ପାରଳାର ପ୍ରସିଦ୍ଧ ଦୋଳ ଉତ୍ସବରେ ଭକ୍ତଙ୍କ ପ୍ରବଳ ସାମଗମ ପାରଳାଖେମୁଣ୍ଡି, 1/3 (ତାରିଣୀ ପ୍ରସାଦ ପଣ୍ଡା ) ଦର୍ଶନ ସମୀକ୍ଷା
ଗଜପତି ଜିଲ୍ଲାର ଲୋକପ୍ରିୟ ଦୋଳ ଉତ୍ସବ ପାରଳାଖେମୁଣ୍ଡି ଦୋଳ ବନ୍ଧ ନିକଟରେ ମହାସମାରୋହରେ ଆରମ୍ଭ ହୋଇଯାଇଛି. ଏହି ପ୍ରସିଦ୍ଧ ଦୋଳ ଯାତ୍ରାର ଗତକାଲି ଦ୍ଵିତୀୟ ଦିନରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା. ମାଁ ମାଣିକେଶ୍ଵରୀ ଓ ରସିକରାଜର ମଠର ପ୍ରଭୁ ରାଧାକୃଷ୍ଣଙ୍କ ସହିତ ଦୋଳ ଗୋବିନ୍ଦ ଓ ରାମସ୍ଵାମୀ ମହାପ୍ରଭୁ ଏକାଥରରେ ବିଜେ ହୋଇ ଶ୍ରଦ୍ଧାଳୁଙ୍କୁ ଦିବ୍ୟ ଦର୍ଶନ ଦେଇଥିଲେ। ବୁଦ୍ଧିଜିବୀ ଏବଂ ଯୁବ ବର୍ଗ କମିଟି ଗଠନ କରି ଏହି ପରମ୍ପରା ଆରମ୍ଭ କରିବା ପାଇଁ ୨୨ ବର୍ଷ ହେଲା ଏହି ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି। ବିଭିନ୍ନ ଗ୍ରାମର ସଂକୀର୍ତ୍ତନ ମଣ୍ଡଳି ନଗର ପରିକ୍ରମାରେ ଭଜନ ଜଣାଣ କରି ଆସୁଛନ୍ତି। ଶନିବାର ପାରଳାଖେମୁଣ୍ଡି ଦୋଳଯାତ୍ରାର ଦ୍ଵିତୀୟ ଦିନରେ ପାରଳା ବିଧାୟକ ଇଂ. ରୂପେଶ ପାଣିଗ୍ରାହୀ ଗତକାଲିର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୋଳ ଉତ୍ସବ ପାଳନର ମହତ୍ତ୍ୱକୁ ପ୍ରକାଶ କରିବା ସହ ପାରଳାର କଳା ସଂସ୍କୃତି ଉପରେ ଆଲୋକପାତ କରିଥିଲେ. ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ଆୟୋଜିତ ହୋଇଥିଲା.
ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିର ଶାନ୍ତ ବାତାବରଣରେ ଭଙ୍ଗାରୁଜା ଓ ପୋଡା ଜଳା ଯୋଗୁଁ ପରିବେଶ ଅଶାନ୍ତ, ସାଧାରଣରେ ଉଦବେଗ ପାରଳାଖେମୁଣ୍ଡି, 1/3(ତାରିଣୀ ପ୍ରସାଦ ପଣ୍ଡା ):
ଓଡିଶାର ହିମାଳୟ, ଆଧ୍ୟାତ୍ମିକ ଓ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଶିଖରରେ ଭଙ୍ଗା ରୁଜା ଓ ପୋଡା ଜଳା କରିବା ଯୋଗୁଁ ଶାନ୍ତ ପରିବେଶ ଅଶାନ୍ତ ହୋଇଉଠିଛି. ଘଟଣା ନେଇ ସାଧାରଣରେ ତୀବ୍ର ଉଦବେଗ ପ୍ରକାଶ ପାଇଛି. ଗତକାଲି ମହେନ୍ଦ୍ରଗିରି ଠାରେ ଥିବା ଆଶ୍ରମ ଓ ଇକୋରିସ୍ଟରେ ବାରଘର ଗ୍ରାମର 40ରୁ ଉର୍ଦ୍ଧ ବ୍ୟକ୍ତି ବିଭିନ୍ନ ମାରଣାସ୍ତ୍ର ସହ ପହଞ୍ଚି ନିଆଁ ଲଗାଇ ପୋଡା ଜଳା କରିବା ସହ ଭଙ୍ଗାରୁଜା କରିଥିବା ନେଇ ଅଭିଯୋଗ ହୋଇଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକରେ ଥିବା ମହେନ୍ଦ୍ରଗିରିର ଶାନ୍ତ ପରିବେଶ ଏବେ କିଛି ଦୁର୍ବୁତ୍ତମାନଙ୍କ ଯୋଗୁଁ ଅଶାନ୍ତ ହୋଇପଡିଛି. ଶନିବାର ମଧ୍ୟାହ୍ନରେ ବାରଘର ଗ୍ରାମର କିଛି ବ୍ୟକ୍ତି କିଛି ମାରଣାସ୍ତ୍ର ସହ ମହେନ୍ଦ୍ରଗିରି ଶିଖରକୁ ଆସି କୁନ୍ତୀ ମନ୍ଦିର ନିକଟରେ ଥିବା ଆଶ୍ରମରେ କବାଟ ଭାଙ୍ଗି ଜବରଦସ୍ତି ପ୍ରବେଶ କରି ଭିତରେ ଥିବା ଜିନିଷପତ୍ର ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏଥିସହ ପର୍ଯ୍ୟଟକଙ୍କ ନିମନ୍ତେ ତିଆରି ହୋଇଥିବା ଇକୋରିସଟ୍ର୍ ପାଇଁ ପାଣି ଯୋଗାଉଥିବା ଦୁଇଟି ପାଣିମୋଟରକୁ ମଧ୍ୟ ସେମାନେ ଭାଙ୍ଗିବା ସହ ପାଣି ପାଇପ୍ ଗୁଡିକ କାଟି ଦେଇଥିବା ଅଭିଯୋଗ ହୋଇଛି। ଏଥିଯୋଗୁଁ ଇକୋରିସଟର୍କୁ ପାନୀୟଜଳ ଯୋଗାଣ ବନ୍ଦ ରହିଛି। ପର୍ଯଟକ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମହାଶିବରାତ୍ରିରେ ଶ୍ରଦ୍ଧାଳୁଙ୍କ ପାଇଁ ମହେନ୍ଦ୍ରଗିରିରେ ନିର୍ମାଣ ହୋଇଥିବା ପାଇଖାନା ଗୁଡିକ ମଧ୍ୟ ସେମାନେ ଭାଙ୍ଗି ଦେଇଛନ୍ତି । ଗତକାଲି ଏନେଇ ଖବର ପାଇ ଘଟଣା ସ୍ଥଳରେ ଗାରାବନ୍ଧ ଥାନା ପୁଲିସ ପହଞ୍ଚି ଦେଖଣାହାରି ସାଜି ସେମାନଙ୍କୁ ବୁଝାସୁଝା କରି ସେଠାରୁ ପଠାଇ ଦେଇଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ କରାଯାଇଛି. ମହେନ୍ଦ୍ରଗିରି ଠାରେ ମାରଣାସ୍ତ୍ର ସହ ପହଞ୍ଚି ପୋଡା ଜଳା ସହ ଭଙ୍ଗା ରୁଜା କରି ମହେନ୍ଦ୍ରଗିରିର ପବିତ୍ରତାକୁ ନଷ୍ଟ କରିଥିବା ଲୋକଙ୍କୁ ଗାରାବନ୍ଧ ପୋଲିସ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ କେଉଁ କାରଣରୁ ସେମାନଙ୍କୁ ଖୁସାମତ କରି ସେଠାରୁ ପଠାଇ ଦେବା ଯୁକ୍ତିଯୁକ୍ତ ଅଟେ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି . ଘଟଣା ନେଇ ଆଜି ଗାରାବନ୍ଧ ଥାନାରେ ବନ ବିଭାଗ ଓ ମହେନ୍ଦ୍ରଗିରି ସୁରକ୍ଷା ପାଇଥିବା ଜୈବ ମଣ୍ଡଳ କମିଟି ତରଫରୁ ପୃଥକ ପୃଥକ ଭାବେ 2 ଗୋଟି ଲିଖିତ ଅଭିଯୋଗ କରାଯାଇଥିବା ସୂଚନା ମିଳିଛି .
ପାରଳା ମହିଳା ସ୍ନାତକ କଲେଜରେ ରାଜ୍ୟ ସ୍ତରୀୟ ଓଡିଆ “ଭାଷା ସମ୍ପାନଂ କାର୍ଯ୍ୟକ୍ରମ….. ପାରଳାଖେମୁଣ୍ଡିର ଅବଦାନ ଓଡ଼ିଆ ଭାଷା ପାଇଁ ଅବିସ୍ମରଣୀୟ
ପାରଳାଖେମୁଣ୍ଡି, 1/3(ତାରିଣୀ ପ୍ରସାଦ ପଣ୍ଡା ):

ଓଡିଆ ଭାଷା ପ୍ରତିଷ୍ଠାନ, ଭୁବନେଶ୍ବର ଏବଂ ମହିଳା ସ୍ନାତକ ମହାବିଦ୍ୟାଳୟ, ପାରଳାଖେମୁଣ୍ଡି, ଜିଲ୍ଲା ଗଜପତିର ମିଳିତ ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ “ଭାଷା ସମ୍ପାନ” ପାରଳାଖେମୁଣ୍ଡି ସ୍ଥିତ ଆର.ସେ.ଟି. ସମ୍ମିଳନୀ କକ୍ଷ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡିର ଅବଦାନ ଓଡ଼ିଆ ଭାଷା ପାଇଁ ଅବିସ୍ମରଣୀୟ ବୋଲି ଏହି ସମାବେଶରେ ଅତିଥି ଓ ବକ୍ତାମାନେ ପ୍ରକାଶ କରି ପାରଳାଖେମୁଣ୍ଡି ଓଡ଼ିଆ ଭାଷା ଓ ସାହିତ୍ୟକୁ ଗୌରବାନ୍ବିତ କରିଛି ବୋଲି ମାତବ୍ୟକ୍ତ କରିଛନ୍ତି. ଏହି କାର୍ଯକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ରୀନା ସାହୁଙ୍କ ପୌରୋହିତ୍ୟ କରିଥିଲେ । ଅଧ୍ୟାପିକା ଡ଼ ଭାରତୀ ପାଣିଗ୍ରାହୀ ସ୍ବାଗତ ଭାଷଣ ପ୍ରଦାନ କଲାପରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ଏହାପରେ “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏଥିରେ ସୁସାହିତ୍ୟିକ ଡ଼ ଲମ୍ବୋଦର ପାଣିଗ୍ରାହୀ, ଡ଼ ଅଶୋକ ପଣ୍ଡା ଏବଂ ରାଜଲକ୍ଷ୍ମୀ ଦେବୀ ପ୍ରମୁଖ ସମ୍ମାନୀତ ଅତିଥୂ ରୂପେ ଯୋଗ ଦେଇ ଯୁବପିଢିଙ୍କ ବିକାଶ ଦିଗରେ ଓଡିଆ ଭାଷା ଓ ସାହିତ୍ୟର ଭୂମିକା ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଉପାନ୍ତି ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓଡିଆ ଭାଷା ଓ ସାହିତ୍ୟର ଗତି ଓ ପ୍ରଗତି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଆନ୍ଧ୍ର ପ୍ରଦେଶର ବାରୁଆ ସରକାରୀ ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ଡ଼ ରାମାରାଓ ମାଝୀ “ଯୁବ ପିଢି ଓ ମାତୃଭାଷା ସାହିତ୍ୟ” ବିଷୟରେ ନିବନ୍ଧ ପାଠ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀଙ୍କ ସହାୟତାରେ ସୁଚାରୁରୂପେ ସଂପନ୍ନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ଜିଲ୍ଲାର ବିଭିନ୍ନ ଅନୁଷ୍ଠାନରୁ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀ ମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସଭାଶେଷରେ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା ଓଡିଆ ଭାଷା ଓ ସାହିତ୍ୟର ବିଭିନ୍ନ ପ୍ରତିଯୋଗିତା (ବକ୍ତୃତା, ପ୍ରବନ୍ଧ ଓ ଶୁଦ୍ଧଲିଖନ)ରେ ଅଂଶ ଗ୍ରହଣ କରିଥିବା କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ବରଦା ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।












Leave a Reply