷ ହେଲା ଅବ୍ୟବସ୍ଥା ଲାଗି ରହି ଆସୁଥିବାରୁ କୌଣସି ନିୟମିତ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ କର୍ମଚାରୀ କିଛି ଦିନ ରହିବା ପରେ ବିଦ୍ୟାଳୟ ଛାଡ଼ି ଚାଲିଯାଉଛନ୍ତି।କର୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଜିଲ୍ଲାର ଏକମାତ୍ର ସ୍ୱତନ୍ତ୍ର ବିଦ୍ୟାଳୟ ବିପଥଗାମୀ ହେବାକୁ ବସିଛି। ଯାହା ଫଳରେ ପାଠ ପଢ଼ା ବାଧାପ୍ରାପ୍ତ ହେବା ସହ ବିଦ୍ୟାର୍ଥୀ ମାନଙ୍କ ଭବିଷ୍ୟତ ଏବେ ଅନ୍ଧକାରରେ। ସରକାର ଖୁବ୍ ଶୀଘ୍ର ଏ ଦିଗ ପ୍ରତି ଧ୍ୟାନ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଗଜପତି ପୋଲିସ ଦ୍ୱାରା 75 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ପାରଳାଖେମୁଣ୍ଡି, 14/3(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲା ପୋଲିସ ଦ୍ୱାରା ଭିନ୍ନ ଭିନ୍ନ ଅଞ୍ଚଳରେ ଚଢାଉ କରାଯାଇ ରାଜ୍ୟ ବାହାରକୁ ଚୋରାଚାଲାଣ ପାଇଁ ଗଛିତ ଥିବା 75 ଲକ୍ଷ ଟଙ୍କାରୁ ଉର୍ଦ୍ଧ ଗଞ୍ଜେଇକୁ ଜବତ କରାଯାଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଅଡବା ଥାନା ଗୁଲୁବା ପଂଚାୟତ ଚନ୍ଦନପୁର ଗ୍ରାମ ନିକଟସ୍ଥ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ଥୁବା ପୋଲିସ ସୂଚନା ପାଇବା ପରେ ଚଢଉ କରିଥିଲା I

Oplus_131072

ପୋଲିସ ଗାଁ ନିକଟ ଜଙ୍ଗଲରୁ ଦୁଇ କୁଇଣ୍ଟାଲ ୫୧ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ପୋଲିସକୁ ଦେଖ୍ ଗଞ୍ଜେଇ ଚୋରା ମାଫିଆମାନେ ଚମ୍ପଟ ମାରିଥିବା ପୋଲିସ ସୂଚନା ପ୍ରଦାନ କରିଛି. ଜବତ ଗଞ୍ଜେଇର ଆନୁମାନିକ 25 ଲକ୍ଷ ଟଙ୍କା ହେବ ବୋଲି ଅଡବା ଥାନା ଅଧିକାରୀ ଶୁଭ୍ରନ୍ତ ପଣ୍ଡା କହିଛନ୍ତି । ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ
କରୁଛି। ସେହିପରି ଗଜପତି ଜିଲ୍ଲା ଆର୍.ଉଦୟଗିରୀ ଥାନା ସମ୍ବଲପୂର୍‌ ପଂଚାୟତ ବୁରୁସହି ଗାଁରେ ଘରେ ଘରେ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ଥିବା ପୋଲିସ ସୂଚନା ପାଇବା ପରେ ଗାଁରେ ଚଢଉ କରିଥିଲା । ପୋଲିସ ଗାଁର ତିନି ଜଣ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରି ସେଠାରୁ ୪ କୁଇଣ୍ଟାଲ ୫୫ କେଜି ଗଞ୍ଜେଇ ଜବତ କରିଛି । ଚଢ଼ଉ ପୂର୍ବରୁ ପୋଲିସକୁ ଦେଖ୍ 3 ଘରର ମାଲିକମାନେ ଫେରାର ହୋଇଯାଇଛନ୍ତି. ଏହି 3 ଗୋଟି ଘରୁ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଆର ଉଦୟଗିରି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ଜଣା ପଡିଛି.
ଗଜପତି : ନାବାଳିକାକୁ ଦୁଷ୍କର୍ମ କରି ଫେରାର ଥିବା ଅଭିଯୁକ୍ତ ଗିରଫ
ପାରଳାଖେମୁଣ୍ଡି, 14/3(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ମଳାସପଦର ଗ୍ରାମର ଜଣେ ୧୩ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରି ଫେରାର ଥିବା ସେହି ଗ୍ରାମର ତାରିଣୀ ପ୍ରଧାନକୁ ପୁଲିସ ମୋହନାରୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସର ସୂଚନା ପ୍ରକାରେ ମଳାସପଦର ଗ୍ରାମର ତାରିଣୀ ପ୍ରଧାନ ନାମକ ଜଣେ ବ୍ୟକ୍ତି ଉକ୍ତ ଗ୍ରାମର ଜଣେ ନାବାଳିକା ସହ ବାରମ୍ବାର ଅବୈଧ ସମ୍ପର୍କ ରଖୁଥିଲା ।ନାବାଳିକାର ବାପା ମା ଦିନ ମଜୁରିଆ ଭାବେ କାର୍ଯ୍ୟ କରିବା ପାଇଁ ପ୍ରତିଦିନ ବାହାରକୁ ଚାଲିଯିବା ପରେ ତାରିଣୀ ନାବାଳିକା ଜଣକ ଘରକୁ ଯାଇ ତାକୁ ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ଧମକ ଚମକ ଦେଇ ତା ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଆସୁଥିଲା। ନାବାଳିକା ଜଣକର ମାସିକ ଋତୁସ୍ରାବ ନ ହେବାରୁ ତା ମାଆ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାପରେ ଝିଅ ଗର୍ଭବତୀ ଥିବା ଜଣାପଡିଥିଲା।ଏହି ଖବର ଜାଣିବା ପରେ ମୋହନା ଚାଇଲଡ ଲାଇନ ସଦସ୍ୟ ଗ୍ରାମରେ ପହଞ୍ଚି ନାବାଳିକା ଜଣକୁ ଉଦ୍ଧାର କରିବା ସହ ମୋହନା ଥାନାକୁ ଆଣିଥିଲେ।  ପୁଲିସ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ତାରିଣୀ କେଉଁଆଡ଼େ ଫେରାର ହୋଇ ଯାଇଥିଲା। ବର୍ତ୍ତମାନ ମୋହନା ପୋଲିସ ସମ୍ପୃକ୍ତ ଅଭିଯୁକ୍ତକାରୀଙ୍କୁ ଗିରଫ କରି କୋୖର୍ଟକୁ ଚାଲାଣ କରିଛନ୍ତି.

Leave a Reply

Your email address will not be published. Required fields are marked *