ଗୋଟିଏ କାମ ଦୁଇ ଦୁଇଟି ଫଳକ,ବିଭାଗୀୟ ଯନ୍ତ୍ରୀ ଙ୍କ ପାଇଁ ବଢିଲା ଅଡୁଆ
ନିଆଳି:୧/୩(ଦର୍ଶନ ସମୀକ୍ଷା)ନିଆଳି ବ୍ଲକରେ ସରକାର ପରିବର୍ତ୍ତନ ହେବାର ୨୦ମାସ ମଧ୍ୟରେ ଦୁର୍ନୀତି ସତେ ଯେମିତି ଗନ୍ତାଘର ପାଲଟି ଯାଇଛି। ଇଚ୍ଛା ନ ଥିଲେ ବ୍ଲକ ପ୍ରଶାସନ ଉପରେ ଦୁର୍ନୀତି କରିବାକୁ ଚାପ ପକାଯାଉଛି। ଯିଏ ନ ମାନିଲା ରାତା ରାତି ବଦଳି ନିର୍ଦେଶ ଆସି ଯାଉଛି। ସରକାରି କର୍ମଚାରୀ ମାନେ ଚାପରେ ଦୁର୍ନୀତି କରିବାକୁ ବାଧ୍ୟ ହେଉଛନ୍ତି। କେତେକ ଜାଗାରେ ଫାଇଲ ଖୋଲା ହୋଇ ନ ଥିବା ବେଳେ କାମ ଆରମ୍ଭ ହୋଇ ଗଲାଣି। ଆଉ କେତେକ ଜାଗାରେ କାମ ସରିବାକୁ ବସିଲାଣି। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନିଆଳି ବଜାର ଉପରେ। ନିଆଳି ବଜାର ମେଡିକାଲ ଛକ ରେ ଆମ ନିଆଳି ପାର୍କ ନିର୍ମାଣ ପାଇଁ ବିଧାୟକ ପାଣ୍ଠି ରୁ ୨୦୨୪/୨୫ ଆର୍ଥିକ ବର୍ଷ ରେ ପଂଚାୟତ ସମିତି ନିଆଳି ପୂର୍ବଖଣ୍ଡ ଥିବା ମେଡିକାଲ ଛକରେ ମିନି ପାର୍କ ନିର୍ମାଣରେ ୫ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇ ପାର୍କ କାମ ଶେଷ ହୋଇଥିଲା। ହଠାତ ୨୦୨୫/୨୬ର ଆର୍ଥିକ ବର୍ଷରେ କୌଣସି କାମ କରା ନ ଯାଇ ସମାନ ଜାଗା, ସେହି ପାର୍କ ଉପରେ ବିଧାୟକ ପାଣ୍ଠିରୁ ୩ଲକ୍ଷ ୬୦ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି। ଏବେ ସାଧାରଣ ରେ ପ୍ରଶ୍ନ ଉଠୁଛି ‘ପାର୍କ ଗୋଟିଏ ‘ଦୁଇ ଦୁଇଟି ଫଳକ କାହିଁକି ମରା ଯାଇଛି। ଏ ନେଇ ବିଭାଗୀୟ ଯନ୍ତ୍ରୀ ଙ୍କୁ ପଚାରିବାରୁ ପାର୍କ ରେ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। ଆଉ କିଛି କାମ ବାକି ରହିଛି ବୋଲି ପୁନର୍ବାର ଟଙ୍କା ଦିଆ ଯାଇଛି। ଏଠି ପ୍ରଶ୍ନ ଉଠୁଛି ପାର୍କ ପାଇଁ ବିଧାୟକ ଦେଇଥିବା ପାଣ୍ଠି ଯନ୍ତ୍ରୀ ସଠିକ ଭାବରେ ପରିଚାଳନା କରି ନଥିଲେ କି! ଯାହା ନିଜ ମନ ମର୍ଜିରେ ବିଧାୟକ ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରିଥିଲେ। ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ସତ୍ୟା ସତ୍ୟ ଲୋକ ଲୋଚନ ହୋଇପାରିବ।
ହରିଲୁଟ // ନିଆଳି ବ୍ଲକରେ ସରକାର ପରିବର୍ତ୍ତନ ହେବାର ୨୦ମାସ ମଧ୍ୟରେ ଦୁର୍ନୀତି ସତେ ଯେମିତି ଗନ୍ତାଘର ପାଲଟି ଯାଇଛି। ଇଚ୍ଛା ନ ଥିଲେ ବ୍ଲକ ପ୍ରଶାସନ ଉପରେ ଦୁର୍ନୀତି କରିବାକୁ ଚାପ ପକାଯାଉଛି।












Leave a Reply