Spread the love

ସେଣ୍ଟ୍-ଗୋବେନ୍ ପକ୍ଷରୁ ନିୟର -ନେଟ ଜିରୋ ଜିପିସମ ସିଲିଂ ଟାଇଲସ ପ୍ଲାଣ୍ଟ ଶୁଭାରମ୍ଭ
ବିଶାଖାପାଟଣା: (ଦର୍ଶନ ସମୀକ୍ଷା)

ହାଲୁକା ଓ ସ୍ଥାୟୀ ନିର୍ମାଣ ସମାଧାନ କ୍ଷେତ୍ରରେ ଅଗ୍ରଣୀ ସଂସ୍ଥା ସେଣ୍ଟ୍-ଗୋବେନ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଜିପ୍ରକ୍ ବିଜନେସ୍ ପକ୍ଷରୁ ବିଶାଖାପାଟଣାଠାରେ ଭାରତର ପ୍ରଥମ ‘ନିୟର-ନେଟ୍ ଜିରୋ’ ଜିପସମ୍ ସିଲିଂ ଟାଇଲ୍ସ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ କମ୍ପାନୀର ‘ମେକ୍ ଇନ୍ ଇଣ୍ଡିଆ’ ଦୂରଦୃଷ୍ଟିକୁ ସୁଦୃଢ଼ କରିବା ସହ ଦେଶରେ ଉଚ୍ଚମାନର ସିଲିଂ ସମାଧାନର ବଢୁଥିବା ଚାହିଦାକୁ ପୂରଣ କରିବାରେ ସହାୟକ ହେବ।

ସେଣ୍ଟ୍-ଗୋବେନ୍ ଜିପ୍ରକ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ସୁଦୀପ କୋଲତେ କହିଛନ୍ତି ଯେ, “ଏହି ନିବେଶ ଭାରତରେ ଆମର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବା ସହ ପ୍ରମୁଖ ବଜାରଗୁଡ଼ିକରେ ସ୍ୱଳ୍ପ-କାର୍ବନ ବିଶିଷ୍ଟ ସିଲିଂ ସମାଧାନ ପହଞ୍ଚାଇବାରେ ଆମକୁ ସକ୍ଷମ କରିବ। ଭାଇଜାଗ ପ୍ଲାଣ୍ଟ ଆମର ଦୀର୍ଘକାଳୀନ ରଣନୀତିର ଏକ ପ୍ରତିଫଳନ, ଯାହା ବାଣିଜ୍ୟିକ ଏବଂ ଆନୁଷ୍ଠାନିକ କ୍ଷେତ୍ରର ଆବଶ୍ୟକତାକୁ ପୂରଣ କରିବା ପାଇଁ ସ୍ଥାୟୀ ଉତ୍ପାଦନ ସହିତ କାର୍ଯ୍ୟକ୍ଷମ ଉତ୍କର୍ଷତାକୁ ଏକତ୍ରିତ କରିଥାଏ।”

ଡିସେମ୍ବର ୨୦୨୫ରେ କାର୍ଯ୍ୟକ୍ଷମ ହୋଇଥିବା ଏହି ଅତ୍ୟାଧୁନିକ ପ୍ଲାଣ୍ଟର ବାର୍ଷିକ ଉତ୍ପାଦନ କ୍ଷମତା ୫୦ ଲକ୍ଷ ବର୍ଗ ମିଟର ଓ ଏଠାରେ ଜିପ୍ରେକ୍ସ୍ ପିଭିସି ଲମିନେଟେଡ ଜିପସମ୍ ସିଲିଂ ଟାଇଲ୍ସ ନିର୍ମାଣ କରାଯିବ। କାରଖାନାର ଗୁରୁତ୍ୱପୂର୍ଣ୍ଣ ଅବସ୍ଥିତି ଯୋଗୁଁ ବଜାରରେ ଶୀଘ୍ର ଉପଲବ୍ଧତା, ସୁନିଶ୍ଚିତ ଗୁଣବତ୍ତା ଓ ବିଶ୍ୱସ୍ତରୀୟ ଉତ୍ପାଦନ ମାନ ବଜାୟ ରହିବ। ପ୍ଲାଣ୍ଟରେ ଆଧୁନିକ ଧୂଳି ସଂଗ୍ରହ ପ୍ରଣାଳୀ ଭଳି ଉନ୍ନତ ବ୍ୟବସ୍ଥା ରହିଛି ଯାହା କମ୍ପାନୀର କାର୍ଯ୍ୟକ୍ଷମ ଦକ୍ଷତା, କର୍ମକ୍ଷେତ୍ରର ସୁରକ୍ଷା ଓ ପରିବେଶ ସୁରକ୍ଷା ପ୍ରତି ଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହି ସୁବିଧାରେ ନିର୍ମିତ ଉତ୍ପାଦଗୁଡ଼ିକ ବିଏସ ଇଏନ ୫୨୦ ଓ ବିଏସ ଇଏନ ୧୪୧୯୦ ମାନକ ଅନୁଯାୟୀ ପ୍ରସ୍ତୁତ ଯାହା ବାଣିଜ୍ୟିକ କୋଠାଗୁଡ଼ିକ ପାଇଁ ଉଚ୍ଚ ସ୍ଥାୟିତ୍ୱ ଓ ପ୍ରଦର୍ଶନ ସୁନିଶ୍ଚିତ କରିବ। ଏହି ପ୍ରଥମ ‘ନିୟର-ନେଟ୍ ଜିରୋ’ ପ୍ଲାଣ୍ଟ ୨୦୫୦ ସୁଦ୍ଧା ନେଟ୍ ଜିରୋ କାର୍ବନ ହାସଲ କରିବା ପାଇଁ ସେଣ୍ଟ୍-ଗୋବେନ୍‌ର ବିଶ୍ୱସ୍ତରୀୟ ସ୍ଥାୟୀ ରୋଡମ୍ୟାପ୍ ସହ ଜଡ଼ିତ।

ଏହି ନିବେଶ ମାଧ୍ୟମରେ ସେଣ୍ଟ୍-ଗୋବେନ୍ ଇଣ୍ଡିଆ ସ୍ଥାନୀୟ ଉତ୍ପାଦନକୁ ଶକ୍ତିଶାଳୀ କରିବା ସହ ଭାରତର ପରିବର୍ତ୍ତନଶୀଳ ନିର୍ମାଣ ଆବଶ୍ୟକତା ପାଇଁ ଅଭିନବ ତଥା ପରିବେଶ ଅନୁକୂଳ ସମାଧାନ ପ୍ରଦାନ କରିବା ଜାରି ରଖିଛି।

Leave a Reply

Your email address will not be published. Required fields are marked *