କେହି ନୁହେଁ //ସବୁ ଲୋକ ଯିଏ ଭୋଅଟ ଜିତନ୍ତିସଭିଏଁ ନୁହଁନ୍ତି ନେତା।ସବୁ ଲୋକ ସିଏ ବ୍ରାହ୍ମଣ ନୁହଁନ୍ତିକାନ୍ଧରେ ଯାର ପଇତା -ସଞ୍ଜୟ ରଥ ଭୁବନେଶ୍ୱର

Spread the love

କେହି ନୁହେଁ
ସବୁ ଲୋକ ଯିଏ ଭୋଅଟ ଜିତନ୍ତି
ସଭିଏଁ ନୁହଁନ୍ତି ନେତା।
ସବୁ ଲୋକ ସିଏ ବ୍ରାହ୍ମଣ ନୁହଁନ୍ତି
କାନ୍ଧରେ ଯାର ପଇତା।।

ସବୁ ଲୋକ ସିଏ ଧାର୍ମିକ ନୁହଁନ୍ତି
ମଥାରେ ପିନ୍ଧିଲେ ଚିତା।
ଧନୀ ନୁହେଁ ସିଏ ପାଦରେ ଯେ ଲୋକ
ପିନ୍ଧଇ ଦାମିକା ଜୋତା।।

ସବୁ ଲୋକ ସିଏ ଜ୍ଞାନୀ ଗୁଣୀ ନୁହେଁ
କଣ୍ଠସ୍ଥ କରିଲେ ଗୀତା।
ସବୁ ବ୍ରାହ୍ମଣ ଯେ ପର୍ଶୁରାମ ନୁହେଁ
ଯିଏ ହୁଏ ମାତୃହନ୍ତା।।

ସବୁ ଲୋକ ସିଏ ପଥିକ ନୁହଁନ୍ତି
ହାତରେ ଯାହାର ଛତା।
ସବୁ ଲୋକ କେବେ ପାଠୁଆ ନୁହଁନ୍ତି
ଧରିଥିଲେ ବହି ଖାତା।।

କୋଳରେ ଧରି ଯେ ଗେହ୍ଲା କରୁଥାନ୍ତି
ନୁହଁନ୍ତି ପିଲାର ମାତା।
ଶୁଭାକାଂକ୍ଷି କେହି ଶୁଭ ମନାସିଲେ
ନୁହଁନ୍ତି ପିଲାଙ୍କ ପିତା।।

ମିଛ କଥା କହି ମନ ମୋହୁଥିଲେ
ନହୁଏ କେହି ପ୍ରବକ୍ତା।
ପ୍ରବଚନ ସ୍ଥଳ ନିତି ଯାଉଥିଲେ
ନୁହେଁ କେହି ଭଲ ଶ୍ରୋତା।।

ହାଟ ବଜାରକୁ ନିତି ଧାଉଁଥିଲେ
ନୁହେଁ କେ କ୍ରେତା ବିକ୍ରେତା।
ଦନ୍ତଧାରୀ କେହି ଜଙ୍ଗଲେ ଘୁରିଲେ
ନହୋଇବେ କେବେ ଦନ୍ତା।।
ସଞ୍ଜୟ ✍️

Leave a Reply

Your email address will not be published. Required fields are marked *