ନିମାପଡ଼ା ବଡ଼ବଜାରରେ ବେଧଡକ ଭାବେ ଚାଲିଛି ଚୋରା ମଦକଦ୍ରବ୍ୟ ବିକ୍ରି, ଚୁପ୍ ପ୍ରସାସନ
ନିମାପଡ଼ା, ୧୦/୦୩: ଦର୍ଶନ ସମୀକ୍ଷା
ସ୍ଥାନୀୟ ସହରାଞ୍ଚଳରୁ ନିପଟ ମଫସଲ ପର୍ଯ୍ୟନ୍ତ ବ୍ୟାପକ ମାତ୍ରାରେ ଚୋରା ନିଶା ବେପାରୀଙ୍କ ଦୌରାତ୍ମ ବୃଦ୍ଧି ପାଉଥିବା ବେଳେ ଅବକାରୀ ବିଭାଗ ସେମାନଙ୍କ ଉପରେ ଅଙ୍କୁଶ ଲଗାଇ ପାରୁନଥିବାରୁ ସାଧାରଣ ଅସନ୍ତୋଷ ବୃଦ୍ଧି ପାଇଛି। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ହେଉଥିବାରୁ ସଂପୃକ୍ତ ବିଭାଗ ପକ୍ଷରୁ ଯେଉଭଳି ଭାବେ ଧରପଗଡ ହେଉଛି ତାହା କେବଳ ଲୋକଦେଖାଣିଆ ବୋଲି କୁହାଯାଉଛି। ଅବକାରୀ ବିଭାଗ ବଡ଼ ମାଛକୁ ଛାଡ଼ି ମିନ ଗୋଟାଉଛି ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ସୁଚନା ଅନୁଯାଇ ପୁରୀ ଜିଲ୍ଲା ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ବଡ଼ବଜାର ଠାରେ ଦୀର୍ଘ ଦିନ ଧରି ବେଧଡକ ଭାବେ ଖୁଲମଖୁଲା ଚୋରା ମାଦକ ଦ୍ରବ୍ୟ ରାସ୍ତା ଉପରେ କାରବାର ହେଉଥିବାବେଳେ ପୋଲିସ ପ୍ରଶାସନ ଏବଂ ଅବକାରୀ ବିଭାଗ ପାଉନି ସାମାନ୍ୟ ଟିକେ ଟେରେ। ସ୍ଥାନୀୟ ଟାଉନ୍ କ୍ଲବ୍ ର ସାମ୍ନା ଏବଂ ବାଟାସୋରୁମୁର ନିକଟସ୍ଥ ପ୍ରତ୍ୟେକ ଦିନ ୧୦ ଟା ରାତିରୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ନିର୍ଭୟରେ ଖୋଲମଖୋଲା ବ୍ୟବସାୟ ଚାଲିଥିବା ବେଳେ ନିକଟରେ ପ୍ରେସ କ୍ଳବର ସଭାପତିଙ୍କ ଘର ହୋଇଥିବା ବେଳେ ଅନ୍ୟ ପଟେ ଧରିତ୍ରୀ ର ବରିଷ୍ଟ ସାମ୍ବାଦିକ ବିଚିତ୍ରାନନ୍ଦ ସାହୁ ଙ୍କ ବାସଗୃହ ରହିଛି।ନିଶାଖୋର ବ୍ୟକ୍ତିମାନେ ବିଳମ୍ବିତ ରାତ୍ରରେ ପ୍ରତ୍ୟେକ ଘର କବାଟ ବାଡାଇ ହୋଇରାଣ ହରକତ କରୁଛନ୍ତି।
ଅନ୍ୟପଟେ ସ୍ଥାନୀୟ ଥାନା ଠାରୁ ମାତ୍ର ୧୦୦ ମିଟର ଏବଂ ଅବକାରୀ ବିଭାଗ କାର୍ଯ୍ୟାଳୟ ଠାରୁ ୫୦୦ ମିଟର ଦୂରରେ ପ୍ରତ୍ୟେକ ଦିନ ସଂଧ୍ୟା ଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚୋରା ନିଶା କାରବାର ହେଉଥିବାବେଳେ, ନିସାଡି ମାନଙ୍କର ପାଦୃଭାବ ଦିନକୁ ଦିନ ବୃଦ୍ଧି ପାଉଛି। ଏନେଇ ସ୍ଥାନୀୟ ଗ୍ରାମବାସୀ ,ପରମେଷ୍ଠି ବେହେରା, ଟାଉନୁ କ୍ଲବ୍ ସମ୍ପାଦକ ହରେରାମ ସାହୁ ପ୍ରମୁଖ ଏହା ଉପରେ ଜଦି ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ଆଗାମୀ ଦିନରେ ତିବ୍ର ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ବାସିନ୍ଦା କହିଥିବା ବେଳେ ଜିଲ୍ଲା ଏସପି ଏହା ଉପରେ ଦୃଷ୍ଟି ଦେବା ପାଇଁ ଅଞ୍ଚଳ ବାସି ଦାବି କରିଛନ୍ତି।












Leave a Reply