କଥା ଏତିକି ବାସ୍//ମୋତେ ମାରନା ମୁଁ ମଲିଣି,ଓଡ଼ିଆରେ ଏହି ଲୋକକଥାଟିର ସାରମର୍ମ ହେଉଛି….-@ତୁଷାରକାନ୍ତ ଶତପଥି ଭୁବନେଶ୍ୱରର

Spread the love

“କଥା ଏତିକି ବାସ୍।”

   "ମୋତେ ମାରନା ମୁଁ ମଲିଣି" 

ଓଡ଼ିଆରେ ଏହି ଲୋକକଥାଟିର ସାରମର୍ମ ହେଉଛି,”ଜଣେ ବ୍ୟକ୍ତି ବାରମ୍ବାର ବିପତ୍ତି ଓ ଆଘାତ ସହି ସହି ମୃତପ୍ରାୟ ହୋଇଯିବା ପରେ ମଧ୍ୟ ତାକୁ ଆହୁରି ନିର୍ଯାତନା ଦେବା।”
ଆଜି ଏହାର ଉପସ୍ଥାପନା କାହିଁକି?
…..
(୧)ପ୍ରତ୍ୟେକ ଚାରି ବର୍ଷରେ ଥରେ, ନଭେମ୍ବର ମାସର ପ୍ରଥମ ସୋମବାର ପର ମଙ୍ଗଳବାର ଦିନ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥାଏ।
ଏହି ମଙ୍ଗଳବାର ସାଧାରଣତଃ ନଭେମ୍ବର ମାସର ୦୨ ତାରିଖରୁ ୦୮ ତାରିଖ ଭିତରେ ପଡ଼ିଥାଏ। ନିର୍ବାଚିତ ରାଷ୍ଟ୍ରପତି ଏହାପର ମସିହାର ଜାନୁୟାରୀ ୨୦ ତାରିଖରେ ଶପଥ ନିଅନ୍ତି।
ଗତ ତିନୋଟି ନିର୍ବାଚନ ଯଥାକ୍ରମେ ତା୦୫.୧୧.୨୦୧୬ରିଖ, ତା୦୫.୧୧.୨୦୨୦ ରିଖ ତଥା ତା୦୫.୧୧.୨୦୨୪ରିଖରେ ଅନୁଷ୍ଠିତ ହୋଇଥିଲା। ତା୨୦.୦୧.୨୦୧୭ରିଖରେ ମିଷ୍ଟର ଡୋନାଲ୍ଡ ଟ୍ରମ୍ପ(ହିଲାରୀ କ୍ଲିଣ୍ଟନଙ୍କୁ ହରେଇ),ତା୨୦.୦୧.୨୦୨୧ରିଖରେ ମିଷ୍ଟର ଜୋ ବାଇଡେନ (ଟ୍ରମ୍ପଙ୍କୁ ହରାଇ) ତଥା ତା୨୦.୦୧.୨୦୨୫ ରିଖରେ ପୁନର୍ବାର
ମିଷ୍ଟର ଡୋନାଲ୍ଡ ଟ୍ରମ୍ପ ( ମୂଳ ଭାରତୀୟ ବଂଶୋଦ୍ଧବ କମଳା ହ୍ୟାରିସଙ୍କୁ
ହରେଇ ) ଆମେରିକାର ରାଷ୍ଟ୍ରପତିଋପେ ଶପଥ ନେଇଥିଲେ।
“ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜଣେ କେବଳ ଦୁଇଥରପାଇଁ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ” ଭଳି ନିୟମ ରହିଥିଲେ ମଧ୍ୟ, ଟ୍ରମ୍ପ ତୃତୀୟଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଜନା କରୁଛନ୍ତି।
(୨) ଭାରତୀୟ ରାଜନୈତିକ ଧାରା ଏବଂ ଆମେରିକା ରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ସମନ୍ୱୟ ୨୦୧୬ ମସିହାର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସମୟରୁ ଆରମ୍ଭ ହୋଇଛି।
(କ)ଏହାର ପ୍ରଥମ ସମୟ ଥିଲା ଯେତେବେଳେ ଭାରତୀୟ ଜନସାଧାରଣଙ୍କ ଏକ ବଡ଼ ଅଂଶ ଏବଂ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଜଣେ ଆମେରିକୀୟ ପ୍ରାର୍ଥୀଙ୍କ ପାଇଁ ଧାର୍ମିକ ରୀତିନୀତି ସମ୍ପାଦନ କରିବା ଆରମ୍ଭ କରିଥିଲେ।
(ଖ) ହିନ୍ଦୁ ସେନା ଭଳି ସଂଗଠନ ତରଫରୁ ତା୦୫.୧୧.୨୦୧୬ରିଖରେ ନୂଆଦିଲ୍ଲୀର ‘ଯନ୍ତର ମନ୍ତର’ଠାରେ ଟ୍ରମ୍ପଙ୍କ ବିଜୟ ପାଇଁ ଦୈବୀ ଆଶୀର୍ବାଦ ଭିକ୍ଷା କରାଯାଇ ହୋମ (ପବିତ୍ର ଅଗ୍ନି ରୀତିନୀତି) ଏବଂ ପ୍ରାର୍ଥନା କରାଯାଇଥିଲା। ସେମାନେ “ଆତଙ୍କବାଦ ବିରୋଧରେ ଟ୍ରମ୍ପଙ୍କ ଆଭିମୁଖ୍ୟକୁ ଭାରତର ସ୍ୱାର୍ଥ ସହିତ ସମାନ ବୋଲି ମନେ କରୁଥିଲେ।”
ଏହାର ବିଷଦ ବିବରଣୀ:-
ଏହି ପୂଜାର୍ଚ୍ଚନାର ମୂଖ୍ୟ ଥିଲେ “ହିନ୍ଦୁ ସେନା (Hindu Sena) ସଙ୍ଗଠନ”ର ରାଷ୍ଟ୍ରୀୟ ସଭାପତି ବିଷ୍ଣୁ ଗୁପ୍ତ (Vishnu Gupta)। ସେହି ସମୟରେ ପୂଜାର୍ଚ୍ଚନା କରି ସେ କହିଥିଲେ ଯେ:
“ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ମାନବଜାତିର ଏକମାତ୍ର ରକ୍ଷାକର୍ତ୍ତା ଏବଂ ହିରୋ”।ସେ ବିଶ୍ୱାସ କରୁଥିଲେ ଯେ “କେବଳ ଟ୍ରମ୍ପ ହିଁ ଇସଲାମିକ ଆତଙ୍କବାଦକୁ ଶେଷ କରିପାରିବେ ଏବଂ ପାକିସ୍ତାନକୁ ଉଚିତ ଶିକ୍ଷା ଦେଇପାରିବେ।” ସେ “ଟ୍ରମ୍ପଙ୍କୁ ଭାରତର ଜଣେ ବିଶ୍ୱସ୍ତ ବନ୍ଧୁ” ବୋଲି ବର୍ଣ୍ଣନା କରିଥିଲେ।
ଟ୍ରମ୍ପଙ୍କର ନିନ୍ଦା ଓ ପରିବର୍ତ୍ତିତ ଆଭିମୁଖ୍ୟ:
ବିଷ୍ଣୁ ଗୁପ୍ତ, ଯିଏ ଦିନେ ଟ୍ରମ୍ପଙ୍କ ବିଜୟ ପାଇଁ ହୋମ-ଯଜ୍ଞ କରିଥିଲେ ଏବଂ ତାଙ୍କ ଜନ୍ମଦିନରେ କେକ୍ କାଟିଥିଲେ, ସେ ପରବର୍ତ୍ତୀ ସମୟରେ ତାଙ୍କର ନିନ୍ଦା କରିବା ଆରମ୍ଭ କରିଥିଲେ। ସେପ୍ଟେମ୍ବର ୨୦୨୪ ରୁ ୨୦୨୫ ମଧ୍ୟରେ ସେ ବିଭିନ୍ନ ସାକ୍ଷାତକାରରେ ଟ୍ରମ୍ପଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ନିନ୍ଦାର କାରଣ: ବିଷ୍ଣୁ ଗୁପ୍ତଙ୍କ ଅନୁଯାୟୀ, “ଟ୍ରମ୍ପ ନିଜର ପ୍ରତିଶ୍ରୁତିରୁ ଓହରି ଯାଇଛନ୍ତି ଏବଂ ଆତଙ୍କବାଦ ବିରୋଧରେ ଯେଉଁ କଠୋର ଆଭିମୁଖ୍ୟ ଗ୍ରହଣ କରିବା କଥା, ତାହା କରିନାହାନ୍ତି।”
ତାଙ୍କର ମନ୍ତବ୍ୟ: ସେ କହିଥିଲେ ଯେ “ଟ୍ରମ୍ପ ନିଜର ସଦବୁଦ୍ଧି ହରାଇଛନ୍ତି (Lost his good sense)।” ବିଶେଷ କରି ସେପ୍ଟେମ୍ବର ୨୦୨୫ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସେ କହିଥିଲେ କି “ଏଥର ସେ ଟ୍ରମ୍ପଙ୍କ ଜନ୍ମଦିନରେ କେକ୍ କାଟିବେ ନାହିଁ ଏବଂ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବେ ଯେପରି ଟ୍ରମ୍ପଙ୍କର ପୁଣି ସଦବୁଦ୍ଧି ଉଦୟ ହେଉ।”
ସେ ଏବେ “ଟ୍ରମ୍ପଙ୍କୁ ଜଣେ ‘transactional’ ବା କେବଳ ନିଜ ଫାଇଦା ଦେଖୁଥିବା ନେତା”ଭାବେ ଅଭିହିତ କରୁଛନ୍ତି।
“ଓଡ଼ିଆ ଭାଗବତ”ର “ବେଳକୁ ବେଳ ଏହି ମତେ,ପରମାନନ୍ଦ ଏ ଜଗତେ”
ଭଳି ବାଣୀଟିର ମହତ୍ତ୍ୱ ପ୍ରତିପାଦିତ ହେଉଛି।
(ଗ) ଟ୍ରମ୍ପଙ୍କ ” ମୁଁ ବି ହିନ୍ଦୁ -I am Hindu-ଆଇ ଆମ୍ ହିନ୍ଦୁ” ଭାଷଣ:-
ତା୧୬.୧୦.୨୦୧୬ରିଖରେ ପ୍ରଚାର ଅଭିଯାନ ସମୟରେ, ଆମେରିକାର”ରିପବ୍ଲିକାନ୍ ହିନ୍ଦୁ କୋଆଲିସନ ସଙ୍ଗଠନ” ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ ଯୋଗ ଦେଇଥିଲେ, ଯେଉଁଠାରେ ସେ ଗର୍ବର ସହିତ କହିଥିଲେ, “ମୁଁ ହିନ୍ଦୁଙ୍କର ଜଣେ ବଡ଼ ପ୍ରଶଂସକ ଏବଂ ମୁଁ ଭାରତର ଜଣେ ବଡ଼ ପ୍ରଶଂସକ।”
(ଘ)୨୦୨୦ ନିର୍ବାଚନ: “ଅବ୍ କି ବାର୍ ଟ୍ରମ୍ପ ସରକାର”:-
ତା୨୨.୦୯.୨୦୧୯ରିଖରେ ଆମେରିକାର ହ୍ୟୁଷ୍ଟନରେ ଅନୁଷ୍ଠିତ “ବିଶାଳ ‘ହାଉଡି ମୋଦି (Howdy Modi)” କାର୍ଯ୍ୟକ୍ରମରେ,ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ୫୦,୦୦୦ରୁ ଅଧିକ ଲୋକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ଆହ୍ୱାନ ଦେଇଥିଲେ “ଅବ୍ କି ବାର୍ ଟ୍ରମ୍ପ ସରକାର” ଓ ଉପସ୍ଥିତ ସମସ୍ତେ
ପ୍ରବଳ ତାଳିମାଡ଼ ତଥା ଅନ୍ୟାନ୍ୟ ଅଙ୍ଗଭଙ୍ଗୀ ପ୍ରଦର୍ଶନ ଜରିଆରେ ଏହି ଆହ୍ୱାନକୁ ସ୍ୱାଗତ ଜଣାଇଥିଲେ। ଅବଶ୍ୟ ସେହି ନିର୍ବାଚନରେ ଟ୍ରମ୍ପ ହାରି ଯାଇଥିଲେ।
(ଙ)୨୦୨୪ ନିର୍ବାଚନ ଚକ୍ରରେ ମଧ୍ୟ ଏହି ଧାରା ଜାରି ରହିଥିଲା।
ଭାରତୀୟ ବଂଶୋଦ୍ଧବ କମଳା ହ୍ୟାରିସଙ୍କ ପରାଜୟ ତଥା ଟ୍ରମ୍ପଙ୍କ ଜିତାପଟ ପାଇଁ ଭାରତର ବିଭିନ୍ନ ଗୋଷ୍ଠୀଙ୍କ ଦ୍ୱାରା ଅନେକ ପ୍ରାର୍ଥନା, ପୂଜାର୍ଚ୍ଚନା, ହୋମ ଓ ଯଜ୍ଞର ଆୟୋଜନ କରାଯାଇଥିଲା।
(ଚ)ତା୦୭.୧୧.୨୦୨୪ରିଖରେ ବିଶ୍ୱବାବା ଶ୍ରୀ ରାମଦେବଜୀ ,”ଟ୍ରମ୍ପ ଜଣେ ସୁଦ୍ଧ ସନାତନୀ” କହି ପୁଣି ତା୧୯.୦୯.୨୦୨୫ ଓ ୦୨.୧୧.୨୦୨୫ରିଖରେ “ଭାରତୀୟମାନେ ଆମେରିକାର ସାମଗ୍ରୀ ବର୍ଜନ କରିବାକୁ ଆହ୍ୱାନ ଦେଇଥିଲେ।”
ଏହା ତ”ଓଡ଼ିଆ ଭାଗବତ”ର “ବେଳକୁ ବେଳ ଏହି ମତେ,ପରମାନନ୍ଦ ଏ ଜଗତେ” ଭଳି ବାଣୀଟିର “ଡବଲ କମାଲ ମହତ୍ତ୍ଵ।”
(୩) କିନ୍ତୁ,ତା୨୦.୦୧.୨୦୨୫ରିଖରେ ମିଷ୍ଟର ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟଥର ପାଇଁ ଆମେରିକା ରାଷ୍ଟ୍ରପତିଋପେ ଶପଥ ଗ୍ରହଣ କରିବା ପରେ , ସେ ନିଜେ ତଥା ତାଙ୍କର ଚେଲାଚାମୁଣ୍ଡା, ନନ୍ଦି ଓ ଭୃକୁଟିଗଣ ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ତଥା ଆମ ଦେଶ ବିରୁଦ୍ଧରେ ଯେଉଁସବୁ ଆକ୍ଷେପ କରି ଆସୁଛନ୍ତି ତଥା ଆମ ଦେଶ ବିରୋଧୀ ଯେଉଁସବୁ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି, ସେଗିଡିକ ଅବର୍ଣ୍ଣନୀୟ+ଅସହନୀୟ।
ସେମାନେ ଏଭଳି ମାଡ଼ ମାରୁଛନ୍ତି ଯେ, ସେଗୁଡିକ ” ନା ସହି ହେଉଛି, ନା ଦେଖେଇ ହେଉଛି।”
(ଖ) ଏହାର ଆରମ୍ଭ ହୋଇଥିଲା ତା୨୦.୦୧.୨୦୨୫ରିଖରେ ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରୁ ।ଏଥରୁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଦୂରେଇ ରଖିବା ଥିଲା ପ୍ରଥମ କୂଟନୈତିକ ଅପମାନ। ଏହା ଦର୍ଶାଇଥିଲା ଯେ ଆମେରିକାର ନୂତନ ପ୍ରଶାସନ ପାଇଁ ଭାରତର ବନ୍ଧୁତା ଅପେକ୍ଷା ନିଜର ଆଧିପତ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ।
(ଗ) ପାକିସ୍ତାନ ଉପରେ ଆମର”ଅପରେସନ ସିନ୍ଦୂର” ପରାକ୍ରମ ଚାଲିଥିବା ସମୟରେ ତା୧୦.୦୫.୨୦୨୫ରିଖ ଅପରାହ୍ନରେ ମିଷ୍ଟର ଡୋନାଲ୍ଡ ଟ୍ରମ୍ପ ସର୍ବପ୍ରଥମେ ଘୋଷଣା କରିଥିଲେ ଯେ ” ଉଭୟ ରାଷ୍ଟ୍ରକୁ ମୁଁ (ସେ) ଅଧିକ ଟାରିଫ୍ ଲଗାଇବାର ଭୟ ଦେଖାଇ ଯୁଦ୍ଧବିରତି କରାଇଛି। ନଚେତ ଦୁଇ ଦେଶ ଭିତରେ ଆଣବିକ ଯୁଦ୍ଧ ଲାଗି ୨.୫ କୋଟି ଲୋକ ମରିଥାଆନ୍ତେ।
ମୁଁ (ସେ ) ଏଥିପାଇଁ ନୋବେଲ ଶାନ୍ତି ପୁରସ୍କାର ପାଇବା ଉଚିତ।”
ସେ ଏଭଳି ନିଜ ଦେଶ ଓ ବିଦେଶରେ ୭୦ରୁ ଅଧିକଥର କହି ସାରିଲେଣି ଯଦିଓ ଆମ ସରକାରଙ୍କ ତରଫରୁ କୁହାଯାଇଛି ଯେ ” ଏହା ଆମ ଭାରତ ଓ ପାକିସ୍ତାନ ଦୁଇଦେଶର ଦ୍ୱିପାକ୍ଷିକ ନିଷ୍ପତ୍ତି ଓ ଏଥିରେ ଅନ୍ୟ କାହାର ହସ୍ତକ୍ଷେପ ନାହିଁ।”
ଅବଶ୍ୟ,ଏହା ଉପରେ “ଆଲୋ ସଖି, ଆପଣା ମହତ ଆପେ ରଖି” ଭଳି ଓଡ଼ିଆ ଲୋକକଥାଟିର ଆଧାରରେ, ଆମ ଯଶସ୍ୱୀ ବିଶ୍ଵଗୁଋ ପ୍ରଧାନମନ୍ତ୍ରୀ ମୋଦିଜୀ ନୀରବ ସମ୍ପୂର୍ଣ୍ଣ ନୀରବ ରହୁଥିବା ହିଁ “ସେ ବିଶ୍ୱଗୁଋ କାହିଁକି, ତାହାର ପରିଚାୟକ।”
(ଘ)ତା୧୫.୧୦.୨୦୨୫ରିଖରେ ଟ୍ରମ୍ପ ପ୍ରଥମଥର ପାଇଁ “ମୁଁ ଚାହିଁଲେ ମୋଦିଙ୍କ ରାଜନୈତିକ ଜୀବନ ନଷ୍ଟ କରିଦେଇ ପାରିବି, କିନ୍ତୁ ସେ ଜଣେ ବିଚକ୍ଷଣ ରାଜନେତା ତଥା ମୋର ପରମବନ୍ଧୁ ହୋଇଥିବାରୁ ମୁଁ ଏଭଳି କରିବି ନାହିଁ” ଭଳି ବକ୍ତବ୍ୟ ଦେଇ ତାହାକୁ ଦୋହରାଇ ଚାଲୁଛନ୍ତି।”
ଗୋଟିଏ ବନ୍ଧୁରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କ ପ୍ରତି ଏଭଳି ନିମ୍ନମାନର ବକ୍ତବ୍ୟ ଭାରତୀୟ ସ୍ୱାଭିମାନକୁ ଗଭୀର ଆଘାତ ଦେଉଛି।ଆମ ପ୍ରଧାନମନ୍ତ୍ରୀଙ୍କର ନୀରବତା ହିଁ ସେଭଳି ବଡବୋଲା ପାଇଁ “ଚାବୁକ ମାଡ଼।”
(ଙ)ରେସିପ୍ରୋକାଲ ଟାରିଫ୍ :- ତା୩୦.୦୭.୨୦୨୫ ରିଖରେ ଆମେରିକା ତରଫରୁ ଆମର ଏଠାରୁ ସେଠାକୁ ରପ୍ତାନି ସାମଗ୍ରୀ ଉପରେ ୨୫% ଟାରିଫ୍ ଲଗାଯାଇଥିଲା।ଭାରତ ଋଷିଆରୁ ଶସ୍ତାରେ ଅଶୋଧିତ ତୈଳ ଆମଦାନୀ କରୁଥିବାରୁ ଆମେରିକା ସରକାରଙ୍କ ତରଫରୁ ଭାରତୀୟ ସାମଗ୍ରୀ ଉପରେ ତା୦୬.୦୮.୨୦୨୫ରିଖରେ ଆହୁରି ୨୫% ଅତିରିକ୍ତ “ରୁଷିଆ ଟାରିଫ୍” ଲଗାଯାଇ ସମୁଦାୟ ଟାରିଫକୁ ୫୦% କରାଯାଇଥିଲା।
(ଚ) ଭାରତ ତରଫରୁ ଋଷିଆରୁ ତୈଳ ଆମଦାନୀ କମ କରାଯିବା ପରେ,
ତା୦୭.୦୨.୨୦୨୬ରିଖରେ ଋଷିଆ ଟାରିଫ୍ ହଟେଇ ଦିଆଯାଇ କୁହାଯାଇଥିଲା ଯେ”ଏହା ଉପରେ ଆମର (ଆମେରିକାର) ଗୋଟିଏ ଉଚ୍ଚସ୍ତରୀୟ କମିଟି ତରଫରୁ ଭାରତ ଉପରେ ତୀକ୍ଷଣ ନଜର ରଖାଯାଇଛି ଏବଂ ଭାରତ ଋଷିଆରୁ ପୁଣି ଅଶୋଧିତ ତୈଳ ଆମଦାନୀ କଲେ ଆମେ ଆହୁରି ଅଧିକ ଟିକସ ନାଦି ଦେବୁ।”
(ଛ) ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଜନିତ ଘଟଣା ପରେ ମଧ୍ୟପ୍ରାଚ୍ୟରୁ ଅଶୋଧିତ ତୈଳ ଆମଦାନୀରେ ବାଧା ସୃଷ୍ଟି ହେବାରୁ,ଆମେରିକାର ୦୫ ମାର୍ଚ୍ଚ ତଥା ଭାରତର ୦୬ ମାର୍ଚ୍ଚ, ୨୦୨୬ରେ ଆମେରିକାର ଶକ୍ତିମନ୍ତ୍ରୀ ସ୍କଟ ବେସେଣ୍ଟ କହିଥିଲେ ଯେ,”ଆମେ କେବଳ ମାସେ ପାଇଁ ଋଷିଆରୁ ତୈଳ ଆମଦାନୀ ପାଇଁ ଅନୁମତି ଦେଉଛୁ।”
ଏହା ଭାରତର ସାର୍ବଭୌମ ନିଷ୍ପତ୍ତିକୁ ନିୟନ୍ତ୍ରଣ କରିବାର ଚେଷ୍ଟା।
(ଜ) ରାଏସିନା ଡାଏଲଗ୍ (ନୂଆଦିଲ୍ଲୀ): ଏହି ଆନ୍ତର୍ଜାତୀୟ ମଞ୍ଚରେ ଆମେରିକୀୟ “ରାଜ୍ୟ ଉପ-ସଚିବ ପାହ୍ୟା”ର ପ୍ରତିନିଧି ଖ୍ରିଷ୍ଟୋଫର ଲାଣ୍ଡାଉ ତା୦୫.୦୩.୨୦୨୬ରିଖରେ ସ୍ପଷ୍ଟ ଭାବେ କହିଥିଲେ ଯେ, “ଆମେ ଚୀନକୁ ସାହାଯ୍ୟ କରି ନିଜପାଇଁ ଯେଉଁ ଭୁଲ୍ କରିଥିଲୁ, ସେହି ସମାନ ଭୁଲ ଭାରତ କ୍ଷେତ୍ରରେ କରିବୁ ନାହିଁ।”
ମିଷ୍ଟର ବେସେଣ୍ଟ + ଲାଣ୍ଡାଉ ଲାଗି ଲାଗ ଲାଗ ଭାରତ ଉଦ୍ଦେଶ୍ୟରେ ଏଭଳି କହିବା ଆମକୁ ସମ୍ଭାବ୍ୟ ଶତ୍ରୁ ବା ପ୍ରତିଦ୍ୱନ୍ଦ୍ୱୀ ଭାବେ ଦେଖିବାର ପ୍ରମାଣ ଥିଲା। ଅବଶ୍ୟ ସମ୍ଭ୍ରମତାର ଚରମ ନିର୍ଦ୍ଦେଶନ ଭାବରେ ଆମ କର୍ତୂପକ୍ଷଙ୍କ ନୀରବତା ଏକଦମ ଯଥାର୍ଥ ଥିଲା।
(ଜ) ଅପମାନର ଚୂଡ଼ାନ୍ତ ପର୍ଯ୍ୟାୟ ସେତେବେଳେ ଆସିଲା, ଯେତେବେଳେ ଆମେରିକା “ଭାରତ ସହିତ ସମୁଦାୟ ୨୦ଟି ଦେଶର ‘ଗଣତନ୍ତ୍ର ଓ ଆଭ୍ୟନ୍ତରୀଣ ସ୍ଥିତି ଯାଞ୍ଚ ପାଇଁ” ଏକ ନିରୀକ୍ଷଣ କମିଟି (Monitoring Committee)ଗଠନ କଲା। ଏହା ଭାରତର ସ୍ୱାଧୀନତା ଓ ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ଏକ ସିଧାସଳଖ ଆକ୍ରମଣ ।
ଏହା ଉପରେ ବିଶଦ ବିବରଣୀ:-
ଆମେରିକା ଦ୍ୱାରା ନିକଟରେ (ମାର୍ଚ୍ଚ ୨୦୨୬) ଗଠିତ ନିରୀକ୍ଷଣ କମିଟି (Monitoring Committee) ଏବଂ ଏହାର ଭୂମିକା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ବିବରଣୀ ନିମ୍ନରେ ପ୍ରଦାନ କରାଗଲା:
ଆମେରିକା ବାଣିଜ୍ୟ ନିରୀକ୍ଷଣ କମିଟି (ମାର୍ଚ୍ଚ ୨୦୨୬):-
୨୦୨୬ ଫେବୃଆରୀ ୨୦ରେ ଆମେରିକା ସୁପ୍ରିମକୋର୍ଟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପରେ, ଯେଉଁଥିରେ ପୂର୍ବରୁ ଲାଗୁ ହୋଇଥିବା କେତେକ ଶୁଳ୍କ (Tariffs) କୁ ବେଆଇନ ଘୋଷଣା କରାଯାଇଥିଲା, ଟ୍ରମ୍ପ ପ୍ରଶାସନ ବାଣିଜ୍ୟିକ ଚାପ ବଜାୟ ରଖିବା ପାଇଁ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ୧୧ ମାର୍ଚ୍ଚ ୨୦୨୬ରୁ ଏକ ଶକ୍ତିଶାଳୀ ନିରୀକ୍ଷଣ ପ୍ରକ୍ରିୟା ଆରମ୍ଭ କରାଯାଇଛି।
() କମିଟିର ଗଠନ ଓ ପ୍ରମୁଖ ସଦସ୍ୟ ଗଠନ ତାରିଖ: ୧ ମାର୍ଚ୍ଚ ୨୦୨୬ (ଆନୁଷ୍ଠାନିକ କାର୍ଯ୍ୟକାରିତା) ଏବଂ ୧୧ ମାର୍ଚ୍ଚ ୨୦୨୬ (ସେକ୍ସନ ୩୦୧ ତଦନ୍ତର ଆରମ୍ଭ)। ନେତୃତ୍ୱ: ଆମେରିକାର ବାଣିଜ୍ୟ ପ୍ରତିନିଧି (USTR) ଜାମିସନ ଗ୍ରୀଅର୍ (Jamieson Greer)। ()ସହଯୋଗୀ ସଂସ୍ଥା: ଏହି ପ୍ରକ୍ରିୟାରେ ‘ଇଣ୍ଟର ଏଜେନ୍ସି ସେଣ୍ଟର ଅନ୍ ଟ୍ରେଡ୍ ଇମ୍ପ୍ଲିମେଣ୍ଟେସନ୍, ମନିଟରିଂ ଆଣ୍ଡ ଏନଫୋର୍ସମେଣ୍ଟ’ (ICTIME) ମୁଖ୍ୟ ଭୂମିକା ଗ୍ରହଣ କରୁଛି।
()ଲକ୍ଷ୍ୟରେ ଥିବା ୨୦ଟି ଦେଶ/ଅର୍ଥନୀତି ଏହି ନିରୀକ୍ଷଣ କମିଟି ମୁଖ୍ୟତଃ ବିଶ୍ୱର ୨୦ଟି ପ୍ରମୁଖ ଅର୍ଥନୀତି ଉପରେ ନଜର ରଖିଛି, ଯେଉଁମାନଙ୍କ ସହିତ ଆମେରିକାର ବଡ଼ ଧରଣର ବାଣିଜ୍ୟିକ ନିଅଣ୍ଟ (Trade Deficit) ରହିଛି କିମ୍ବା ଯେଉଁମାନେ ଅନୁଚିତ ବାଣିଜ୍ୟ କାରବାର କରୁଥିବା ଅଭିଯୋଗ ହୋଇଛି। ପ୍ରମୁଖ ଦେଶଗୁଡ଼ିକ ହେଲେ:ଚୀନ୍ (ମୁଖ୍ୟ ଟାର୍ଗେଟ୍),ଭାରତ,ୟୁରୋପୀୟ ସଂଘ (EU) – ମୁଖ୍ୟତଃ ଜର୍ମାନୀ ଓ ଆୟର୍ଲାଣ୍ଡ, ମେକ୍ସିକୋ,ଜାପାନ,ଦକ୍ଷିଣକୋରିଆ, ଭିଏତନାମ,ତାଇୱାନ,ଥାଇଲାଣ୍ଡ, ମାଲେସିଆ,ଇଣ୍ଡୋନେସିଆ,ସିଙ୍ଗାପୁର,ବାଂଲାଦେଶ,କାମ୍ବୋଡିଆ,ନରୱେ,ସ୍ୱିଜରଲ୍ୟାଣ୍ଡ, ବ୍ରାଜିଲ,ୟୁନାଇଟେଡ୍ କିଙ୍ଗଡମ୍ (UK),ଦକ୍ଷିଣ ଆଫ୍ରିକା ଓ କାନାଡା (କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ) () ୧୦୦% ଅତିରିକ୍ତ ଶୁଳ୍କ (100% Tariff) ର ସ୍ପଷ୍ଟୀକରଣ:-
ଏହି ୧୦୦% ଶୁଳ୍କ ବର୍ତ୍ତମାନ ସମସ୍ତଙ୍କ ପାଇଁ ଲାଗୁ ହୋଇନାହିଁ, ବରଂ ଏହାକୁ ଏକ “ପାଲଟା ଜବାବ” (Retaliatory Measure) ଭାବରେ ବ୍ୟବହାର କରାଯାଉଛି:
()ଔଷଧ ଓ ସେମିକଣ୍ଡକ୍ଟର: ଚୀନ୍ ଏବଂ ଅନ୍ୟ କେତେକ ଦେଶ ଯଦି ଆମେରିକାର ବାଣିଜ୍ୟିକ ସର୍ତ୍ତ ନ ମାନନ୍ତି, ତେବେ ସେମାନଙ୍କର ଔଷଧ (Pharmaceuticals) ଏବଂ ସେମିକଣ୍ଡକ୍ଟର ଉପରେ ୧୦୦% ଶୁଳ୍କ ଲଗାଇବାକୁ ଧମକ ଦିଆଯାଇଛି। ()ଚୀନ୍‌କୁ ସାହାଯ୍ୟ କରୁଥିବା ଦେଶ: ଯଦି କୌଣସି ଦେଶ (ଯେପରିକି ମେକ୍ସିକୋ ବା କାନାଡା) ଚୀନ୍ ସାମଗ୍ରୀକୁ ନିଜ ଦେଶ ଦେଇ ଆମେରିକାକୁ ପଠାଇବାକୁ ଚେଷ୍ଟା କରେ, ତେବେ ସେହି ସାମଗ୍ରୀ ଉପରେ ୧୦୦% ଶୁଳ୍କ ଲାଗୁ କରାଯିବ।
()ରଣନୈତିକ ଚାପ: ବର୍ତ୍ତମାନ ଫେବୃଆରୀ ୨୪ରୁ ଲାଗୁ ହୋଇଥିବା ୧୫% ସାଧାରଣ ଶୁଳ୍କକୁ ବୃଦ୍ଧି କରି କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ୧୦୦% କରିବା ପାଇଁ କମିଟି ପରାମର୍ଶ ଦେଇପାରେ। ()ପ୍ରଦତ୍ତ ଦାୟିତ୍ୱ (Responsibilities):-
କମିଟିକୁ ନିମ୍ନଲିଖିତ ମୁଖ୍ୟ ଦାୟିତ୍ୱଗୁଡ଼ିକ ଦିଆଯାଇଛି:
()ସେକ୍ସନ ୩୦୧ ତଦନ୍ତ: ୨୦ଟି ଯାକ ଦେଶ କିପରି ଅନୁଚିତ ଭାବେ ନିଜ ଦେଶରେ ଉତ୍ପାଦନ ବଢ଼ାଇ ଆମେରିକା ବଜାରରେ ଶସ୍ତା ଜିନିଷ ବିକୁଛନ୍ତି (Excess Capacity), ତାହାର ଯାଞ୍ଚ କରିବା। ()ପାରସ୍ପରିକ ବାଣିଜ୍ୟ (Reciprocity): ଆମେରିକା ଜିନିଷ ଉପରେ ଯେଉଁ ଦେଶମାନେ ଅଧିକ ଶୁଳ୍କ ରଖିଛନ୍ତି, ସେମାନଙ୍କ ଉପରେ ସମାନ ପରିମାଣର “ପାଲଟା ଶୁଳ୍କ” ଧାର୍ଯ୍ୟ କରିବା।
()ଜୁଲାଇ ୨୦୨୬ ଡେଡଲାଇନ୍: ବର୍ତ୍ତମାନର ଅସ୍ଥାୟୀ ଶୁଳ୍କ ଶେଷ ହେବା ପୂର୍ବରୁ (ଜୁଲାଇ ସୁଦ୍ଧା) ନୂତନ ଶୁଳ୍କ ହାର ଚୂଡ଼ାନ୍ତ ହେବ। ()ଶ୍ରମ ଓ ପରିବେଶ ମାନକ: ବିଦେଶୀ ଦେଶଗୁଡ଼ିକରେ ଶ୍ରମିକଙ୍କ ଶୋଷଣ କରାଯାଇ ଶସ୍ତା ଜିନିଷ ପ୍ରସ୍ତୁତ ହେଉଛି କି ନାହିଁ, ତାହା ନିରୀକ୍ଷଣ କରି ଆମଦାନୀ ବନ୍ଦ କରାଯିବ।
(*)ସଂକ୍ଷେପରେ: ଏହି କମିଟି ହେଉଛି ଆମେରିକାର “ବାଣିଜ୍ୟିକ ଯୁଦ୍ଧ କକ୍ଷ” (Trade War Room), ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି “ଧମକ ଏବଂ ଶୁଳ୍କ ଜରିଆରେ ବିଦେଶୀ ଦେଶଗୁଡ଼ିକୁ ଆମେରିକା ସହିତ ସମାନ ଓ ସନ୍ତୁଳିତ ବାଣିଜ୍ୟ ଚୁକ୍ତି କରିବାକୁ ବାଧ୍ୟ କରିବା।”
(୪)ହେ “ତମ୍ପସାପ 🐍 ଚରିତ୍ର”ର ଟ୍ରମ୍ପ ମହାଶୟ,
ତା୨୦.୦୧.୨୦୨୫ରିଖରେ ଆପଣ ଦ୍ବିତୀୟ ଥରପାଇଁ ଆମେରିକାର ରାଷ୍ଟ୍ରପତିଋପେ ଶପଥ ଗ୍ରହଣ କରିବା ପର୍ଯ୍ୟନ୍ତ ଯେଉଁଠି ହିନ୍ଦୁ ହୃଦୟ ସମ୍ରାଟ, ବିଶ୍ୱଗୁରୁ ଆସନରେ ଅଧିଷ୍ଠିତ ଯଶସ୍ୱୀ ମୋଦିଜୀ, ହିନ୍ଦୁଙ୍କ ରକ୍ଷାକର୍ତ୍ତା ସମ୍ମାନାସ୍ପଦ ବିଷ୍ଣୁ ଗୁପ୍ତାଜୀ, ପରମ ସମ୍ମାନନୀୟ ବିଶ୍ୱବାବା
ଶ୍ରୀ ଶ୍ରୀ ରାମଦେବଜୀ ଇତ୍ୟାଦି ଆପଣଙ୍କର ଦୋଗଲାପଣିଆ (Double Standard)କୁ ଚିହ୍ନଟ କରିନପାରି ଆପଣଙ୍କର ଜିତାପଟ ପାଇଁ ଲାଗି ପଡ଼ିଥିଲେ,ଆମର ଅତ୍ୟନ୍ତ ନିରପେକ୍ଷ ଓ ରାଷ୍ଟ୍ରବାଦୀ ଗଣମାଧ୍ୟମର ଜଗତଜିତାମାନେ ଏମାନଙ୍କ ସହିତ କଦମତାଲ କରି ଗଗନ ପବନ ପ୍ରକମ୍ପିତ କରୁଥିଲେ,ସେଠାରେ ମୋ ଭଳି ନୈଷ୍ଠିକ କିନ୍ତୁ ଅଗାଡ଼ି ଚରିତ୍ରର ପାଖାପାଖି ୧୦୦ କୋଟିର ହିନ୍ଦୁ ଜନତା, ଭାରତୀୟ ବଂଶୋଦ୍ଧବ “କମଳା ହ୍ୟାରିସଙ୍କ ପରାଜୟ ଓ ଆପଣଙ୍କର ଜିତାପଟ ପାଇଁ ନିର୍ଲଜା ଉପବାସରେ ରହି ପ୍ରାର୍ଥନା, ପୂଜାର୍ଚ୍ଚନା, ହୋମ ଓ ଯଜ୍ଞ କରିବା ଛଡ଼ା ଆଉ କଣ ବା କରିଥାଆନ୍ତୁ!”
କିନ୍ତୁ ତା୨୦.୦୧.୨୦୨୫ରିଖରୁ ଆପଣଙ୍କର ପରିବର୍ତ୍ତିତ ରବାବ୍ ପରେ ,ଆମର ଏଠାରେ ହିନ୍ଦୁକୂଳରେ ଜନ୍ମିତ କିନ୍ତୁ କାଫେର ଚରିତ୍ରର କିଛି ଲୋକେ,” ନା ଆମକୁ ମିଣିପିରେ ନା ମାଇପିରେ ଗଣୁଛନ୍ତି।”
ହାଏରେ ବିଧାତା ବି “ଆମ ଅବସ୍ଥା ଦେଖି କିଛି ବ୍ୟବସ୍ଥା କରୁ ନାହାନ୍ତି।”
ତେଣୁ ହେ ତମ୍ପସାପ 🐍, ଆପଣ ଆପଣଙ୍କର ରବାବ୍ ବଦଳାନ୍ତୁ ନଚେତ, ଆମେ ଆମର ସେହି ଭୂମିକମ୍ପ କରାଉଥିବା ଏକଦମ ସ୍ୱଦେଶୀ ଗଣମାଧ୍ୟମର ଅଇଣ୍ଡିଆ,ଋବାକା, ଅଞ୍ଜନି ଉତ୍ୟାଦିଙ୍କର ଦୈନିକ ପ୍ରାତଃ ପରାମର୍ଶ ଅନୁସାରେ ଆମ କାମ କରିବୁ, ଯେଉଁଥିପାଇଁ କେବଳ ଆପଣ ହିଁ ଦାୟୀ ରହିବେ।
ସେମାନଙ୍କ ନିର୍ଦ୍ଦେଶ ଅନୁସାରେ “ଆମେ ଆପଣଙ୍କର ପୂଜାର୍ଚ୍ଚନା ଇତ୍ୟାଦି କରିବୁ ଅଥବା କୁଶ ପୁତ୍ତଳିକା ଦାହ କରିବୁ।”
ଅଇଣ୍ତିଆଜୀ ଓଗେର ଆପଣମାନେ ଆମ ସୁରଭାଇଙ୍କ ” ମାଡି ଚାଲ” ଆହ୍ୱାନ ମତେ ” ମାଡି ଚାଲନ୍ତୁ”, ଆମେ ତାଙ୍କରି ଆଉ ଗୋଟିଏ ଆହ୍ୱାନ “ମାର ତାଳି” ଆଧାରରେ ଆପଣମାନଙ୍କ ସମ୍ମାନାର୍ଥେ ପ୍ରବଳ ତାଳିମାଡ଼ କରି ଆପଣମାନଙ୍କ ପଛରେ ଅନବରତ ଭିଡ଼ି ଚାଲିଥିବୁ।ଜୟ ଜଗନ୍ନାଥ।

Leave a Reply

Your email address will not be published. Required fields are marked *