ଆଖିରେ ତୁ// ଏକ ସୁନ୍ଦର ରୋମାଣ୍ଟିକ ଗୀତ ବିଶ୍ୱବ୍ୟାପି ମୁକ୍ତିଲାଭ, ନିହାର ଆଚାର୍ଯ୍ୟଙ୍କ ସଙ୍ଗୀତର ଅରେଞ୍ଜମେଣ୍ଟ କରିଛନ୍ତି ଜି. ଟୁବୁ।କଣ୍ଠଶିଳ୍ପୀ ସୋହିନୀ ମିଶ୍ର (ଇଣ୍ଡିଆନ୍ ଆଇଡଲ୍ ଖ୍ୟାତ) ଓ ଲଣ୍ଡନ୍‌ରେ ବସବାସ କରୁଥିବା ଓଡ଼ିଆ କଣ୍ଠଶିଳ୍ପୀ ବିଶ୍ୱଜିତ ନନ୍ଦ ନିଜର ସୁମଧୁର କଣ୍ଠ ଦେଇ ଗୀତକୁ ଆହୁରି ମନୋମୁଗ୍ଧକର କରିଛନ୍ତି।

Spread the love

“ଆଖିରେ ତୁ” – ଏକ ସୁନ୍ଦର ରୋମାଣ୍ଟିକ ଗୀତ ବିଶ୍ୱବ୍ୟାପି ମୁକ୍ତିଲାଭ

ଭୁବନେଶ୍ୱର: ନୂତନ ଓଡ଼ିଆ ରୋମାଣ୍ଟିକ ଗୀତ “ଆଖିରେ ତୁ” ସମ୍ପ୍ରତି ବିଶ୍ୱବ୍ୟାପି ଭାବେ ମୁକ୍ତିଲାଭ କରି ସଙ୍ଗୀତପ୍ରେମୀମାନଙ୍କ ମନକୁ ଛୁଇଁଛି। ମନକୁ ଛୁଇଁଯାଉଥିବା ଏହି ମଧୁର ଡୁଏଟ୍ ଗୀତରେ ଆଧୁନିକ ସଙ୍ଗୀତ ଓ ରୋମାଣ୍ଟିକ ଭାବନାର ଏକ ସୁନ୍ଦର ସମନ୍ୱୟ ଦେଖିବାକୁ ମିଳିଛି।

ଏହି ଗୀତଟିରେ ଭାରତୀୟ ସଙ୍ଗୀତ ମଞ୍ଚର ପରିଚିତ କଣ୍ଠଶିଳ୍ପୀ ସୋହିନୀ ମିଶ୍ର (ଇଣ୍ଡିଆନ୍ ଆଇଡଲ୍ ଖ୍ୟାତ) ଓ ଲଣ୍ଡନ୍‌ରେ ବସବାସ କରୁଥିବା ଓଡ଼ିଆ କଣ୍ଠଶିଳ୍ପୀ ବିଶ୍ୱଜିତ ନନ୍ଦ ନିଜର ସୁମଧୁର କଣ୍ଠ ଦେଇ ଗୀତକୁ ଆହୁରି ମନୋମୁଗ୍ଧକର କରିଛନ୍ତି।

ଗୀତଟିର ଗୀତ ଓ ସଙ୍ଗୀତ ରଚନା କରିଛନ୍ତି ପରିଚିତ ସାହିତ୍ୟିକ ଓ ସଙ୍ଗୀତସ୍ରଷ୍ଟା ନିହାର ଆଚାର୍ଯ୍ୟ। ସଙ୍ଗୀତର ଅରେଞ୍ଜମେଣ୍ଟ କରିଛନ୍ତି ଜି. ଟୁବୁ। ଗୀତଟିର ଡବିଙ୍ଗ ଓ ମାଷ୍ଟରିଂ କଟକର ୟାଶ ମ୍ୟୁଜିକାଲ୍ସ‌ରେ ସୁବୁ ଦାଦାଙ୍କ ଦ୍ୱାରା ସମ୍ପନ୍ନ ହୋଇଥିବାବେଳେ ଏହାକୁ କଣ୍ଠଶିଳ୍ପୀ ବିଶ୍ୱଜିତ ନନ୍ଦଙ୍କ ଯୁଟ୍ୟୁବ୍ ଚ୍ୟାନେଲ୍‌ରେ ମୁଡ଼ ସ୍ୱିଙ୍ଗ ଓଡିଶା ୟୁଟୁବ ଚ୍ୟାନେଲ ସହଯୋଗରେ ପ୍ରକାଶ କରାଯାଇଛି।

ମଧୁର ସୁର, ରୋମାଣ୍ଟିକ ଶବ୍ଦ ଓ ଦୁଇ କଣ୍ଠଶିଳ୍ପୀଙ୍କ ସୁମଧୁର କଣ୍ଠ ମିଶି ଏହି ଗୀତଟିକୁ ଏକ ଅଲଗା ରୂପ ଦେଇଛି। ମୁକ୍ତିଲାଭ କରିବା ପରେ ଏହି ଗୀତଟି ସମାଜିକ ଗଣମାଧ୍ୟମରେ ଭଲ ପ୍ରତିକ୍ରିୟା ପାଇ ଦ୍ରୁତ ଲୋକପ୍ରିୟ ହେଉଛି।

ସଙ୍ଗୀତପ୍ରେମୀମାନେ ଆଶା କରୁଛନ୍ତି ଯେ “ଆଖିରେ ତୁ” ଗୀତଟି ଆସନ୍ତା ଦିନରେ ଓଡ଼ିଆ ରୋମାଣ୍ଟିକ ସଙ୍ଗୀତରେ ଏକ ନୂଆ ମାଇଲସ୍ଟୋନ୍ ସୃଷ୍ଟି କରିବ।

Leave a Reply

Your email address will not be published. Required fields are marked *