ଆଜି ବିଜୁ ଜୟନ୍ତୀ
ବିଜୁ ପଟ୍ଟନାୟଙ୍କ ଙ୍କ ବିଷୟରେ କିଛି
ବିଜୁ ପଟ୍ଟନାୟକ ଓଡ଼ିଶାର ଏକ ପ୍ରଖ୍ୟାତ ରାଜନୀତିଜ୍ଞ ଏବଂ ଶିଳ୍ପପତି ଥିଲେ। ସେ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ କଟକର ତୁଳସୀପୁରରେ ଜନ୍ମଗ୍ରହଣ କରିଥିଲେ। ସେ ଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ (୧୯୬୧-୧୯୬୩ ଏବଂ ୧୯୯୦-୧୯୯୫)
ତାଙ୍କର ସେବା ସମୂହ:
ରାଜନୀତି: ସେ ଓଡ଼ିଶା ରାଜନୀତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ଜନତା ଦଳ ଓ ଉତ୍କଳ କଂଗ୍ରେସ ଦଳର ନେତା ଥିଲେ।
ଶିଳ୍ପ ଓ ବିକାଶ: ସେ କଳିଙ୍ଗ ଟାଇଲ୍ସ୍, କଳିଙ୍ଗ ଟ୍ୟୁବ୍ସ୍, କଳିଙ୍ଗ ଆଇରନ ୱାର୍କ୍ସ୍ ଆଦି ଶିଳ୍ପ ସଂସ୍ଥା ସ୍ଥାପନ କରିଥିଲେ।
ସାମାଜିକ ସେବା: ସେ ସାମାଜିକ ସେବାରେ ମଧ୍ୟ ନିଜକୁ ନିଯୋଜିତ କରିଥିଲେ ଏବଂ ଇଣ୍ଡୋନେସିଆର ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରିଥିଲେ।
ଶିକ୍ଷା ଓ ସଂସ୍କୃତି: ସେ ବିଜୁ ପଟ୍ଟନାୟକ ଜାତୀୟ ଷ୍ଟିଲ ଅନୁଷ୍ଠାନ, ବିଜୁ ପଟ୍ଟନାୟକ ୟୁନିଭରସିଟି ଆଫ ଟେକନୋଲଜି ଆଦି ଶିକ୍ଷା ଅନୁଷ୍ଠାନ ସ୍ଥାପନ କରିଥିଲେ।
ତାଙ୍କର ସେବା ସମୂହ ଓଡ଼ିଶା ଏବଂ ଭାରତର ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।
ଆମେ ବିଜୁ ପଟ୍ଟନାୟକଙ୍କ ବିଷୟରେ ଆମର ଜ୍ଞାନକୁ କେମିତି ବଢ଼ାଇପାରିବା?

ବିଜୁ ପଟ୍ଟନାୟକ ଏକ ଦୁଃସାହସିକ ପାଇଲଟ ମଧ୍ୟ ଥିଲେ। ସେ ଏକ ପ୍ରଶିକ୍ଷିତ ପାଇଲଟ ଥିଲେ ଏବଂ ସେ ଇଣ୍ଡିଆନ ଏରୋ କ୍ଲବର ସଭାପତି ମଧ୍ୟ ଥିଲେ। ସେ ଓଡ଼ିଶାର ବିକାଶ ପାଇଁ ଉଡ଼ାଜାହାଜ ଯୋଗେ ଯାତାୟତ ସୁବିଧା କରାଇବାରେ ମଧ୍ୟ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ବିଜୁ ପଟ୍ଟନାୟକଙ୍କ ବିଷୟରେ ଚର୍ଚ୍ଚ କଲା ବେଳେ ଯେଉଁ ଦିଗଟି ପ୍ରତି କେହି ଯଥାର୍ଥ ଦୃଷ୍ଟି ଦିଅନ୍ତି ନାହିଁ ତା ହେଲା ସେ ଜଣେ ରାଜନେତା ଅପେକ୍ଷା ବେଶୀ ରାଷ୍ଟ୍ରନୀତିଜ୍ଞ ଥିଲେ | ଗୋଟିଏ କଥାରୁ ଆମେ ଏକଥା ଜାଣି ପାରିବା | ଓଡ଼ିଶାରେ ଅନେକ ଛୋଟ ଛୋଟ ସହରରେ ଅନେକ ଜାତୀୟ ସ୍ତରର ଅନୁଷ୍ଠାନ ରହିଛ ଏବଂ ତା ମୂଳରେ ରହିଛି ସ୍ଥାନୀୟ କେହି ଜଣେ ରାଜନେତା ଯିଏ ଜାତୀୟ ସ୍ତରରେ କିଛି ପଦ ପଦବୀରେ ରହିଥିବା ଯୋଗୁ ସେଭଳି ଏକ ଅନୁଷ୍ଠାନକୁ ନିଜ ନିର୍ବାଚନ ମଣ୍ଡଳୀକୁ ଟାଣି ଆଣିପାରିଛନ୍ତି | ବହୁତ ଭଲ କଥା |
କିନ୍ତୁ ଭାବିଲେ ଦେଖି , କୋରାପୁଟର ସୁନାବେଡ଼ାରେ ମିଗ ବିମାନ କାରଖାନା କରିବା ପାଇଁ ଉଦ୍ୟମ କରି ସଫଳ ହୋଇଥିବା ବିଜୁ ବାବୁ ନା କୋରାପୁଟର ନେତା ଥିଲେ ନା କୋରାପୁଟର କେହି ନେତା ତାଙ୍କୁ ଏଥିପାଇଁ ପ୍ରବର୍ତାଇବା ଭଳି ବ୍ୟକ୍ତିତ୍ୱ ର ଅଧିକାରୀ ଥିଲେ | ଜଣେ ଦୂରଦ୍ରଷ୍ଠା ରାଷ୍ଟ୍ରନୀତିଜ୍ଞ ହିଁ କେବଳ ଏଭଳି କାମ କରିପାରେ |
ତାଙ୍କ ନିଆରା ବ୍ୟକ୍ତିତ୍ୱ ବିଷୟରେ ଯଥାର୍ଥ ଆଲୋଚନା କମ ହୁଏ |
ସୁନୀଲ ବିଶ୍ୱାଳ












Leave a Reply