ତିନୋଟି ମହିଳା ସମିତି ଏକାଠି ହୋଇ ପାଳିଲେ ଆନ୍ତର୍ଜାତୀୟ ମହିଳା ଦିବସ
ବଡବିଲ, (ଦର୍ଶନ ସମୀକ୍ଷା)
ତା -08-03-2025
କେନ୍ଦୁଝର ଜିଲା ବଡବିଲସ୍ଥିତ ରୁଙ୍ଗଟା ପୌର ଟାଉନ୍ ହଲ୍ ଠାରେ ରବିବାର ସନ୍ଧ୍ୟାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି। ବଡବିଲର ଉପାନ୍ତ ମହିଳା ସମବାୟ ସମିତି ଲିମିଟେଡ,ପ୍ରତିଭା ମହିଳା ସମିତି ଓ ଆଶୀର୍ବାଦ ୱେଲଫେଆର ଟ୍ରଷ୍ଟ (ତିନୋଟି ମହିଳା ସମିତି) ଏକାଠି ହୋଇ ଏହି ଦିବସକୁ ପାଳନ କରିଛନ୍ତି। ଅପରାହ୍ନ ପ୍ରାୟ ୨ ଟା ବେଳେ ମହିଳା ସଶକ୍ତିକରଣ ନିମନ୍ତେ ଏକ ବିଶାଳ ଶୋଭାଯାତ୍ରା ବିକାଶ ମହଲ ଠାରୁ ସହର ପରିକ୍ରମା କରି ଟାଉନ୍ ହଲ ଠାରେ ପହଞ୍ଚିଥିଲା। ଏହି ଶୋଭାଯାତ୍ରାରେ ତିନୋଟିଯାକ ମହିଳା ସମିତିର କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ସହ ସ୍ଥାନୀୟ ଅଂଚଳର ମହିଳାମାନେ ସାମିଲ ହୋଇଥିଲେ। ଏହି ଦିବସ ଅବସରରେ ସନ୍ଧ୍ୟାରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥିଭାବେ କେନ୍ଦୁଝର ଜିଲା ଡିଏମଏଫର ସିଇଓ ରୀନା ପ୍ରଧାନ ଯୋଗ ଦେଇ ମହିଳାଙ୍କୁ ସମ୍ମାନ, ମହିଳା ସଶକ୍ତିକରଣ ଓ ନିଜର ଉପଲବ୍ଧି ନେଇ ଉପସ୍ଥିତ ମହିଳା ମାନଙ୍କୁ କହିଥିଲେ।

ସମ୍ମାନିତ ଅତିଥି ବଡବିଲ ବନାଞ୍ଚଳ ଅଧିକାରୀ ସଞ୍ଜୀବ କୁମାର ରାଉତ ନାରୀ ସର୍ବଦା ପୂଜ୍ୟ ଓ ନାରୀ ହିଁ ସ୍ରଷ୍ଟା ବୋଲି କହିଥିଲେ। ଏହି ସଭାର ଅନ୍ୟତମ ଅତିଥି ଭାବେ ଭାଜପା ଓବିସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ଚନ୍ଦ୍ରଗୁପ୍ତ ପ୍ରସାଦ, ବଡବିଲ ଏସଡିପିଓ ଦେବେନ୍ଦ୍ରନାଥ ପିଙ୍ଗୁଆ, ପୌର ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଓ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରଦ୍ଧାଞ୍ଜଳି କର ଓ ବଡ଼ବିଲ ମଣ୍ଡଳ ସଭାପତି ପରିମଲ ଚାଟର୍ଜି ଯୋଗଦେଇଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ଉପାନ୍ତ ମହିଳା ସମବାୟ ସମିତି ଲିମିଟେଡର ଅଧ୍ୟକ୍ଷା ପୁଷ୍ପା ଆପଟ୍, ପ୍ରତିଭା ମହିଳା ସମିତିର ଅଧ୍ୟକ୍ଷା ବନଜା ମଞ୍ଜରୀ ମହାନ୍ତ ଏବଂ ଆଶୀର୍ବାଦ ୱେଲଫେଆର ଟ୍ରଷ୍ଟର ଅଧ୍ୟକ୍ଷା ଅଞ୍ଜଳି ସିଂହ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ପ୍ରଥମେ ଅତିଥି ମାନେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରଦୀପ ପ୍ରଯୋଳନ କରିବା ସହ ମାଲ୍ୟାର୍ପଣ କରିଥିଲେ ଓ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ବ୍ୟାଚ ପରିଧାନ କରାଯିବା ସହ ତ୍ରିବେଣୀ କଳା କେନ୍ଦ୍ର ର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ନୁର୍ତ୍ୟ ଓ ସ୍ଥାନୀୟ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ରେ ଅତିତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା ସଭାପରେ ସୁଦୂର ଟାଟା ରୁ ଆସିଥିବା ମେଲୋଡି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।












Leave a Reply