କନ୍ଧମାଳ : ରାଜ୍ୟରେ ଉଦ୍ଘାଟନ ହେଲା 19 ଟି ଥାନା ଏବଂ 20 ଟି ସାଇବାର ଥାନା..ଖଜୁରୀପଡ଼ା ଥାନା ଉଦ୍ଘାଟନ କଲେ ଭାରତ ସରକାରଙ୍କ ଗୃହ ମନ୍ତ୍ରୀ ଅମିତ୍ ଶାହା l
କନ୍ଧମାଳ : କୁନା ଦିଗାଲ ଦର୍ଶନ ସମୀକ୍ଷା
ଖଜୁରୀପଡ଼ା ଥାନା ରେ ଥାନା ଅଧିକାରୀ ଚାପଧାରୀ ପ୍ରଧାନ ଙ୍କ ନେତୃତ୍ୱ ରେ ଜିଲ୍ଲା ଆରକ୍ଷୀକ ଅଧିକାରୀ ଙ୍କ ଉପସ୍ତିତ ରେ ଉଦଘାଟନ ସମାରୋହ ଅନୁଷ୍ଠିତ ହେଇଯାଇଛି l ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିକାଶ ଏବଂ ସରକାର ଙ୍କ ଲୋକାଭିମୁଖୀ ପଦକ୍ଷେପ ଉପରେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ଅଭିଭାଷଣ ପ୍ରଦାନ କରିଥିଲେ l ଭାରତ ସରକାର ଙ୍କ ଗୃହ ମନ୍ତ୍ରୀ ଅମିତ୍ ଶାହା ଅଭିଭାଷଣ ପ୍ରଦାନ କରିବା ସହିତ ଓଡ଼ିଶାରେ ନୂତନ ଭାବେ ନିର୍ମାଣ ହେଇଥିବା ୧୯ ଟି ଥାନାର ଶୁଭ ଉଦଘାଟନ କରିଥିବା ବେଳେ 20 ଟି ସାଇବର ଥାନା ଉଦଘାଟନ କରାଯାଇଛି l ସେହିପରି କନ୍ଧମାଳ ଜିଲ୍ଲା ର ଖଜୁରୀପଡ଼ା ବଜାର ଠାରେ ନୂତନ ଭାବେ ନିର୍ମାଣ ହେଇଥିବା ଥାନାକୁ ଭର୍ଚୁଆଲ ମୋଡରେ ଶୁଭ ଉଦ୍ଘାଟନ କରିଛନ୍ତି ମାନ୍ୟବର ଗୃହ ମନ୍ତ୍ରୀ l ଥାନା ଅଧିକାରୀ ଚାପ ଧାରୀ ପ୍ରଧାନ ଙ୍କ ନେତୃତ୍ୱ ରେ ଖଜୁରୀପଡ଼ା ଥାନା ଉଦଘାଟନ ସମାରୋହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ନୂତନ ଥାନାରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି l ସାଇବର କ୍ରାଇମ୍ ରୋକିବା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଥିବା ଅଭିଭାଷଣରେ କୁହା ଯାଇଛି l ଏହି କାର୍ଯ୍ୟକ୍ରମରେ ଏସ.ପି ହରିଶ୍ ବିଶି, ଏସଡିପୀଓ ସୁଭ୍ରାଜିତ ବିଶ୍ଵାଳ, ଫୁଲବାଣୀ ସଂଗ୍ରଖିତ ଆରକ୍ଷୀ ନିରୀକ୍ଷକ ଅଧିକାରୀ ବୀର୍ ସିଂ ଶବର , ତହସିଲଦାର ଶୁଭଶ୍ରୀ ରଥ,ଅତିରିକ୍ତ ତହସିଲଦାର ବ୍ରହ୍ମା ନନ୍ଦ ଥାଟି,ବିଧାୟକ ପ୍ରତିନିଧି ଅନନ୍ତ ଦିଗାଲ,ମେଡିକାଲ ପ୍ରତିନିଧି ରାଇ କିଶୋର ପ୍ରଧାନ,ସମେତ ସରପଞ୍ଚ,ସମିତି ସଭ୍ୟ ସଭ୍ୟା ,ସାମାଜିକ କର୍ମୀ ଏବଂ ବହୁ ବୁଦ୍ଧିଜୀବୀ ଓ ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l












Leave a Reply