୨୦୨୭ ଜନଗଣନା ପାଇଁ ଜିଲ୍ଲା ସ୍ତରୀୟ ଜନଗଣନା ଅଧିକାରୀଙ୍କ ସମୀକ୍ଷା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ।
ଢ଼େଙ୍କାନାଳ, ତା. ୨୭.୦୨.୨୦୨୬-(ଦର୍ଶନ ସମୀକ୍ଷା)
ଆଜି ମଧ୍ୟାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠିଙ୍କ ଅଧ୍ୟକ୍ଷତାରେ ୨୦୨୭ ରେ ଜନଗଣନା ପାଇଁ ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀମାନଙ୍କୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସଦର ଉପ-ଜିଲ୍ଲାପାଳ ଶ୍ରୀ ବିବୁଧ ଗଡ଼ନାୟକ, କାମାକ୍ଷାନଗର ଉପ-ଜିଲ୍ଲାପାଳ ଶ୍ରୀ ଦୀନମଣି ନାୟକ, ହିନ୍ଦୋଳ ଉପ-ଜିଲ୍ଲପାଳ ଶ୍ରୀ ପ୍ରଭାସ କୁମାର ବେହୁରା, ସଂପୃକ୍ତ ଅଧିକାରୀଗଣ, ସମସ୍ତ ବିଡ଼ିଓ, ତହସିଲଦାର, ଅତିରିକ୍ତ ତହସିଲଦାର ଏବଂ କାର୍ଯ୍ୟକାରୀ ସହାୟକମାନେ ଯୋଗ ଦେଇଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆଇ.ଟି. ଅଫିସର ଶ୍ରୀ ରାଜେନ୍ଦ୍ର କୁମାର ସାହୁ ଏବଂ ଡିଷ୍ଟ୍ରିକ୍ଟ ଇନ୍ଚାର୍ଜ ଅଫିସର ଶ୍ରୀ ଅଲେଖ ମଲ୍ଲିକ ଉପସ୍ଥିତ ରହି ସାଧାରଣ ପରିବାର, ଅନୁଷ୍ଠାନଗତ ପରିବାର ଓ ଗୃହହୀନ ପରିବାରର ସଦସ୍ୟମାନଙ୍କ ଠାରୁ କିଭଳି ସଠିକ ଭାବେ ତଥ୍ୟ ସଂଗ୍ରହ କରାଯିବ ସେ ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପରିବାରର ମୁଖ୍ୟଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟାଦିକୁ ବୈଧ ତଥ୍ୟ ଭାବେ ଗ୍ରହଣ କରାଯିବ ବୋଲି ବୁଝାଇଥିଲେ । ଜନଗଣନା କାର୍ଯ୍ୟରେ ଜନଗଣନାକାରୀ ଓ ସୁପରଭାଇଜରମାନଙ୍କ କାର୍ଯ୍ୟ ଓ ଦାୟୀତ୍ବ ସଂପର୍କରେ ଅବଗତ କରାଇଥିଲେ । ଜନଗଣନା ବ୍ୟବସ୍ଥା ଓ ପର୍ଯ୍ୟାଲୋଚ଼ନା କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିବା ସହିତ କିଭଳି ନିର୍ଭୁଲ ଭାବେ ସମସ୍ତ ତଥ୍ୟ ସଂଗ୍ରହ କରିବେ ସେ ସଂପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ପ୍ରକାଶ କରିଥିଲେ ।












Leave a Reply