ଗଜପତି ବ୍ରେକିଙ୍ଗ // ସହାୟତା ଆଳରେ ଠକେଇ, ଗଜପତିରେ ଗର୍ଭବତୀଙ୍କ ଆକାଉଣ୍ଟ୍‌ରୁ ଟଙ୍କା ଠକି ନେଲେ ସାଇବର୍ ଠକ ଏବଂ ପ୍ରଗତି ମହିଳା ସଂଗଠନ ମହିଳା ଦିବସ ପାଳିତ ଓ ୭୪ ଜଣ ବରିଷ୍ଠ ନାଗରିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଗଲେ

Spread the love

ପ୍ରଗତି ମହିଳା ସଂଗଠନ ଓ ଆଇନ ସେବା ପ୍ରାଧିକରଣ ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ପାରଳାଖେମୁଣ୍ଡି, 9/3(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ପ୍ରଗତି ମହିଳା ସଙ୍ଗଠନ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ଗଜପତି ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଗଜପତି ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇସାରିଛି। ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଏବଂ ଦୌରl ଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଗଜପତିର ଅଧ୍ୟକ୍ଷ ଜଗଦିଶ ପ୍ରସାଦ ମହାନ୍ତି , ବିଶିଷ୍ଟ ଅତିଥି ରେଜିଷ୍ଟର ସିଭିଲ କୋର୍ଟ ପ୍ରସନ୍ନ କୁମାର ବେହେରା, ସିଭିଲ୍ ଜର୍ଜ ମହିଳା କୋର୍ଟ ରଶ୍ମିତା ସାହୁ, ଏସ୍ ଡି ଜେ ଏମ ବିଷ୍ଣୁ ପ୍ରିୟା ସାମନ୍ତରାୟ ଯୋଗ ଦେଇ ଆଇନ ଅନୁଯାୟୀ ନାରୀ ମାନଙ୍କ ସୁରକ୍ଷା ସହ ଅର୍ଥନୈତିକ, ସାମାଜିକ, ପ୍ରଭୃତିରେ ତାର ବିକାଶ ପାଇଁ ସର୍ବଦା ସବୁସମୟରେ ସଚେତନତା ସୃଷ୍ଟି କରିବା ଜରୁରୀ କହିଥିଲେ। ଅଧ୍ୟକ୍ଷ ଡାକ୍ତର ମୁର୍ମୁ, ମମତା ଜେନା, ସରସ୍ଵତୀ ନାୟକ, ଡ. ଭାରତୀ ପାଣିଗ୍ରାହୀ, ଇଁ ମଧୁସ୍ମିତା ଦାସ, ସମ୍ପାଦିକା ତନୁଜା ଶତପଥୀ, ସଭାପତି ଲୋକନାଥ ମିଶ୍ର, ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତା, ମଞ୍ଚାସୀନ ଥିଲେ । ଏହି ଅବସରରେ ବହୁମଖି ପ୍ରତିଭା ଧାରୀ ବର୍ଷୀୟାନ ମହିଳା କମଳିନୀ ପଟ୍ଟନାୟକଙ୍କୁ ଶ୍ରେଷ୍ଟ ବରଣ୍ୟ ନାରୀ ଭାବେ ମାନପତ୍ର ଓ ଉପଢ଼ୌକନ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସ୍ଵାଗତ ସମ୍ଭାଷଣ ଶୁଭଶ୍ରୀ ଭୁକ୍ତା, ପରିଚୟ ପ୍ରଦାନ ସ୍ନେହା ବେହେରା ଏବଂ ପାୟଲ ପାତ୍ର ଧନ୍ୟବାଦ ଦେଇଥିଲେ।
୭୪ ଜଣ ବରିଷ୍ଠ ନାଗରିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଗଲେ ପାରଳାଖେମୁଣ୍ଡି, 9/3(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରୁ ୭୪ ଜଣ ତୀର୍ଥଯାତ୍ରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି. ଏହି ତୀର୍ଥଯାତ୍ରୀ ବସ୍‌କୁ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଶୁଭାରମ୍ଭ କରିଥିବା ବେଳେ ଜିଲ୍ଲାପରିଷଦ ଅଧ୍ଯକ୍ଷ ଜି.ତିରୁପତି ରାଓ, ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ ପତାକା ଦେଖାଇ ଯାତ୍ରା ଆରମ୍ଭ କରିଥିଲେ | ଜିଲ୍ଲା ପ୍ରଶାସନ ତରଫରୁ ଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି I ଗସ୍ତ ପୂର୍ବରୁ ସ୍ବାସ୍ଥ୍ୟ ପରୀକ୍ଷା ସହ ନିତ୍ୟ ଆବଶ୍ୟକ ଜିନିଷ ରହିଥ‌ିବା କିଟ୍ ବକ୍ସ ପ୍ରଦାନ କରାଯାଇ ଥିବା ବେଳେ ଯାତ୍ରୀଙ୍କ ତତ୍ତ୍ଵାବଧାନ ପାଇଁ ଏସକର୍ଟ ଅଫିସରଙ୍କ ବ୍ୟବସ୍ଥା କରାଯାଇଛି. ଯାତ୍ରୀମାନେ ରହିବା, ଖାଇବା ଓ ଯାତ୍ରା ସମୟରେ ସମସ୍ତ ଖର୍ଚ୍ଚ ସରକାର ବହନ କରିବା ବ୍ୟବସ୍ଥା କରାଯାଇଥିବାର ସୂଚନା ପ୍ରଦାନ କରାଯାଇଛି।
ଗଜପତିରେ ୨୦୨୭ ଜନଗଣନା ପାଇଁ ଜିଲ୍ଲାସ୍ତରରେ ତିନି ଦିନିଆ ତାଲିମ୍ ଶିବିର ଶୁଭାରମ୍ଭ

ପାରଳାଖେମୁଣ୍ଡି,୯.୦୩.(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତିନିଦିନିଆ ଜନଗଣନା ତାଲିମ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଛି। ଉକ୍ତ କର୍ମଶାଳାରେ ଆସନ୍ତା ଏପ୍ରିଲ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକା ଜନଗଣନା କାର୍ଯ୍ୟ ଆରମ୍ଭ ହେବ। ଆଜିର ଏହି ତାଲିମ କାର୍ଯ୍ୟକ୍ରମରେ ୨୦୨୭ ଜନଗଣନା ପାଇଁ ମାଷ୍ଟର ଟ୍ରେନର ତଥା ତହସିଲଦାର ଆର . ଉଦୟଗିରି ଜ୍ୟୋତିମୟ ଦାଶ ଓ ତହସିଲଦାର କାଶୀନଗର ସୁଧୀର କୁମାର ନନ୍ଦ ଉପସ୍ଥିତ ଥିବା ସମସ୍ତ କ୍ଷେତ୍ର ପ୍ରଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରାଯାଉଛି ।
ଉକ୍ତ ତଳିମ୍ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇ କହିଥିଲେ ଯେ ଭାରତରେ ପ୍ରତି ୧୦ ବର୍ଷରେ ଥରେ ଦେଶରେ ଜନଗଣନା କରାଯାଇଥାଏ । ଶେଷ ଥର ପାଇଁ ଏହା ୨୦୧୧ ମସିହାରେ ଅନୁଷ୍ଠିତ ହୋଇଥିଲା। ମହାମାରୀ କୋଭିଡ ପାଇଁ ୨୦୨୧ ମସିହାରେ ଜନଗଣନା ହୋଇ ପାରିନଥିଲା ଯାହାକି ୨୦୨୭ ମସିହାରେ ହେବାକୁ ଯାଉଛି। ଜନଗଣନା ମୁଖ୍ୟତଃ ୨ଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟରେ ଜନଗଣନା ହେବା ପୂର୍ବରୁ ଏହାର ପ୍ରଥମ ଉପକ୍ରମ ଭାବେ ଏକ ବର୍ଷ ପୂର୍ବରୁ ଗୃହ ଜନଗଣନା କାର୍ଯ୍ୟ ହେବ ଯାହାକି ଚଳିତ ବର୍ଷ ୧୬ ଏପ୍ରିଲ ରୁ ମେ ମାସ ୧୫ ତାରିଖ ପର୍ଯ୍ୟନ୍ତ ହେବ ଏହି କ୍ରମରେ ଗୃହ ତାଲିକା ଜନଗଣନା ହେବ। ଜଣେ ସଚେତନ ନାଗରିକ ହିସାବରେ ନିଜର ସମସ୍ତ ତଥ୍ୟ ସଠିକ ଓ ନିର୍ଭୁଲ ଭାବେ ତଥ୍ୟ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ଏହି ଜନଗଣନା ସୁବିଧା ପୋର୍ଟାଲରେ ଚଳିତ ବର୍ଷ ଏପ୍ରିଲ ୧ତାରିଖ ରୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଏହା ପରଠାରୁ ନିୟୋଜିତ ହୋଇଥିବା ଅଧିକାରୀଙ୍କ ଦ୍ୱାରା ମୋବାଇଲ ଆପ୍ ମାଧ୍ଯମରେ ଘରକୁ ଘର ଯାଇ ସମସ୍ତ ତଥ୍ୟ ସଂଗ୍ରହ କରି ଅପଲୋଡ଼ କରାଯିବ। ଜିଲ୍ଲାର ସମସ୍ତ ବ୍ଲକ୍ ର ଗୃହ ତାଲିକା ଦୁର୍ଗମ ଅଂଚଳ ପ୍ରତି ଅଧିକ ଧ୍ୟାନ ଦିଆଯିବ। ଏହାର ସୁପରିଚାଳନ ପାଇଁ ଜାତୀୟ ସ୍ତରୀୟ ପ୍ରଶିକ୍ଷକ, ମାଷ୍ଟର ପ୍ରଶିକ୍ଷକ, କ୍ଷେତ୍ର ପ୍ରଶିକ୍ଷକ, ଗଣନାକାରି ଓ ସୁପରଭାଇଜର ନିୟୋଜିତ କରାଯାଉଅଛି।
ଏଥର ଦେଶରେ ପ୍ରଥମ କରି ଡିଜିଟାଲ ମାଧ୍ୟମରେ ଜନଗଣନା ହେଉଥିବାରୁ ବୈଷୟିକ ଜ୍ଞାନ କୌଶଳକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ଗଣନା କେବଳ ବ୍ୟକ୍ତବିଶେଷଙ୍କ ଗଣନା ନୁହେଁ ବରଂ ପ୍ରତ୍ୟେକ ପରିବାରର ଆର୍ଥିକ, ସାମାଜିକ ଅବସ୍ଥାର ସମ୍ପୂର୍ଣ୍ଣ ବିବରଣୀ ଲିପିବଦ୍ଧ ରହବା ଆବଶ୍ୟକ ରହିଅଛି। ସମସ୍ତେ ଯେପରି ନିଜର ସଠିକ ତଥ୍ୟ ପ୍ରଦାନ କରିବେ ସେଥିପାଇଁ ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ତେଣୁ ସମସ୍ତ ଅଧିକାରୀ ନିଜ ନିଜ ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ କରିବା ନେଇ ଆଶା ପ୍ରକଟ କରିଥିଲେ ଏବଂ ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ସମସ୍ତ ତହସିଲ ଓ ପୌରପାଳିକା ଓ ବିଜ୍ଞାପିତ ଅଂଚଳ ପରିଷଦର ୨୨ ଜଣ କ୍ଷେତ୍ର ପ୍ରଶିକ୍ଷକ ମାନଙ୍କୁ ଆଜି ତା.୦୯.୦୩.୨୦୨୬ ଠାରୁ ୧୧.୦୩.୨୦୨୬ ରିଖପଯ୍ୟନ୍ତ ତିନିଦିନ ତାଲିମ୍ ଦିଆଯିବ

ସହାୟତା ଆଳରେ ଠକେଇ….. ଗଜପତିରେ ଗର୍ଭବତୀଙ୍କ ଆକାଉଣ୍ଟ୍‌ରୁ ଟଙ୍କା ଠକି ନେଲେ ସାଇବର୍ ଠକ
ପାରଳାଖେମୁଣ୍ଡି, 9/3(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲାରେ ଜଣେ ପ୍ରସବକାଳୀନ ମହିଳାଙ୍କୁ ସହାୟତା ଆଳରେ ସାଇବର ଠକ ଠକେଇ କରିଥିବା ଅଭିଯୋଗ ହୋଇଛି. ଏହି ଗର୍ଭବତୀ ମହିଳାଙ୍କ ଆକାଉଣ୍ଟ୍‌ରୁ ପ୍ରସବକାଳୀନ ସହାୟତା ଦେବା ନାମରେ ଆକାଉଣ୍ଡ୍‌ରୁ ୧୯,୯୯୯ ଟଙ୍କା ଠକି ନେଇଛନ୍ତି ସାଇବର୍ ଠକ. କାଶୀନଗର ଥାନା ଅନ୍ତର୍ଗତ ଖଣ୍ଡାବା ପଞ୍ଚାୟତ କନେଇଗୁଡ଼ା ଗ୍ରାମର ଇଶକ ରଇତଙ୍କ ଝିଅ ରୀନା ରଇତ(୨୬) ଏଭଳି ଠକେଇର ଶିକାର ହୋଇଥିବା ଜଣପଡ଼ିଛି। ସାଇବର୍ ଠକେଇର ଶିକାର ହୋଇଥିବା ଜାଣିବା ପରେ ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ଖୋଲିଥିବା ସାଇବର୍ ଥାନାରେ ଏତଲା ଦେବେ ବୋଲି ରୀନାଙ୍କ ବାପା ଇଶକ କହିଛନ୍ତି l
ଘଟଣାରୁ ପ୍ରକାଶ, ରୀନା ଏବେ ଏକମାସର ଗର୍ଭବତୀ ଅଛନ୍ତି| ଗତକାଲି ସେ ଘରେ ଏକା ଥିବା ବେଳେ ହଠାତ୍ ହ୍ବାଟ୍ସଆପ୍ କଲ୍ ଆସିଥିଲା | ସେ କଲ୍ ରିସିଭ୍ କରିବା ବେଳେ ସାଇବର୍ ଠକମାନେ ସମାନ ଭାବେ କନ୍‌ଫରେନ୍‌ସ କଲ୍‌ରେ ଗ୍ରାମର ଆଶାଦିଦିଙ୍କୁ ମଧ୍ୟ ଯୋଡ଼ିଥିଲେ | ଉଭୟ ସାଇବର୍‌ ଠକଙ୍କ ହାବୁଡ଼ରେ ପଡ଼ିଥିବା ବେଳେ ରୀନାଙ୍କୁ ପ୍ରସବକାଳୀନ ସହାୟତା ମିଳିବ ବୋଲି କହି ସେମାନେ ବିଶ୍ଵାସ ଜନ୍ମାଇଥିଲେ. ଏହାପରେ ରୀନା ସ୍ବାସ୍ଥ୍ୟ ସମସ୍ୟା ଦର୍ଶାଇ କଲ୍ କାଟି କିଛି ସମୟ ବିଶ୍ରାମ ନେବାକୁ ଚାଲି ଯାଇଥିଲେ | ପରେ କିଛି ସମୟରେ ପୁଣି ରୀନାଙ୍କ ମୋବାଇଲ ରିଙ୍ଗ୍ ହୋଇଥିଲା | ରୀନା ବିଶ୍ରାମ ନେଇଥିବାରୁ ସ୍ବାମୀ ନରେଶ ଶବର କଲ୍ ରିସିଭ୍ କରିଥିଲେ | ସାଇବର୍ ଠକ ତାଙ୍କୁ ସମାନ ଢଙ୍ଗରେ କଥା କହିଥିଲେ । ପୂର୍ବରୁ ରୀନା ଓ ଆଶାଦିଦିଙ୍କ ସହ ଏନେଇ କଥାବାର୍ତା ହୋଇଥିବା କହି ନରେଶ ମଧ୍ୟ ତାଙ୍କ ମଧ୍ୟ ପତ୍ନୀଙ୍କୁ ପ୍ରସବକାଳୀନ ସହାୟତା ମିଳିବ ବୋଲି ଲୋଭ ଦେଖାଇଥିଲେ | ନରେଶ ସାଇବର୍ ଠକଙ୍କ ଚାଲ୍ ବୁଝି ପାରି ନଥିବା ବେଳେ ଲୋଭର ବଶବର୍ତ୍ତୀ ହୋଇଥିଲେ। ବାର୍ତାଳାପ ପରେ ଫୋନ୍ ପେ’ ଖୋଲିବାକୁ କହି ସାଇବର୍ ଠକ ଗୋଟିଏ ପରେ ଗୋଟିଏ ନିର୍ଦ୍ଦେଶ ଦେବା ସହ ୧୯,୯୯୯ ପଠାଇବାକୁ କହିଥିଲା । କିଛି ସମୟ ପରେ ଅଧିକ ଟଙ୍କା ମିଶାଇ ଆକାଉଣ୍ଟ୍‌କୁ ପ୍ରସବକାଳୀନ ସହାୟତା ଆସିବ ବୋଲି କହିବା ପରେ ନରେଶ୍ ଫୋନ ପେ’ ଓଟିପି କହିବା ସହ ଟଙ୍କା ପଠାଇ ଦେଇଥିଲେ | ଏହାପରେ ନରେଶ ପୁଣି ମୋବାଇଲ ଦ୍ୱାରା ଯୋଗାଯୋଗ କରିବା ବେଳେ ଠକର ମୋବାଇଲ୍ ସ୍ବିଚ୍ ଅଫ୍ ହୋଇଯାଇଥିଲା | ସମ୍ପୃକ୍ତ ଅଞ୍ଚଳରେ ଏହି ଘଟଣା ଜଣା ପଡିବା ପରେ ସାଧାରଣରେ ଉଦବେଗ ପ୍ରକାଶ ପାଇଛି.

Leave a Reply

Your email address will not be published. Required fields are marked *