ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)
ଓଡ଼ିଶା ରାଜ୍ୟ କମିଟି
ପ୍ଲଟ୍ ନଂ–୭/୧, ଜୟଦେବ ବିହାର,
ଭୁବନେଶ୍ୱର–୭୫୧୦୧୩
ରାଉରକେଲା,ତାରିଖ: ୨୮ ଫେବୃଆରୀ ୨୦୨୬
ରାଜ୍ୟସଭା ନିର୍ବାଚନ ରେ ସି ପି ଆଇ(ଏମ୍) ର ଅବସ୍ଥାନ
ସମ୍ପ୍ରତି ଓଡ଼ିଶାର ରାଜ୍ୟସଭା ନିର୍ବାଚନ ରେ ଗୁରୁତ୍ୱପୂର୍ଣ୍ଣ ଚତୁର୍ଥ ଆସନ ପାଇଁ ସମ୍ବିଧାନ, ଗଣତନ୍ତ୍ର ଏବଂ ଧର୍ମନିରପେକ୍ଷତା ପ୍ରତି ଅଙ୍ଗୀକାରବଦ୍ଧ ଥିବା ଜଣେ ଖ୍ୟାତନାମା ସ୍ବାଧୀନ ପ୍ରାର୍ଥୀଙ୍କୁ ଚୟନ କରିବା ଏବଂ ସମର୍ଥନ ଦେବା ପାଇଁ ସି ପି ଆଇ (ଏମ୍) ଓଡ଼ିଶା ରାଜ୍ୟ କମିଟି ତରଫ ରୁ ଆହ୍ଵାନ ଦିଆଯାଇଛି। ଏଥିପାଇଁ ବିଜେପି ବିରୋଧ ରେ ସି ପି ଆଇ(ଏମ୍), କଂଗ୍ରେସ ଓ ବିଜେଡି ସମର୍ଥନ ରେ ସହମତିପୂର୍ଣ୍ଣ ଉପଯୁକ୍ତ ସ୍ଵାଧୀନ ପ୍ରାର୍ଥୀ ଚୟନ ପାଇଁ ସି ପି ଆଇ (ଏମ୍) ଯଥାର୍ଥ ଭୂମିକା ପାଳନ କରିବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି । କଂଗ୍ରେସ ଏବଂ ବିଜେଡ଼ି ଏହି ଲକ୍ଷ୍ୟରେ ଆଗେଇ ଆସିବା ପାଇଁ ସି ପି ଆଇ (ଏମ୍) ଓଡ଼ିଶା ରାଜ୍ୟ କମିଟି ଆହ୍ବାନ କରିଛି ।
କୌଣସି ପରିସ୍ଥିତି ରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ବିଜେପି ର ସମର୍ଥନ ରହିଥିବା କୌଣସି ପ୍ରାର୍ଥୀଙ୍କୁ ସି.ପି. ଆଇ.(ଏମ୍) ସମର୍ଥନ କରିବ ନାହିଁ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ସୁରେଶ ଚନ୍ଦ୍ର ପାଣିଗ୍ରାହୀ
ସମ୍ପାଦକ
ସି.ପି.ଆଇ.(ଏମ୍)
ଓଡ଼ିଶା ରାଜ୍ୟ କମିଟି
ଫୋନ୍:୯୪୩୭୯୩୬୭୯୭
ତାରିଖ:୨୮.୦୨.୨୦୨୬












Leave a Reply