Spread the love

ବାଲିମେଳାରେ ନୂତନ ଠିକାଦାର ସଂଘ ଗଠନ ଓ କର୍ମକର୍ତ୍ତା ଚୟନ

ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ରହୁଥିବା ଠିକାଦାର ମାନଙ୍କୁ ନେଇ ବାଲିମେଳା ସହରରେ ଥିବା ଟାଉନହଲ ପରିସରରେ ବାଲିମେଳା ଏନଏସିର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ପକ୍ଷରୁ ସହରର ବିକାଶ ପାଇଁ ବାଲିମେଳାଏନଏସି, ପୋଟେରୁ ଜଳ ସେଚନ ବିଭାଗ, ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ର ଏବଂ ଅନ୍ୟାନ୍ୟ ବିଭାଗ ଜରିଆରେ ବିଭିନ୍ନ ଯୋଜନାରେ ଟେଣ୍ଡର ମାଧ୍ୟମରେ କରାଯାଉଥିବା କାର୍ଯ୍ୟ ଗୁଡିକୁ ସୁଚାରୁରୂପେ କରିବା ସହିତ ପର୍ଯ୍ୟାୟ କ୍ରମେ ବାଲିମେଳାର ସକ୍ରିୟ ଥିବା ସମସ୍ତ ଠିକାଦାର ମାନେ କିପରି କାମ ପାଇ କରି ସ୍ୱାବଲମ୍ବୀ ହୋଇ ପାରିବେ ସେ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏହା ପରେ ବାଲିମେଳାର ସମସ୍ତ ଠିକାଦାର ମାନଙ୍କ ସହମତି କ୍ରମେ ଏକ ନୂତନ ଭାବେ ଠିକାଦାର ସଂଘ ଗଠନ କରାଯାଇଥିଲା। ଉକ୍ତ ବୈଠକରେ ଉପସ୍ଥିତ ଥିବା ବାଲିମେଳା ସହରର ସମସ୍ତ ଠିକାଦାରଙ୍କ ସହମତି କ୍ରମେ ସଂଘର କର୍ମକର୍ତ୍ତା ଚୟନ କରାଯାଇଥିଲା। ଏହି ଠିକାଦାର ସଂଘର ସଭାପତି ଭାବେ ବି. ଅରୁଣ କୁମାର ପାତ୍ର, ଉପ ସଭାପତି ଭାବେ ଗୌର ଚନ୍ଦ୍ର ଖିଲ, ସାଧାରଣ ସମ୍ପାଦକ ଭାବେ କାଳୁ ଚରଣ ପ୍ରଧାନ, କୋଷାଧକ୍ଷ ଶୀତଲ କୁମାର ଚର୍ଚ୍ଚିଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି। ଏହି ଠିକାଦାର ସଂଘକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ନଗରପାଳ ଶ୍ରୀ ନାୟକଙ୍କ ସମେତ ସାଂସଦ ପ୍ରତିନିଧି ଅକ୍ଷୟ କୁମାର ବିଶ୍ୱାଳ, ଲକ୍ଷ୍ମୀ ପଟ୍ଟନାୟକ, ବିଶ୍ୱନାଥ ବିଶ୍ୱାଳ, କୃଷ୍ଣ ବାଘ, ମଦନ ଖୋସାଲାଙ୍କୁ ସଂଘର ଉପଦେଷ୍ଟା ଭାବେ ଦାୟିତ୍ୱ ନିର୍ବାହ କରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *