ଗଜପତି ବିଜେଡି ତରଫରୁ ବିଜୁ ବାବୁଙ୍କ 110 ତମ ଜୟନ୍ତୀ ପାଳିତ ପାରଳାଖେମୁଣ୍ଡି, 5/3(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା
ପ୍ରବାଦ ପୁରୁଷ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁପଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ଗଜପତି ଜିଲ୍ଲା ବିଜେଡି ତରଫରୁ ପାଳିତ ହୋଇଯାଇଛି. ଏଥିନେଇ ଆଜି ପାରଳାଖେମୁଣ୍ଡି ଠାରେ ହାଇସ୍କୁଲ ଛକରେ ରହିଥିବା ସ୍ବର୍ଗତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଏହି ମହାନ ଜନନାୟକଙ୍କ ସ୍ମୃତିଚାରଣ କାର୍ଯ୍ୟକ୍ରମାନ ଆୟୋଜିତ ହୋଇଯାଇଛି। ଜିଲ୍ଲା ବିଜେଡି ପକ୍ଷରୁ ଶତାଧିକ ବିଜୁ ପ୍ରେମୀ, ନେତା ଓ କର୍ମୀ କଲେଜ ଛକ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳ୍ୟ ଅର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତ। ପରେ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ପରିସରରେ ଆୟୋଜିତ ସ୍ମୃତିଚାରଣ ସଭାରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସାହାସିକତା, ଆଦର୍ଶ, ନୀତି ଓ ଦେଶ ତଥା ଓଡିଶାର ଉନ୍ନତି ନିମନ୍ତେ ତାଙ୍କ ଅବଦାନର ସମସ୍ତ ସ୍ମୃତିକୁ ଗଜପତି ବିଜେଡିର ନେତାମାନେ ମନେ ପକାଇ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ଓ ଜାତିର ଉପକାର କରନ୍ତୁ ବୋଲି ଆୱାନ ଦେଇଥିଲେ. ଏହାପରେ ଗଜପତି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଜିଲ୍ଲା ପରିଷଦ ସଦସ୍ୟ ଏସ୍ ବାଳାରାଜୁ, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ସଂଯୁକ୍ତା ବେହେରା, ବରିଷ୍ଠ ବିଜେଡି ନେତା ଲକ୍ଷ୍ମୀକାନ୍ତ ପରିଚ୍ଛା ପ୍ରମୁଖଙ୍କ ବିଭିନ୍ନ ବ୍ଲକର ଚେୟାରମ୍ଯାନଙ୍କ ସମେତ ବହୁ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ ।
ଗଜପତିର ମେଧାବୀ ତଥା ଗରିବ ଛାତ୍ର ଧନଞ୍ଜୟ ବୋନ ମେରୋ ମାରାତ୍ମକ ରୋଗରେ ଆକ୍ରାନ୍ତ, ଚିକିତ୍ସା ପାଇଁ 50 ଲକ୍ଷ ଟଙ୍କା ସାହାର୍ଯ୍ୟ ନିବେଦନ
ପାରଳାଖେମୁଣ୍ଡି, 5/3(ତାରିଣୀ ପ୍ରସାଦ ପଣ୍ଡା ):

ମେଧାବୀ ଛାତ୍ର ଧନଞ୍ଜୟ ବୋନ ମେରୋ ନାମକ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଛି.ଦିନ ମଜୁରିଆ ତଥା ଦାଦନ ଫେରନ୍ତା ଶ୍ରମିକର ପୁଅ ଧନଞ୍ଜୟର ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ଅଟନ୍ତି. ଏହି ରୋଗର ଚିକିତ୍ସା ପାଇଁ 40 ରୁ 50 ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି. ପିତା ମାତାଙ୍କ ସମେତ ଅଞ୍ଚଳବାସୀ ପ୍ରଶାସନ ଓ ସରକାର ଧନଞ୍ଜୟର ଚିକିତ୍ସା ପାଇଁ ସହାୟତାର ହାତ ପ୍ରଦାନ କରନ୍ତୁ ବୋଲି ନିବେଦନ କରିଛନ୍ତି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ମୋହନା ବ୍ଲକ୍ ଚାନ୍ଦିପୁଟ ପଞ୍ଚାୟତ ବାଙ୍କୀଝୁଲା ଗ୍ରାମର କାଶୀନାଥ ନାୟକ ଓ ତମାଳ ନାୟକଙ୍କ ପୁଅ ଧନଞ୍ଜୟ । ବୟସ ମାତ୍ର ଆଠ ବର୍ଷ ,ତୃତୀୟ ଶ୍ରେଣୀରେ ପାଠ ପଡୁଛି । ଆଉ ଜଣେ ମେଧାବୀ ଛାତ୍ର ବାପା ମାଁଙ୍କ ଅନେକ ଓଷା ବ୍ରତ ପରେ ଧନଞ୍ଜୟ ଜନ୍ମ ହୋଇଛି । ବାପା ଜଣେ ଦିନ ମଜୁରୀଆ , ଯାହା ପାରିଶ୍ରମିକ ଆଣେ ସେଥିରେ ପରିବାର ଗୁଜୁରାଣ ମେଣ୍ଟାଇଥାଏ । ଦୁର୍ଗମ ଗାଆଁ ଆଦିବାସୀ ପରିବାର ହୋଇଥିଲେ ମଧ୍ୟ ନିଜ ପୁଅ ପାଇଁ ଅନେକ ସ୍ବପ୍ନ ଦେଖିଥିଲେ । ହେଲେ ସ୍ବପ୍ନ ଦେଖିବା ତାଙ୍କ ପାଇଁ ଭାଗ୍ୟରେ ନାହିଁ। ନିଜ ପୁଅ ର ସ୍ବପ୍ନ ପୂରଣ କରିବା ଲାଗି ଯାଇଥିଲେ ଦାଦନ , ହଟାତ୍ ଖବର ଆସି ପହଞ୍ଚିଲା ପୁଅ ଧନଞ୍ଜୟ ର ଦେହ ଖରାପ । ପ୍ରଥମେ ତାକୁ ରା.ଉଦୟଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ଶେଷରେ ଏମକେସିଜି ବ୍ରହ୍ମପୁରରେ ପରୀକ୍ଷା ପରେ ଜଣା ପଡିଲା ଧଞ୍ଜୟକୁ ବୋନ ମେରୋ ହୋଇଛି । ଏଠାରେ କିଛିଦିନର ଚିକିତ୍ସା ପରେ ଭୁବନେଶ୍ୱର ଏମ୍ସକୁ ଉଚ୍ଚ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କଲେ ଡାକ୍ତର । ହେଲେ ସେଠାରେ ଡାକ୍ତରଙ୍କ ସୂଚନା ପ୍ରକାରେ ଚାଳିଶରୁ ପଚାଶ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କଲେ ସୁସ୍ଥ ହୋଇପାରିବ ଧନଞ୍ଜୟ । ଏହା ବାପା ଓ ମା ଶୁଣି ପାଦ ତଳୁ ପୃଥିବୀ ଖସି ଯିବା ଭଳି ଏମାନଙ୍କୁ ଲାଗିଚି । ନିରାଶ ହୋଇ ଫେରିଛନ୍ତି ଗାଁକୁ । ଠାକୁରଙ୍କ ଠାରେ କି ଅପରାଧ କରିଥିଲି ? ପିଲାର ଏ ଖେଳକୁଦ ବୟସରେ ଭଗବାନ ଏତେ ବଡ ଦଣ୍ଡ ଦେଲେ । ଏହା ଭାବି ଭାବି ବାପା ମା ପୁଅ ଧନଞ୍ଜୟ ମୁହଁ ପୁଛି ନିଜ କୋହକୁ ଛାତିରେ ଚାପି ରଖୁଛନ୍ତି । ପୁଅର ଚିକିତ୍ସା ପାଇଁ ଆର୍ଥିକ ସହାୟତା କଲେ ମୋ ପୁଅ ଭଲ ହୋଇ ପାରିବ ବୋଲି ଆକୁଳ ନିବେଦନ କରିଛନ୍ତି ଉଭୟ ଧନଞ୍ଜୟର ବାପା ଓ ମା. ଘଟଣା ନେଇ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ ଧନଞ୍ଜୟର ଚିକିତ୍ସା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି ଜଣାଇଛନ୍ତି.
ଗଜପତି ଜିଲ୍ଲାସ୍ତରୀୟ ଡାକ୍ତରଖାନାରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ 3 ଜଣଙ୍କୁ ଗିରଫ କଲା ପାରଳାଖେମୁଣ୍ଡି, 5/3(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାସ୍ତରୀୟ ଡାକ୍ତରଖାନାରେ ଜଣେ କାର୍ଯ୍ୟରତ ନସିଂ ଅଫିସରଙ୍କୁ ଗାଳି ଗୁଲଜ, ଆକ୍ରମଣ ଓ ରୋଗୀ ସେବା କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ପୋଲିସ 3 ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି. ଗତକାଲି ସନ୍ଧ୍ୟା 7 ଟା 30 ସମୟରେ ମନୋଜ କୁମାର ସବର ଜିଲ୍ଲା ଡାକ୍ତରଖାନାରେ ନସିଂ ଅଫିସର ଭାବେ ନିଜ କାର୍ଯ୍ୟ ସମ୍ପାଦନ କରୁଥିଲେ. ସେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଜଣେ ରୋଗୀଙ୍କୁ ଇଞ୍ଜେକ୍ସନ୍ ଦେଉଥିବା ବେଳେ ଅବଦୁଲ ଇମତିଆଜ଼ ସହ କିଛି ଜଣ ହସ୍ପିଟାଲକୁ ଆସି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ ଏବଂ ତାଙ୍କ ସରକାରୀ କାମରେ ବାଧା ସୃଷ୍ଟି କରିଥିଲେ। ଏହା ସହିତ ସେମାନେ ତାଙ୍କୁ ମାଡ଼ ମାରିଥିବାରୁ ତାଙ୍କ ବାମ କାନରେ ଚୋଟ ଲାଗି ରକ୍ତପାତ ହୋଇଥିଲା ଏବଂ ପୋଷାକ ଚିରିଯାଇଥିଲା । ଏହି ଅଭିଯୋଗକୁ ଆଧାର କରି ପାରଳାଖେମୁଣ୍ଡି ଥାନା ପୋଲିସ କେଶ ନଂ -72 ରେ ମକଦ୍ଦମା ରୁଜୁ କରି ତଦନ୍ତ କରିବା ସହ ଏହି ଘଟଣାରେ ଅଭିଯୁକ୍ତ ଅବଦୁଲ ଇଜ଼ାଜ, ଅବଦୁଲ ଇମତିଆଜ, ଏବଂ ତାଂଗୁଡୁ ଭାନୁପ୍ରସାଦ 3 ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ହୋଇଥିବା 3 ଜଣ ଅଭିଯୁକ୍ତମାନଙ୍କୁ ଆଜି ଆଦାଲତକୁ ପଠାଯାଇଛି ଏବଂ ମାମଲାର ତଦନ୍ତ ଜାରି ରହିଛି।












Leave a Reply