ଉଦ୍ୟମୀ ୨.୦ ପ୍ରକଳ୍ପ//ଆଦିତ୍ୟ ବିର୍ଲା ଗ୍ରୁପ ଅଧୀନ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ର ସହଯୋଗୀ ସଂସ୍ଥା ଉକ୍ରଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ୍)ର ସମର୍ଥନରେ ଆଗେଇ ଚାଲୁଛି

Spread the love

ଉଦ୍ୟମୀ ୨.୦: ଇଡିଆଇଆଇ ଓ ୟୁଏଆଇଏଲ୍ ମିଶି ଗ୍ରାମୀଣ ଓଡ଼ିଶାର ଉନ୍ନତି ପାଇଁ ସହଯୋଗ କରୁଛନ୍ତି
ଅଞ୍ଚଳ ରେ ସଫଳ ହେବା ପାଇଁ ଯୁବ ଉଦ୍ୟମୀମାନଙ୍କୁ ସଶକ୍ତ କରାଯାଉଛି
ଭୁବନେଶ୍ୱର : (ଦର୍ଶନ ସମୀକ୍ଷା)

ଦକ୍ଷିଣ ଓଡିଶାର ଦୂରସ୍ଥ ଆଦିବାସୀ ଗ୍ରାମଗୁଡିକରେ ବର୍ଷରୁ ବର୍ଷ ଧରି ଆର୍ଥôକ ସୁଯୋଗର ଅଭାବ ରହିଆସିଛି । ଏହି କାରଣରୁ ଅନେକ ଯୁବକ-ଯୁବତୀମାନେ କାମର ସନ୍ଧାନରେ ନିଜ ଘର ଛାଡ଼ି ଅନ୍ୟ ଅଞ୍ଚଳକୁ ଯାଉଛନ୍ତି । ଏବେ ଏହି ପରିସ୍ଥିତିକୁ ବଦଳାଇବା ପାଇଁ ଏକ ନୂତନ ପ୍ରୟାସ ଆରମ୍ଭ ହୋଇଛି । ଆଦିତ୍ୟ ବିର୍ଲା ଗ୍ରୁପ ଅଧୀନ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ର ସହଯୋଗୀ ସଂସ୍ଥା ଉକ୍ରଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ୍)ର ସମର୍ଥନରେ ଏବଂ ଏଣ୍ଟରପ୍ରିନ୍ୟୋରସିପ୍‌ ଡେଭେଲପମେଣ୍ଟ ଇନ୍‌ଷ୍ଟିଚୁ୍ୟଟ ଅଫ୍‌ ଇଣ୍ଡିଆ (ଇଡିଆଇଆଇ) ଦ୍ୱାରା କାର୍ଯ୍ୟାନୁଷ୍ଠିତ ‘ଉଦ୍ୟମୀ ୨.୦’ ନାମକ ଏହି ବିଶେଷ ପ୍ରକଳ୍ପ ଗ୍ରାମୀଣ ଯୁବମାନଙ୍କୁ ନିଜ ଗ୍ରାମରେ ଛୋଟ ବ୍ୟବସାୟ ଆରମ୍ଭ କରିବା ପାଇଁ ପ୍ରଶିକ୍ଷଣ ଓ ଆବଶ୍ୟକ ସହାୟତା ଯୋଗାଇ ଦେଉଛି । ଏହା ଦ୍ୱାରା ସେମାନେ ଆତ୍ମନିର୍ଭର ହେବା ସହିତ ଅନ୍ୟତ୍ର ପ୍ରବାସ କମିବାରେ ସାହାଯ୍ୟ ମିଳୁଛି ।
ଉଦ୍ୟମୀ ୨.୦ ପ୍ରକଳ୍ପଟି ଅଗଷ୍ଟ ୨୦୨୪ ରେ ଆରମ୍ଭ ହୋଇଥିଲା ଏବଂ ୨୦୨୭ ପର୍ଯ୍ୟନ୍ତ ଚାଲିବ । ଏହି ପ୍ରୟାସଟି ରାୟଗଡା ଜିଲ୍ଲାର କାଶୀପୁର ବ୍ଳକ ଏବଂ କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁର ବ୍ଳକ ରେ ୧୮୧ଟି ଗ୍ରାମ ରେ କାର୍ଯ୍ୟାନ୍ୱିତ ହେଉଛି । ଏହି ପ୍ରକଳ୍ପରେ କୃଷି ବ୍ୟତୀତ ଓ କୃଷି ସହଯୋଗୀ କ୍ଷେତ୍ରରେ ଏବଂ ଅଣକୃଷିଭିତ୍ତିକ ଉଦ୍ୟମ ଆରମ୍ଭ କରିବାକୁ ଉତ୍ସାହ ଦିଆଯାଉଛି । ବିଶେଷ କରି ମହିଳା ମାନେ, ଆଦିବାସୀ ସମୁଦାୟ ଏବଂ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଏସ୍ସି/ଏସ୍ଟି) ଗୋଷ୍ଠୀ ଙ୍କୁ ପ୍ରାଥମିକତା ଦିଆଯାଉଛି । ସେହି ସହିତ ସ୍ଥାୟୀ ଉନ୍ନତି ପ୍ରକ୍ରିୟା ଓ ସ୍ଥାନୀୟ ବଜାରରେ ଆବଶ୍ୟକତାକୁ ଧ୍ୟାନରେ ରଖି କାମ କରାଯାଉଛି ।
ଉଦ୍ୟମୀ ୨.୦ ପ୍ରକଳ୍ପର ମୁଖ୍ୟ ଅଂଶ ହେଉଛି ଗ୍ରାମୀଣ ଉଦ୍ୟମିତା ସହାୟତା କେନ୍ଦ୍ର, ଯାହା ନୂତନ ଉଦ୍ୟମୀ ମାନଙ୍କୁ ସମଗ୍ର ସହଯୋଗ ଯୋଗାଇ ଦେଇଥାଏ । ଏଥିରେ ବ୍ୟବସାୟ ଧାରଣା, ଉତ୍ପାଦନ ତିଆରି କରିବା ଓ କୌଶଳ ବିକାଶ ପ୍ରଶିକ୍ଷଣରୁ ଆରମ୍ଭ କରି ବ୍ୟବସାୟ ସ୍ଥାପନ, ଆଇନଗତ ନିବନ୍ଧନ, ଅର୍ଥ ସହାୟତା, ପରିଚୟ ସୃଷ୍ଟି ଏବଂ ବଜାର ସହ ଯୋଗାଯୋଗ ସ୍ଥାପନ ପର୍ଯ୍ୟନ୍ତ ସମସ୍ତ ସହାୟତା ଦିଆଯାଉଛି । ଉଦ୍ୟମୀ ମାନେ ଶିଳ୍ପ ସମ୍ପର୍କିତ ଦର୍ଶନ ଯାତ୍ରା, ଦକ୍ଷ ବ୍ୟକ୍ତିଙ୍କର ପରାମର୍ଶ, ବ୍ୟବସାୟ ଯୋଜନା ପ୍ରସ୍ତୁତିମାର୍ଗରେ ଏବଂ ପିଏମଏଫଏମଇ ଓ ପିଏମଇଜିପି ପରି ସରକାରୀ ଯୋଜନା ସହ ଯୋଗସୂତ୍ର ର ଲାଭ ପାଉଛନ୍ତି । ବର୍ତ୍ତମାନ ପ୍ରକଳ୍ପ ସହାୟତା, ଉଦ୍ୟମୀଙ୍କ ଅବଦାନ ଏବଂ ସରକାରୀ ଯୋଜନାର ସମନ୍ୱୟ ମାଧ୍ୟମରେ ୬୯.୯୫ ଲକ୍ଷରୁ ଅଧିକ ନିବେଶ ପ୍ରକ୍ରିୟାଧୀନ ଅଛି । ଏହି ରାଶି ନୂତନ ଉଦ୍ୟମ ପାଇଁ ପ୍ରାରମ୍ଭିକ ଧନରାଶି ଭାବେ ଏବଂ ଚାଲୁଥିବା ଉଦ୍ୟମକୁ ବିିସ୍ତାର କରିବା ପାଇଁ ବିକାଶ ଧନରାଶି ଭାବେ ବ୍ୟବହୃତ ହେଉଛି ।
“ଉଦ୍ୟମୀ ୨.୦ ଲକ୍ଷ୍ୟ ହେଉଛି ଲୋକମାନେ ଯେଉଁଠି ରହୁଛନ୍ତି, ସେଠି ସୁଯୋଗ ସୃଷ୍ଟି କରିବା,” ବୋଲି ଇଡିଆଇଆଇ ର ମହାନିର୍ଦେଶକ ଡକ୍ଟର ସୁନିଲ ଶୁକ୍ଲା କହିଛନ୍ତି । “ରାୟଗଡା ଓ କଳାହାଣ୍ଡି ପରି ଜିଲ୍ଲାରେ ସ୍ଥାନୀୟ ଉଦ୍ୟମ ପରିବେଶ ତିଆରି କରି ଆମେ ଗ୍ରାମୀଣ ଯୁବବର୍ଗମାନଙ୍କୁ, ବିଶେଷକରି ମହିଳା ଓ ଆଦିବାସୀ ସମୁଦାୟଙ୍କୁ, ଉଦ୍ୟମ ଆରମ୍ଭ କରିବାକୁ ଏକ ସମ୍ଭବ ଏବଂ ସମ୍ମାନଜନକ ମାର୍ଗ ଭାବେ ଦେଖିବାକୁ ପ୍ରେରିତ କରୁଛୁ । ଆମର ଲକ୍ଷ୍ୟ କେବଳ ବ୍ୟବସାୟ ଆରମ୍ଭ କରେଇବା ନୁହେଁ, ବରଂ ଏମିତି ଆତ୍ମବିଶ୍ୱାସୀ ଉଦ୍ୟମୀମାନଙ୍କୁ ଗଢି ତୋଳିବା, ଯେଉଁମାନେ ନିଜ ସମୁଦାୟରେ ଆୟ, ରୋଜଗାର ଏବଂ ଦୀର୍ଘକାଳୀନ ସ୍ଥିରତା ସୃଷ୍ଟି କରିପାରିବେ ।“

Leave a Reply

Your email address will not be published. Required fields are marked *