ବିଶ୍ୱ ନାରୀ ଦିବସ ଅବସରରେ ଭବ୍ୟ ଉତ୍ସବ, ବିଶିଷ୍ଟ ମହିଳାଙ୍କୁ ସମ୍ମାନ
ଭୁବନେଶ୍ୱର, ୭ ମାର୍ଚ୍ଚ: darshansamikhya International Women’s Day ଅବସରରେ ଆଜି ସନ୍ଧ୍ୟାରେ ଭୁବନେଶ୍ୱରର Buddha Mandir Auditorium ଠାରେ ଏକ ଭବ୍ୟ ଓ ଗରିମାମୟ ଉତ୍ସବ ଆୟୋଜିତ ହୋଇଥିଲା। CRAFTS Foundation, Rotary Club of Bhubaneswar North, Divya Diganta, Indian Gateball Union ଓ ILPF ଙ୍କ ସଂଯୁକ୍ତ ଆୟୋଜନରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା।
ଓଡ଼ିଶା ବିଧାନସଭାର ମାନନୀୟ ଅଧ୍ୟକ୍ଷା ସୁରମା ପାଢ଼ୀ ଙ୍କ ଦ୍ଵାରା ଉଦ୍ଘାଟିତ ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ, ମୁଖ୍ୟ ବକ୍ତା ହିସାବରେ ପ୍ରଖ୍ୟାତ ସମାଜସେବୀ ଡା. ରୀନା ରାଉତରାୟ, ସମ୍ମାନିତ ଅତିଥି ଭାବେ ସମାଜସେବୀ ଶ୍ରୀମତୀ ବିଳାସିନୀ ପାଣିଗ୍ରାହୀ ଉପସ୍ଥିତ ରହିଥିଲେ।
ଅତିଥିମାନେ ନାରୀ ସଶକ୍ତିକରଣ, ସମାଜ ଗଠନରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଆଧୁନିକ ଯୁଗରେ ନାରୀମାନଙ୍କ ସଫଳତା ବିଷୟରେ ତାଙ୍କର ମତାମତ ରଖିଥିଲେ।
ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ସ୍ୱତନ୍ତ୍ର କୃତିତ୍ୱ ଅର୍ଜନ କରିଥିବା କିଛି ବିଶିଷ୍ଟ ମହିଳାଙ୍କୁ ସମ୍ମାନିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଶ୍ରୀମତୀ ଶୁଭ୍ରା ପଟ୍ଟନାୟକ, ସୂପର୍ଣ୍ଣା ସୁରଭିତା ଦାସ, ଡ. ନିବେଦିତା ପାଣି, ପାରମିତା ସେନ, ବିଦୁସ୍ମିତା ଭୋଇ, ଓ ଗାୟତ୍ରୀ ମିଶ୍ର ଆଦି ବିଶିଷ୍ଟ ମହିଳାମାନେ ଥିଲେ। ଅତିଥିମାନଙ୍କ ହାତରେ ସେମାନଙ୍କୁ ସ୍ମୃତିଚିହ୍ନ ଓ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ସହରର ବହୁ ସଂଖ୍ୟକ ସାହିତ୍ୟିକ, ସମାଜସେବୀ, ବୁଦ୍ଧିଜୀବୀ ଓ ସାଧାରଣ ନାଗରିକ ଉପସ୍ଥିତ ଥିଲେ। ସମଗ୍ର କାର୍ଯ୍ୟକ୍ରମଟି ଉତ୍ସାହ ଓ ଗରିମାମୟ ପରିବେଶରେ ସଫଳତାର ସହ ଅନୁଷ୍ଠିତ ହୋଇଥିଲା।
ବିଶ୍ୱ ନାରୀ ଦିବସ ଅବସରରେ // ଓଡ଼ିଶା ବିଧାନସଭାର ମାନନୀୟ ଅଧ୍ୟକ୍ଷା ସୁରମା ପାଢ଼ୀ ଙ୍କ ଦ୍ଵାରା ଉଦ୍ଘାଟିତ ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ, ମୁଖ୍ୟ ବକ୍ତା ହିସାବରେ ପ୍ରଖ୍ୟାତ ସମାଜସେବୀ ଡା. ରୀନା ରାଉତରାୟ, ସମ୍ମାନିତ ଅତିଥି ଭାବେ ସମାଜସେବୀ ଶ୍ରୀମତୀ ବିଳାସିନୀ ପାଣିଗ୍ରାହୀ ଉପସ୍ଥିତ ରହିଥିଲେ।












Leave a Reply