ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର

Spread the love

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦର୍ଶନ ସମୀକ୍ଷା

ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ଆଡଭାଇଜରଙ୍କର ଏକ ପ୍ରୟାସ) ଭାରତର ସମସ୍ତ ରାଷ୍ଟ୍ରୀୟ ବିଜ୍ଞାନ ଓ ପ୍ରଯୁକ୍ତି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର ବିଧିବ୍ୟବସ୍ଥାରେ ଏକ ସୁସଂହତ, ଦୀର୍ଘସୂତ୍ରୀ ସହଯୋଗୀତା ସ୍ଥାପନ କରିବାକୁ ଏକ ବୁଝାମଣା ପତ୍ର (ଏମ୍‌ଓୟୁ)ରେ ସ୍ୱାକ୍ଷର କରିଛନ୍ତି । ଏହି ସହଭାଗୀତା ୟୁଡବ୍ଲୁଏକୁ ଭାରତର ସଂଘୀୟ ବିଜ୍ଞାନ ଓ ନବସୃଜନ ବ୍ୟବସ୍ଥା ସହିତ ଏକତ୍ରିତ କରାଉଛି, ଯାହା ରାଷ୍ଟ୍ରୀୟ ବିକାଶ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଥିବା ସମସ୍ତ ଅଗ୍ରାଧିକାର କ୍ଷେତ୍ରଗୁଡିକରେ ଲକ୍ଷ୍ୟଭିତ୍ତିକ ସହଯୋଗୀତାକୁ ସମର୍ଥ କରାଇବ ।
ଦି ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ଆଡଭାଇଜର ପ୍ରଧାନମନ୍ତ୍ରୀ ଏବଂ କ୍ୟାବିନେଟର ସର୍ବୋଚ୍ଚ ସ୍ତରୀୟ ବୈଜ୍ଞାନିକ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଛି ଏବଂ ଏହା ବିଜ୍ଞାନ, ପ୍ରଯୁକ୍ତି, ନବସୃଜନ ଏବଂ ଗବେଷଣା ନୀତିଗୁଡିକ ଉପରେ ରଣକୋ÷ଶଳାତ୍ମକ ଦିଗ୍‌ଦର୍ଶନ ଯୋଗାଇ ଦେଉଛି । ପିଏସ୍‌ଏ ଅଫିସ ଅଧୀନରେ ଭାରତ ବେଙ୍ଗାଲୁରୁ, ପୁନେ, ଚଣ୍ଡିଗଡ, ଭୁବନେଶ୍‌ବର, ବିଶାଖାପଟନମ୍‌ ଏବଂ ହାଇଦରାବାଦ ସମେତ ସମସ୍ତ ପ୍ରମୁଖ ନସବୃଜନ ସ୍ଥଳରେ ଆଠଟି ଏସ୍‌ ଆଣ୍ଡ ଟି କ୍ଲଷ୍ଟର ସ୍ଥାପନ କରିଛି । ଏହି କ୍ଲଷ୍ଟରଗୁଡିକ ସମନ୍ୱିତ, ଅନୁବାଦୀୟ ଗବେଷଣା ଏବଂ ନବସୃଜନ ଜରିଆରେ ଲକ୍ଷ୍ୟଭିତ୍ତିକ ଆହ୍ୱାନଗୁଡିକର ମୁକାବିଲା କରିବାକୁ ବିଶ୍ୱବିଦ୍ୟାଳୟସମୂହ, ରାଷ୍ଟ୍ରୀୟ ଲାବୋରେଟୋରୀ, ଷ୍ଟାର୍ଟଅପ୍‌ସମୂହ, ଏମଏସ୍‌ଏମଇଗୁଡିକ, ଶିଳ୍ପ ଅଂଶୀଦାର ଏବଂ ରାଜ୍ୟ ସରକାରମାନଙ୍କୁ ଏକତ୍ରିତ କରାଉଛି ।
ଡ. ବିଶାଲ ଚୋ÷ଧାରୀ, ସାଇଣ୍ଟିଷ୍ଟ- ‘ଏଫ’, ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ଆଡଭାଇଜର, ଭାରତ ସରକାର କହିଥିଲେ: “ଭାରତର ଏସ୍‌ ଆଣ୍ଡ ଟି କ୍ଲଷ୍ଟରସମୂହ ମଜଭୁତ ଶିକ୍ଷାଗତ-ଶିଳ୍ପ-ସରକାରୀ ସହଭାଗୀତା ଜରିଆରେ ରାଷ୍ଟ୍ରର ଅଗ୍ରାଧିକାର ବିଷୟଗୁଡିକ ପ୍ରତି ଦୃଷ୍ଟି ଦେଉଥିବା ସମନ୍ୱିତ, ଲକ୍ଷ୍ୟଭିତ୍ତିକ ଗବେଷଣାକୁ ଆଗେଇନେବା ନିମନ୍ତେ ଡିଜାଇନ କରାଯାଇଛି । ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ସହିତ ଏହି ସହଯୋଗୀତା ମୂଲ୍ୟବାନ ବୈଶ୍ୱିକ ବିଦ୍ୱତାକୁ ଆମର ନବସୃଜନ ପରିବ୍ୟବସ୍ଥା ମଧ୍ୟକୁ ଆଣୁଛି ଏବଂ ପରିମାଣାତ୍ମକ, ନୀତି ଉପଯୋଗୀ ଏବଂ ଆନ୍ତର୍ଜାତିକସ୍ତରରେ ସଂଯୁକ୍ତ ଗବେଷଣା ପ୍ଲାଟଫର୍ମଗୁଡିକ ନିର୍ମାଣ ନିମନ୍ତେ ଆମର ଲକ୍ଷ୍ୟକୁ ସମର୍ଥନ କରୁଛି ।”
ଏମ୍‌ଓୟୁ ଜରିଆରେ ୟୁଡବ୍ଲୁ୍ୟଏ ଏହି ସମସ୍ତ କ୍ଲଷ୍ଟର ନେତୃତ୍ୱରେ ପରିଚାଳିତ ପରିବ୍ୟବସ୍ଥା ସହିତ ସମନ୍ୱିତ ହେବ, ଯାହା କେବଳ କ୍ୱଚିତ ସଂସ୍ଥାନଗତ ସହଭାଗୀତା ଅପେକ୍ଷା ପରିମାଣାତ୍ମକ ଏବଂ ରାଷ୍ଟ୍ରୀୟ ସ୍ତରରେ ସଂଯୁକ୍ତ ସହଯୋଗୀତାକୁ ସମର୍ଥ କରାଇବ । ଏହି ନିୟୋଜନତା ସୁସଂହତ ଶିକ୍ଷାଗତ-ଶିଳ୍ପ-ସରକାର ସହଯୋଗୀତାକୁ ପ୍ରୋତ୍ସାହିତ କରିବା, ଲାବ୍‌-ଟୁ-ମାର୍କେଟ ପଥ ତ୍ୱରାନ୍ୱିତ କରିବା ଏବଂ ଭାରତର ବିକାଶ ଅଗ୍ରାଧିକାରତା ସହିତ ମେଳ ଖାଉଥିବା ଆନ୍ତର୍ଜାତିକ ଗବେଷଣା ମୋବିଲିଟିକୁ ସମର୍ଥ କରାଇବା ନିମନ୍ତେ ଡିଜାଇନ କରାଯାଇଛି ।
ପ୍ରଫେସର ଅମିତ ଚକ୍‌ମା, ଭାଇସ-ଚାନ୍‌ସେଲର, ୟୁଡବ୍ଲୁ୍ୟଏ କହିଥିଲେ: “ଏହି ଏମ୍‌ଓୟୁ ଅଷ୍ଟ୍ରେଲିଆ-ଭାରତ ବୈଜ୍ଞାନିକ ସହଭାଗୀତାକୁ ସର୍ବୋଚ୍ଚ ସ୍ତରରେ ନିବିଡ କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପକୁ ପ୍ରତିନିଧିତ୍ୱ କରୁଛି । ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ଆଡଭାଇଜର ଏବଂ ଏହାର ଏସ୍‌ ଆଣ୍ଡ ଟି କ୍ଲଷ୍ଟରସମୂହ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରି ଆମେ ଶକ୍ତି ରୂପାନ୍ତରଣ ଓ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥରୁ ନେଇ ଜଳବାୟୁ ସହନଶୀଳତା ଏବଂ ଉନ୍ନତ ପ୍ରଯୁକ୍ତିସମୂହ ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରୀୟ ପ୍ରାଥମିକତା ସହିତ ଆମର ଗବେଷଣା ସାମର୍ଥ୍ୟକୁ ମେଳ ଖୁଆଉଛୁ । ଏକତ୍ରିତ ଭାବରେ ଆମେ ଅନୁବାଦୀୟ ଗବେଷଣାକୁ ତ୍ୱରାନ୍ୱିତ କରିପାରିବୁ, ନବସୃଜନ ପରିବ୍ୟବସ୍ଥାକୁ ସୁଦୃଢ କରିବା ସହିତ ଉଭୟ ରାଷ୍ଟ୍ରୀୟ ସ୍ତରରେ ଉପେଯାଗୀ ଏବଂ ବିଶ୍ୱ ସ୍ତରରେ ପ୍ରଭାବଶାଳୀ ହେଉଥିବା ସମାଧାନଗୁଡିକ ଯୋଗାଇ ପାରିବୁ ।”
ଡ. ମୃତୁ୍ୟଞ୍ଜୟ ସୁଆର, ଚେୟାରମ୍ୟାନ, ବିସିକେଆଇସି କହିଥିଲେ: “ୟୁଡବ୍ଲୁ୍ଏ ଏବଂ ଭୁବନେଶ୍ୱର ସିଟି ନଲେଜ ଇନ୍ନୋଭେସନ କ୍ଲଷ୍ଟର (ବିସିକେଆଇସି) ମଧ୍ୟରେ ସହଭାଗୀତା ଏକ ବୃହତ୍‌ ଉଦେ୍ଦଶ୍ୟ ନିମନ୍ତେ ଉଦ୍ଦିଷ୍ଟ ଏବଂ ଏହା ଶିକ୍ଷାଗତ କାର୍ଯ୍ୟକଳାପର ଊଦ୍ଧ୍ୱର୍ରେ ରହିଛି । ରଣକୋ÷ଶଳାତ୍ମକ ଦୃଷ୍ଟିରୁ ଆମେ ନୀଳ ଅର୍ଥନୀତି କ୍ଷେତ୍ରରେ ଏକ ମିଶନ୍‌ ମୋଡରେ କାର୍ଯ୍ୟ କରିବୁ ଏବଂ ସୁଲଭ୍ୟ, ଗ୍ରହଣଯୋଗ୍ୟ ତଥା ପରିମାଣାତ୍ମକ ସମାଧାନଗୁଡିକ ଏହି କ୍ଷେତ୍ରରେ ଲାଗୁ କରିବାକୁ ସର୍ବୋତ୍ତମ କାର୍ଯ୍ୟାଭ୍ୟାସକୁ କାର୍ଯ୍ୟକାରୀ କରିବୁ ।”

Leave a Reply

Your email address will not be published. Required fields are marked *