Spread the love

ହାତୀ ଆକ୍ରମଣରେ ମୃତ ବରଣ କରିଥିଵା ପରିବାର କୁ ସମବେଦନା ଜଣାଇବା ସହିତ
ବଭିନ୍ନ ସ୍ଥାନରେ ଲୋକଙ୍କ ସମସ୍ୟା ଶୁଣିଲେ ସାଂସଦ ରୁଦ୍ରନାରାୟଣ ପାଣି।
୧୦/୩ (ଦର୍ଶନ ସମୀକ୍ଷା ) ଓଡ଼ାପଡ଼ା ବ୍ଲକ ଇନ୍ଦିପୁର ପଞ୍ଚାୟତ ଅଧୀନ ୧୩ନଂ ଓ୍ୱାର୍ଡ ଜୁଆଙ୍ଗ ସାହିର ଗୁରୁବାରି ପଧାନ ଙ୍କ ସ୍ତ୍ରୀ ସୁଷମା ପଧାନ ଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଯାଇଛି ।ଏନେଇ ଶନିବାର ଢେ଼ଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଇନ୍ଦିପୁର ଗ୍ରାମ କୁ ଯାଇ ମୃତକ ପରିବାର ଙ୍କୁ ସମବେଦନା ଜଣାଇବା ସହିତ ତାଙ୍କ ପରିବାର କୁ କିଛି ଆର୍ଥିକ ସହଯୋଗ ଦେଇ ସରକାରୀ ସହାୟତା ଯୋଗାଇ ଦେବାକୁ ବନ ବିଭାଗର ଅଧିକାରୀ ମାନଙ୍କ ସହ ବିଷଦ ଅଲୋଚନା କରିଛନ୍ତି । ମୃତ୍ୟୁବରଣ କରିଥିବା ଘଟଣାରେ ସାଂସଦ ରୁଦ୍ରନାରାୟଣ ପାଣି ଦୁଃଖ ପ୍ରକାଶ କରିବା ସହିତ ବନ ବିଭାଗ ଅଧିକାରୀ ମାନଙ୍କ ସହ ହାତୀଙ୍କ ଗତି ବିଧି ଉପରେ ନଜର ରଖିବା ସହ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଇ ହାତୀ ମଣିଷ ଲଢେଇକୁ ରୋକିବାକୁ ପରାମର୍ଶ ଦେଇଛନ୍ତି । ଉକ୍ତ ସ୍ଥାନରେ ଉପସ୍ଥିତ ଥିବା କେତେକ ଅବହେଳିତ ଆର୍ଥିକ ଅନଗ୍ରସର ବ୍ୟକ୍ତି ନିଜ ନଜିର ଅଭାବ ଅସୁବିଧା ସଂପର୍କରେ ସାଂସଦ ରୁଦ୍ରନାରାୟଣ ପାଣି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ସମସ୍ତ ଅଭିଯୋଗ ଶୁଣି ସେ ସଂମ୍ପର୍କରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ସମସ୍ୟା ର ସମାଧାନ କରିଥିଲେ। ଗ୍ରାମରେ ପାନୀୟ ଜଳ ସମସ୍ୟା , ଆଲୋକିକରଣ ବ୍ୟବସ୍ତା ସଂପର୍କରେ ଗ୍ରାମବାସୀ ଶ୍ରୀପାଣି ଙ୍କ ସହିତ ଆଲୋଚନା କରିଥିବା ସମୟରେ ସେଗୁଡିକର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ । ଉକ୍ତ ଗ୍ରସ୍ତ କାର୍ଯ୍ୟକ୍ରମରେ ରେ ତାଙ୍କ ସହ ଢେ଼ଙ୍କାନାଳ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସୁଶାନ୍ତ ପତି, ଜିଲ୍ଲା ଉପ ସଭାପତି ସହଦେବ ପୃଷ୍ଟି, ଜିଲ୍ଲା ଉପସଭାନେତ୍ରୀ ଇତିଶ୍ରୀ ସାହୁ , ଜିଲ୍କା ସଂପାଦକ ପ୍ରଶାନ୍ତ ପ୍ରଧାନ ,ମଣ୍ତଳ ସଭାପତି ଜୋତିରଂଜନ ଜେନା , ବିଜେପି ନେତା ସନ୍ତୋଷ ନାଏକ , ରଣଜିତ୍ ନାୟକ , ଜୋତି ଶଙ୍କର ନାୟକ , ବିଭୁତି ସାହୁ , ରଣଜିତ ରାଉତ , ଗଦାଧର ସାହୁ , ଚନ୍ଦନ ସାହୁ , ମୋତିଲାଲ ପ୍ରଧାନ ସମେତ ବହୁ ଦଳିୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *