ଭୁବନେଶ୍ୱର// କ୍ୟାପିଟାଲ କପ-୨୦୨୬ର ଚାମ୍ପିଆନ ହେଲା ପ୍ରିଣ୍ଟ ମିଡ଼ିଆ ଟିମ, ଟର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ ୧ -ଓଡିଶା ପୋଲିସ, ୨-କମିଶନରେଟ ପୋଲିସ, ୩-ଇଲୋକ୍ଟୋ୍ରନିକ୍ସ ମିଡ଼ିଆର କ୍ରାଇମ ରିପୋର୍ଟର

Spread the love

କ୍ୟାପିଟାଲ କପ-୨୦୨୬ର ଚାମ୍ପିଆନ ହେଲା ପ୍ରିଣ୍ଟ ମିଡ଼ିଆ ଟିମ
ଭୁବନେଶ୍ୱର : (ଦର୍ଶନ ସମୀକ୍ଷା)

ସ୍ଥାନୀୟ ଓଲ୍ଡ ଟାଉନ ରାମେଶ୍ୱର ସ୍ପୋଟିଙ୍ଗ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଯାଇଥିବା କ୍ୟାପିଟାଲ କପ-୨୦୨୬ରେ ଚାମ୍ପିଆନ ହୋଇଛି ପ୍ରିଣ୍ଟ ମିଡ଼ିଆ ଟିମ । ଲଗାତର ତିନୋଟି ଟିମକୁ ହରାଇ ହୋଇଥିଲା ଚାମ୍ପିଅନ । ଏହି ଟର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ ୧ -ଓଡିଶା ପୋଲିସ, ୨-କମିଶନରେଟ ପୋଲିସ, ୩-ଇଲୋକ୍ଟୋ୍ରନିକ୍ସ ମିଡ଼ିଆର କ୍ରାଇମ ରିପୋର୍ଟର ଟିମ, ୪-ପ୍ରିଣ୍ଟ ମିଡ଼ିଆର କ୍ରାଇମ ରିପୋର୍ଟର ଟିମ, ୫-ଅଗ୍ନିଶମ ବିଭାଗ, ୬- ଜେଲ ବିଭାଗର ଟିମ, ୭-ସେଲିବ୍ରେଟି ଟିମ, ୮-କ୍ରିକେଟ ଆୟୋଜକ ଟିମ ଭାଗ ନେଇଥିଲେ । ଓଡିଶା ପୋଲିସକୁ ବାଜିମାରୀ ଶେଷରେ ପ୍ରିଣ୍ଟ ମିଡ଼ିଆ ଟିମ ଚମ୍ପିୟାନ ହୋଇଥିଲା । ବହୁ ପ୍ରତୀକ୍ଷିତ କ୍ୟାପିଟାଲ୍ କପ୍-୨୦୨୬ ଉତ୍ସାହ ଓ ଉଦ୍ଦୀପନାର ସହିତ ସଫଳତା ସହ ଆୟୋଜିତ ହୋଇଥିଲା । ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ କେବଳ ଖେଳ ମାତ୍ର ନୁହେଁ, ବରଂ ସାଇବର୍ ସୁରକ୍ଷା, ଡିଜିଟାଲ୍ ଦାୟିତ୍ୱବୋଧ ଓ ସାମାଜିକ ସଚେତନତା ପ୍ରଚାରର ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ପରିଣତ ହୋଇଥିଲା ।

ଏହି ଟୁର୍ଣ୍ଣାମେଣ୍ଟକୁ ଗରିମାମୟ କରିଥିଲେ ଶ୍ରୀ ସୁରେଶ୍ ଡିଭି ଦତ୍ତ ସିଂହ, କମିଶନର୍ ଅଫ୍ ଟ୍ୱିନ୍ ସିଟି ପୋଲିସ, ଭୁବନେଶ୍ୱର ଓ କଟକ, ଶ୍ରୀ ସୁଶାନ୍ତ କୁମାର ନାଥ, ଡିରେକ୍ଟର୍ ଜେନେରାଲ୍ ଅଫ୍ ଓଡ଼ିଶା ପ୍ରିଜନ୍ ଏବଂ ଶ୍ରୀ ବିରେନ୍ ସାହୁ, ଡିଆଇଜି ପ୍ରିଜନ୍ । ତାଙ୍କର ଉପସ୍ଥିତି ଯୁବ ସମାଜ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଖେଳର ଭୂମିକାକୁ ଗୁରୁତ୍ୱ ପ୍ରଦାନ କରିଥିଲା । ଏହା ସହିତ ଅନୁଷ୍ଠାନକୁ ଶୋଭା ଦେଇଥିଲେ ଶ୍ରୀ ଜ୍ଞାନରଞ୍ଜନ ମହାନ୍ତି (ଓଡ଼ିଶା ଷ୍ଟେଟ୍ ବାର୍ କାଉନ୍ସିଲ ସଦସ୍ୟ ଓ ଇଙଖଇ ଅଧ୍ୟକ୍ଷ), ଶ୍ରୀ ସୁରେଶ୍ କୁମାର ରାଉତରାୟ (ପୂର୍ବତନ କ୍ରୀଡ଼ା ମନ୍ତ୍ରୀ, ଓଡ଼ିଶା), ଶ୍ରୀ ସର୍ବେଶ୍ୱର ସାହୁ (ସୁପରିଟେଣ୍ଡେଣ୍ଟ୍, ସ୍ପେଶାଲ୍ ଜେଲ୍, ଭୁବନେଶ୍ୱର) ଏବଂ ଶ୍ରୀ ରବିନ୍ଦ୍ର କୁମାର ମହାରଣା (ଜେନେରାଲ୍ ମ୍ୟାନେଜର, ମିଲ୍କି ମୁଁ) । ଅନୁଷ୍ଠାନରେ ଶ୍ରୀ ଗଦାଧର ଦାସ (ଆଣ୍ଡାମାନ୍ ଏକ୍ସପ୍ରେସ୍), ଶ୍ରୀ ଶିବ ପ୍ରସାଦ ବେହେରା (କର୍ପୋରେଟର, ୱାର୍ଡ ୫୪), ଶ୍ରୀ ଚନ୍ଦ୍ରଶେଖର ମଲ୍ଲିଆ (କର୍ପୋରେଟର, ୱାର୍ଡ ୬୦), ଶ୍ରୀ ବିରଞ୍ଚି ମହାସୁପକାର (ବିଜେଡି ଯୁବ ଅଧ୍ୟକ୍ଷ), ଶ୍ରୀ ଦେବବ୍ରତ ନାୟକ (ସିତୁ), ସ୍ଥାପକ – ଦେବ ଯୁଗଙ୍କ ଉପସ୍ଥିତି ଉଲ୍ଲେଖନୀୟ ଥିଲା । ଅନୁଷ୍ଠାନର ଏକ ବିଶେଷ ଆକର୍ଷଣ ଥିଲେ ଇଣ୍ଡିଆନ୍ ଆଇଡଲ୍ ପ୍ୟାନେଲ୍ ଜଜ୍ ଶ୍ରୀ ଅଭିଜିତ୍ ମିଶ୍ର, ଯିଏ ଖେଳାଳିମାନଙ୍କୁ ଉତ୍ସାହିତ କରି ଅନୁଷ୍ଠାନର ମାନକୁ ଆହୁରି ବଢ଼ାଇଥିଲେ । ଏହି ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ପାଇଁ ଆୟୋଜକମାନେ ଶ୍ରୀ ନାରାୟଣ ମହାରଣା (ଟ୍ରଷ୍ଟ ଅଧ୍ୟକ୍ଷ), ଶ୍ରୀ ଜିତେନ୍ଦ୍ର ସାହୁ (ଉପାଧ୍ୟକ୍ଷ), ଶ୍ରୀ ଚିନ୍ମୟ ମହାନ୍ତି (ସୁପ୍ରିମ୍ କୋର୍ଟ ଅଧିବକ୍ତା), ଶ୍ରୀ ରଞ୍ଜୀତ୍ ମହାରଣା (ୱାର୍କିଙ୍ଗ ସେକ୍ରେଟାରୀ, ଅଲ୍ ଓଡ଼ିଶା ଲୟର୍ ଆସୋସିଏସନ୍) ଏବଂ ଶ୍ରୀ ବିଷ୍ଣୁ କୁମାର ପ୍ରଧାନ ସମସ୍ତ ଅତିଥି, ଖେଳାଳି ଓ ସମର୍ଥକମାନଙ୍କୁ କୃତଜ୍ଞତା ଜଣାଇଥିଲେ । ଆୟୋଜକମାନଙ୍କ କହିବା ଅନୁସାରେ, କ୍ୟାପିଟାଲ୍ କପ୍ ୨୦୨୬ ଖେଳ ସହିତ ସାମାଜିକ ସଚେତନତାକୁ ଯୋଡ଼ିବାର ଏକ ପ୍ରୟାସ, ଯାହା ଯୁବ ପିଢ଼ୀ ମାନଙ୍କ ମଧ୍ୟରେ ସାଇବର୍ ସୁରକ୍ଷା ଓ ଦାୟିତ୍ୱଶୀଳ ଡିଜିଟାଲ୍ ବ୍ୟବହାର ପ୍ରଚାରରେ ମୂଲ୍ୟବାନ ଭୂମିକା ନେବ । ଏହି ଟୁର୍ଣ୍ଣାମେଣ୍ଟ୍ ଏକତା, ଶିଷ୍ଟାଚାର ଓ ସଚେତନତାର ଉଦ୍ଦୀପକ ଉଦାହରଣ ସୃଷ୍ଟି କରିଛି, ଯାହା ଖେଳକୁ ସାମାଜିକ ପରିବର୍ତ୍ତନର ଶକ୍ତିଶାଳୀ ମାଧ୍ୟମ ଭାବେ ପ୍ରମାଣିତ କରିପାରିଛି ।

Leave a Reply

Your email address will not be published. Required fields are marked *