ଗଜପତି ସ୍ପେସଲ // କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ଵାରା ଆଭାସୀ ମାଧ୍ୟମରେ ଗଜପତିରେ ସାଇବର ଥାନାର ଉଦଘାଟନ, ପାରଳା ବିଧାୟକଙ୍କ ଦ୍ୱାରା ରାସ୍ତା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ଓ ସ୍ୱତନ୍ତ୍ର କୋୖର୍ଟରେ ମାଓନେତା ଆଜାଦ ହଜାର

Spread the love

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ଵାରା ଆଭାସୀ ମାଧ୍ୟମରେ ଗଜପତିରେ ସାଇବର ଥାନାର ଉଦଘାଟନ ପାରଳାଖେମୁଣ୍ଡି, 7/3(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିସରରେ ଗତକାଲି ସନ୍ଧ୍ୟା 6 ଘଣ୍ଟା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଭାସୀ ମାଧ୍ୟମରେ ସାଇବର ଥାନାର ଉଦଘାଟନ କରିଛନ୍ତି. ଏହି ଅବସରରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ, ଗଜପତି ଏସପି ଯତୀନ୍ଦ୍ର ପଣ୍ଡା, ପାରଳା ପୌର ପରିଷଦ ଅଧକ୍ଷା ନିର୍ମଳା ସେଠୀଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ. ଗଜପତି ଜିଲ୍ଲା ଏସପି ଯତୀନ୍ଦ୍ର ନାଥ ପଣ୍ଡା ଏହି ସାଇବାର ଥାନା ଉଦଘାଟନ ପରେ କହିଥିଲେ ଯେ ଅପରାଧୀମାନଙ୍କୁ ଦମନ କରିବା ପାଇଁ ସାଇବର ଥାନାର ଉଦଘାଟନ ସ୍ୱାଗତଯୋଗ୍ୟ ଅଟେ. ଭିନ୍ନ ଭିନ୍ନ ଭାବେ ସାଧାରଣଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଠକୁଥିବା ସାଇବର ଅପରାଧୀମାନଙ୍କୁ ଜବତ କରିବା ସହ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବା ସାଇବର ଥାନାର ମୁଖ୍ୟ କାର୍ଯ୍ୟ ରହିବ. ପାରଳାଖେମୁଣ୍ଡି ଠାରେ ଏହି ସାଇବାର ଥାନାର ଦାୟିତ୍ୱ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦିଆଯାଇଛି.

ମହେନ୍ଦ୍ରଗିରିର ପବିତ୍ରତାକୁ ବିନାଶ କରୁଥିବା ଷଡ଼ଯନ୍ତ୍ରକାରୀଙ୍କୁ ଦମନ ପାଇଁ ମହେନ୍ଦ୍ରଶିଖରରେ ମେଳି ପାରଳାଖେମୁଣ୍ଡି, 7/3(ତାରିଣୀ ପ୍ରସାଦ ପଣ୍ଡା ):

ପୁରାଣପ୍ରସିଦ୍ଧ ଓ ପବିତ୍ର ଶୈବ ପୀଠ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଠାରେ ଗତ କିଛି ଦିନ ତଳେ ଦେଖାଦେଇଥିବା ବିବାଦର ସ୍ଥାୟୀ ସମାଧାନ ସହ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରି ଭଙ୍ଗାରୁଜା ଓ ଆକ୍ରମଣ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଅଞ୍ଚଳର ଶତାଧୂକ ଲୋକେ ଶୁକ୍ରବାର ମହେନ୍ଦ୍ରଗିରିରେ ଏକତ୍ର ହୋଇ ମେଳି କରିଥିବା ସୂଚନା ମିଳିଛି. ମହେନ୍ଦ୍ରଗିରି ଇକୋ
ଡେଭଲପମେଣ୍ଟ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୈଠକରେ ଭାସ୍କର ତୀର୍ଥ (ଲକ୍ଷ୍ମୀ ବାବା), ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଜିଲ୍ଲା ସଂଘ ଚାଳକ ରାଧାକୃଷ୍ଣ ଜାନି, ବିଶ୍ଵହିନ୍ଦୁ ପରିଷଦର ସଭାପତି ଗୌରାଙ୍ଗ ଗମାଙ୍ଗ, ଇକୋ ଡେଭେଲପମେଣ୍ଟ କମିଟିର ସଭାପତି ସନ୍ନ୍ୟାସୀ ଭୂୟାଁ, କମିଟିର କୋଷାଧକ୍ଷ ଭାସ୍କର ମଣ୍ଡଳ, ମହେନ୍ଦ୍ରଗିରି ଡେଭଲପମେଣ୍ଟ କମିଟି ଟ୍ରଷ୍ଟର ସମ୍ପାଦକ କାମଦେବ ବଡ଼ନାୟକ,
ଡେଭଲପମେଣ୍ଟ କମିଟି ଟ୍ରଷ୍ଟର ସଦସ୍ୟ ଅନ୍ତର୍ଯ୍ୟାମୀ ଗମାଙ୍ଗ, ଭଗବତ ପାଇକ, ସିଦ୍ଧେଶ୍ଵର ମିଶ୍ର ଓ ବିଜେପି ନେତା ଗଣେଶ ମଣ୍ଡଳ ଉପସ୍ଥିତ ଥିଲେ। ମହେନ୍ଦ୍ରଗିରି ଏକ ପବିତ୍ର ସ୍ଥାନ | ଏହାର ପବିତ୍ରତା ରକ୍ଷା କରିବା ଏବଂ ଏଠାକୁ ଆସୁଥିବା ଲୋକଙ୍କ ସୁବିଧା ପାଇଁ ହେଉଥ‌ିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଲୋକଙ୍କୁ ଉଚିତ ଜବାବ ଦିଆଯିବ ବୋଲି ମେଳିରେ ଉପସ୍ଥିତ ଥିବା ଅଞ୍ଚଳବାସୀ ଦାବି କରିଛନ୍ତି।

ମହେନ୍ଦ୍ରଗିରିରେ ବୈଠକ ପରେ ଉନ୍ନୟନ୍ କମିଟି ସଦସ୍ୟ ଏବଂ ଅଞ୍ଚଳବାସୀ ଶତାଧିକ ସଂଖ୍ୟାରେ ଉପସ୍ଥିତ ରହି ଗତକାଲି ଅପରାହ୍ନରେ ପାରଳାଖେମୁଣ୍ଡିକୁ ଯାଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସମେତ ଜିଲ୍ଲାପାଳଙ୍କୁ ଭେଟି ମହେନ୍ଦ୍ରଗିରିରେ ବାରଘର ଗାଁ ଲୋକେ ବାରମ୍ବାର ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ଏବଂ ତାହା ଯାହା ଅସହ୍ୟ ହେଲାଣି I ତେଣୁ ବିଶୃଙ୍ଖଳାକରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବିପତ୍ର ଗ୍ରହଣ କରାଯାଇଥିବା ସୂଚନା ମିଳିଛି.
ଦେଶ ସ୍ୱାଧୀନର ଦୀର୍ଘ ବର୍ଷ ପରେ ସୀଙ୍ଗିପୁରଗୁଡ଼ା ଗ୍ରାମବାସୀଙ୍କ ସ୍ବପ୍ନ ସଫଳ ହେଲା….. ପାରଳା ବିଧାୟକଙ୍କ ଦ୍ୱାରା ରାସ୍ତା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେଲା ପାରଳାଖେମୁଣ୍ଡି, 7/3(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲା କାଶୀନଗର ବ୍ଲକ ସୀତାପୂର ପଞ୍ଚାୟତ ଅନ୍ତର୍ଗତ ସୀଙ୍ଗିପୁରଗୁଡ଼ା ଗ୍ରାମକୁ ଯିବାଆସିବା ପାଇଁ ରାସ୍ତା ନିର୍ମାଣ ହୋଇନଥିଲା. ଭାରତ ସ୍ୱାଧୀନ ହୋଇ ଦୀର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ଏହି ଗାଁକୁ ରାସ୍ତାଟିଏ ନଥିଲା । ଗ୍ରାମବାସୀଙ୍କ ଦୀର୍ଘ ବର୍ଷର ସ୍ବପ୍ନ ପୂରଣ ହେଲା. ଆଜି ଏହି ରାସ୍ତା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ପାରଳା ବିଧାୟକଙ୍କ ଦ୍ୱାରା ହୋଇଥିବା ସୂଚନା ମିଳିଛି. ମୁଖ୍ୟତଃ ଉଭୟ ଓଡ଼ିଶା ଆନ୍ଧ୍ର ବିବାଦ ଲାଗି ରହିଥିଲା. ତେଣୁ ଏହି ଗ୍ରାମକୁ ରାସ୍ତା ନିର୍ମାଣ ହୋଇପାରୁନଥିଲା. ଗତ ନିର୍ବାଚନ ପରେ ଏହି ଗ୍ରାମବାସୀମାନେ ରୂପେଶ କୁମାର ପାଣିଗ୍ରାହୀ ପାରଳା ବିଧାୟକ ଭାବେ ନିର୍ବାଚନ ହେବା ପରେ ସାକ୍ଷାତ କରି ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଦୀର୍ଘ ବର୍ଷର ଦାବି ଗ୍ରାମକୁ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀମାନେ ଅନୁରୋଧ ଜଣାଇଥିଲେ. ଆଜି ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଏହି ଗ୍ରାମବାସୀଙ୍କ ଦୀର୍ଘ ଦିନର ଦାବି ଓ ସ୍ବପ୍ନକୁ ସାକାର କରିଛନ୍ତି. 6 ଲକ୍ଷ ଟଙ୍କା ପ୍ରାଥମିକ ଭାବେ ବ୍ୟୟ ଅଟକଳରେ ଆଜି ଏହି ରାସ୍ତା ନିର୍ମାଣ ପାଇଁ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ରାସ୍ତା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି. ସୀଙ୍ଗିପୁରଗୁଡା ଗ୍ରାମବାସୀଙ୍କ ଦୀର୍ଘଦିନର ସ୍ବପ୍ନ ଗ୍ରାମକୁ ରାସ୍ତା ନିର୍ମାଣର ଶୁଭାରମ୍ଭ ହୋଇଥିବା ଯୋଗୁଁ ଗ୍ରାମବାସୀମାନେ ବେଶ ଆନନ୍ଦ ପ୍ରକାଶ କରି ପାରଳା ବିଧାୟକଙ୍କୁ ସାଧୁବାଦ ଜଣାଇଛନ୍ତି.
ଗଜପତିର ସ୍ୱତନ୍ତ୍ର କୋୖର୍ଟରେ ମାଓନେତା ଆଜାଦ ହଜାର ହେଲେ…… 4 ମାମଲାରୁ ନିର୍ଦୋଷରେ ଖଲାସ ପାରଳାଖେମୁଣ୍ଡି, 7/3(ତାରିଣୀ ପ୍ରସାଦ ପଣ୍ଡା ):

ଅନ୍ୟତମ ମାଓନେତା ଡୋନା କେଶବ ରାଓ ଓରଫ ଆଜାଦଙ୍କୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଥିବା ସ୍ବତନ୍ତ୍ର ଅଦାଲତରେ ଭୁବନେଶ୍ୱର ଝାରପଡା ଜେଲରୁ ଅଣାଯାଇ ଦ୍ଵିତୀୟ ଥର ପାଇଁ ହାଜର କରାଯାଇଛି | ଆଜାଦଙ୍କ ବିରୋଧରେ ସମୁଦାୟ ୩୭ ମାମଲା ରହିଛି। ସେଥିମଧ୍ୟରୁ ଅଧିକାଂଶ ମାମଲା ଗଜପତିରେ ରହିଛି । ଗତ ୧୪ ବର୍ଷ ଧରି ଆଜାଦ ବିଭିନ୍ନ ମାମଲାରେ ଜଡ଼ିତ ଥାଇ କୌଣସି ମାମଲାର ବିଚାରଣ ହୋଇପାରୁନଥିଲା। ଯାହାକୁ ଭିଭି କରି ଆଜାଦଙ୍କ ଓକିଲ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଏହାକୁ ଶୁଣାଣି କରି ସୁପ୍ରିମକୋର୍ଟ ଆଜାଦଙ୍କ ମାମଲା ଗୁଡିକର ବିଚରଣ କରି ଶୁଣାଣି କରିବା ପାଇଁ ରାୟରେ ନିର୍ଦେଶ ଦେଇଥିଲେ. ଏଥି ଅନୁଯାୟୀ ଗତକାଲି ଦ୍ଵିତୀୟ ଥର ପାଇଁ ପାରଳାଖେମୁଣ୍ଡି ସ୍ୱତନ୍ତ୍ର କୋୖର୍ଟରେ ଆଜାଦ ହାଜର ହୋଇଥିଲେ. 4 ଗୋଟି ମାମଲାରେ ସାକ୍ଷ୍ୟ ପ୍ରମାଣ ଅଭାବ ଯୋଗୁଁ ସ୍ୱତନ୍ତ୍ର କୋୖର୍ଟ ଆଜାଦଙ୍କୁ 4 ଟି ମାମଲାରୁ ନିର୍ଦୋଷରେ ଖଲାସ କରିଛନ୍ତି.

Leave a Reply

Your email address will not be published. Required fields are marked *