ଭୁବନେଶ୍ୱର// ପୁରସ୍କାର ଅପେକ୍ଷା ପାଠକୀୟ ପ୍ରଂଶସା ଗୁରୁତ୍ୱପୂର୍ଣ “ଶୁଭଶ୍ରୀ ମହାରଣlଙ୍କୁ ଅନସୂୟା ମହାପାତ୍ର ସ୍ମୃତି ପୁରସ୍କାର

Spread the love

ପୁରସ୍କାର ଅପେକ୍ଷା ପାଠକୀୟ ପ୍ରଂଶସା ଗୁରୁତ୍ୱପୂର୍ଣ “
ଶୁଭଶ୍ରୀ ମହାରଣlଙ୍କୁ ଅନସୂୟା ମହାପାତ୍ର ସ୍ମୃତି ପୁରସ୍କାର

ଭୁବନେଶ୍ୱର 13.03 (ଦର୍ଶନ ସମୀକ୍ଷା)
ପୁରସ୍କାର ଲେଖକଙ୍କୁ ଅଧିକ ସୃଜନଶୀଳ ହେବା ନିମନ୍ତେ ପ୍ରୋତ୍ସାହନ ଦେଇପାରେ,କିନ୍ତୁ ଏହା ସୃଜନଶୀଳତାର ପ୍ରତିବନ୍ଧ ନୁହେଁ |
ଜଣେ ଲେଖକ ପୁରସ୍କାର ଅପେକ୍ଷା ପାଠକର ପ୍ରଂଶସାକୁ ଅପେକ୍ଷା କରିବା ଶ୍ରେୟସ୍କର ବୋଲି ଏଠାରେ ଅତିଥିମାନେ ମତ ବ୍ୟକ୍ତ କରିଛନ୍ତି |

ବୁଦ୍ଧ ମନ୍ଦିର ସଭା କକ୍ଷରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ “ଅନସୂୟା ମହାପାତ୍ର ସ୍ମୃତି ଲେଖିକା ପୁରସ୍କାର ” ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେଇଅତିଥିମାନେ ଉପରୋକ୍ତ ମର୍ମରେ ଓଡ଼ିଆ ସାହିତ୍ୟତ ବିକାଶ ନିମନ୍ତେ ସବୁ ବର୍ଗର ସହଯୋଗ କାମନା କରିଥିଲେ | କାର୍ଯ୍ୟକ୍ରମରେ ଯୁବ ଗାଳ୍ପିକା ସୁଶ୍ରୀ ଶୁଭଶ୍ରୀ ମହାରଣାଙ୍କୁ “ଅନସୂୟା ମହାପାତ୍ର ସ୍ମୃତି ଲେଖିକା ପୁରସ୍କାର ” ପ୍ରଦାନକରାଯାଇଥିଲା | ଲେଖିକାଙ୍କୁ ପୁରସ୍କାର ବାବଦରେ 21 ହଜାର ଟଙ୍କା ସହିତ ଅଙ୍ଗବସ୍ତ୍ର ଓ ପ୍ରଶସ୍ତିପତ୍ର ପ୍ରଦାନ କରାଯାଇଥିଲା |

ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ସଦସ୍ୟା
ମୌସୁମୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ |

ରବି ସ୍ୱାଇଁ, କ୍ଷୀରୋଦ ବେହେରା, ମାୟାଧର ସାହୁ, ସରୋଜ ବଳ, ନମିତା ପାଇକରାୟ, ସହଦେଵ ସାହୁ, ହରିପଦ ଶତପଥି, ପ୍ରଦ୍ୟୁମ୍ନ ପଟ୍ଟନାୟକ, କାର୍ତିକ ସ୍ୱାଇଁ, ମିହିର ସାହୁ, ପଦ୍ମାଳୟା ପାଢ଼ୀ, ପ୍ରୀତିଛନ୍ଦା ଧଳ, ଦେବବ୍ରତ ଦାସ, ବାସନ୍ତୀ ମହାନ୍ତି, ସୁଧୀର ମଉଡମଣି, ପ୍ରମୋଦ ପ୍ରଧାନ, ପଦ୍ମାଳୟା ପାଢ଼ୀ, ଙ୍କ ସମେତ ଅନେକ ସାହିତ୍ୟିକ, ସଂସ୍କୃତି କର୍ମୀ ଓ ଅନୁଷ୍ଠାନର ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ
କାର୍ଯ୍ୟକ୍ରମରେ କଥାକାର ଭୀମ ପୃଷ୍ଟି,

Leave a Reply

Your email address will not be published. Required fields are marked *