ସେଞ୍ଚୁରିଆନ୍ ୟୁନିଭରସିଟିର ବାର୍ଷିକ ମହୌତ୍ସବ “ଗଜଜ୍ୟୋତି-୨୦୨୬” ମହାସମାରୋହରେ ଅନୁଷ୍ଠିତ ପାରଳାଖେମୁଣ୍ଡି, 23/2(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ରାଜ-ସିତାପୁରର ଅଲ୍କୁରୀ ନଗର ସ୍ଥିତ ସେଞ୍ଚୁରିଆନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ମ୍ୟାନେଜମେଣ୍ଟ (ସି.ୟୁ.ଟି.ଏମ) ପାରଳାଖେମୁଣ୍ଡି କ୍ୟାମ୍ପସର ବାର୍ଷିକ ମହୋତ୍ସବ “ଗଜଜ୍ୟୋତି-୨୦୨୬” ଅତ୍ୟନୁ ଉଲ୍ଲେଖନୀୟ ଉତ୍ସାହ, ସ୍ପନ୍ଦନଶୀଳ ଅଂଶଗ୍ରହଣ, ପ୍ରତିଭା-ପୂର୍ଣ୍ଣ ଏବଂ ନବସୃଜନର ଏକ ପ୍ରେରଣା-ଦାୟକ ପ୍ରଦର୍ଶନ ଭାବରେ ସଫଳତାର ସହିତ ସମ୍ପନ୍ନ ହୋଇଯାଇଛି। ବିଶ୍ବବିଦ୍ୟାଳୟ ସଭାପତି ଡଃ ମୁକ୍ତିକାନ୍ତ ମିଶ୍ର ଉପାଧ୍ଯକ୍ଷ ପ୍ରଫେସର ଡି.ଏନ୍. ରାଓ, ମାନ୍ୟବର ଉପ-କୁଳପତି ଡକ୍ଟର ସୁପ୍ରିୟା ପଟ୍ଟନାୟକ, ପ୍ରୋ-ଭାଇସ୍ ଚାନସେଲର ଡଃ ବିଶ୍ବଜିତ ମିଶ୍ର ରେଜିଷ୍ଟ୍ରାର ଡଃ ଅନିତା ପାତ୍ର ଏବଂ ନିର୍ଦ୍ଦେଶକ (ପ୍ରଶାସନ) ଡାଃ ଦୁର୍ଗା ପ୍ରସାଦ ପାଢ଼ୀଙ୍କ ନେତୃତ୍ବରେ ସମଗ୍ର ପ୍ରଶାସନିକ ଦଳଙ୍କୁ ସେମାନଙ୍କର ଅଟଳ ସମର୍ଥନ ଏବଂ ମାର୍ଗଦର୍ଶନ ଯୋଗୁଁ ହିଁ ସମସ୍ତ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ସଫଳତାର ସହ ସମ୍ପନ୍ନ ହୋଇ ପାରିଛି, ଏଥୂପାଇଁ ଆନ୍ତରିକ କୃତଜ୍ଞତା ଜଣାଉଛି। କାର୍ଯ୍ୟକ୍ରମରେ ଗଜପତି ଆରକ୍ଷୀ ଅଧୂକ୍ଷକ ଶ୍ରୀଜତିନ୍ଦ୍ର କୁମାର ପଣ୍ଡା ଏବଂ ଏସ.ଡି.ପି.ଓ ଆର.ଉଦୟଗିରି ଶ୍ରୀ ରାକେଶ ସାହୁ , ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମର ମହାନ ସଫଳତା ଦିଗରେ ଉତ୍ସର୍ଗୀକୃତ ଅବଦାନ ପାଇଁ ସର୍ବୋପରି ହଷ୍ଟେଲ ପ୍ରଶାସନ, ସୁରକ୍ଷା କର୍ମଚାରୀ, ଆତିଥ୍ୟ ଦଳ ,ଏମ.ଆର.ସି. ଦଳ, ଟିମ୍ ସି.ଏ.ଏସ.ଆର.ଟିମ୍ , “ଗଜଜ୍ୟୋତି-୨୦୨୬ ଏବଂ ସମସ୍ତ ଡିନ୍ ବିଭାଗୀୟ ମୁଖ୍ୟ ଏବଂ ଅଧ୍ୟାପକ ମାନଙ୍କ ଅବଦାନ ବିଶେଷ ପ୍ରଶଂସନୀୟ। ଏହି ତିନି ଦିନିଆ ମହୋତ୍ସବ ଗଜଜ୍ୟୋତି-୨୦୨୬ କ୍ୟାମ୍ପସର ସାତଟି ସ୍କୁଲକୁ ନେଇ ଏକ ସ୍ପନ୍ଦନଶୀଳ ସାରଣୀ ଏବଂ କାର୍ନିଭାଲ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମ ମଧ୍ୟରେ ମୁଖ୍ୟତଃ ଉପସ୍ଥାପନା ଗୁଡ଼ିକ ଏକ ଉତ୍ସାହୀ କୃତ ପ୍ରତିଯୋଗିତାର ସୃଜନଶୀଳତା , ନବସୃଜନ ବୈଷୟିକ ଉତ୍କର୍ଷତା ଏବଂ ସ୍ଥାୟୀତ୍ବକୁ ସମ୍ପୂର୍ଣ୍ଣ ଭାବେ ଆଲୋକିତ କରି ପକାଇଥିଲା। ଏଥିରେ ସ୍କୁଲ ଅଫ୍ ନର୍ସି (ଏସ.ଓ.ଏନ) ପ୍ରଥମ ସ୍ଥାନ ଅଧୂକାର କରିଥୂବାବେଳେ .ଏସ.ଏସ.ଏସ.ଓ.ଏ ଦ୍ବିତୀୟ ସ୍ଥାନ ଅଧୂକାର କରିଥିଲା ଏବଂ ଏସ.ଓ.ଇ.ଟି ଓ ଏସ.ଓ.ଭି.ଇ.ଟି ତୃତୀୟ ସ୍ଥାନ ଅଂଶୀଦାର କରିଥିଲେ ।ସନ୍ଧ୍ୟାରେ ସେଞ୍ଚୁରିଆନ୍ ସ୍ପିକ୍ ସ୍ଟିଅର୍ ଦେଖା ଯାଇଥୂଲା ଏକ ମେଗା ବିତର୍କ ପ୍ରତିଯୋଗିତା ମଧ୍ୟରେ , ଯେଉଁଥ୍ରେ କି ୧୮ ଜଣ ଗତିଶୀଳ ଅଂଶଗ୍ରହଣକାରୀଙ୍କୁ ନେଇ ଗଠିତ ହୋଇଥିଲା ଯେଉଁମାନଙ୍କ ଅସାଧାରଣ ବକ୍ତୃତାର ଦକ୍ଷତା ପ୍ରଦର୍ଶନ କରିଥିଲେ । ଦ୍ବିତୀୟ ଦିନ ଅବସରରେ ଏକ ପ୍ରେରଣାଦାୟକ ପୋଡକାଷ୍ଟ ଅଧୂବେଶନ କାର୍ଯ୍ୟକ୍ରମ ସହିତ ଆରମ୍ଭହୋଇଥୁଲା ଯେଉଁଥିରେ କି ସି.ୟୁ.ଟି.ଏମ ର ଜଣେ ବିଶିଷ୍ଟ ପୂର୍ବତନ ଛାତ୍ର ଏବଂ “ଅପରେସନ୍ ସିନ୍ଦୁର” ସମୟରେ ତାଙ୍କ ସାହସିକତା ପାଇଁ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଗ୍ରୁପ୍ କ୍ୟାପଟେନ ଶ୍ରୀ ବିପୁଲ କୁମାର ସାମିଲ ଥୂଲେ। ତାଙ୍କର ଆଲୋଚନା ସମଗ୍ର ବିଶ୍ବବିଦ୍ୟାଳୟ ସମ୍ପ୍ରଦାୟ ପାଇଁ ଗର୍ବ ଏବଂ ପ୍ରେରଣାର ମୁହୂର୍ତ୍ତ ଭାବରେ କାର୍ଯ୍ୟ କରିଥିଲା ।
ସମ୍ପୂର୍ଣ୍ଣ ଦିନଟି ମନୋମୁଗ୍ଧକର ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଦର୍ଶନ ସହିତ ଜାରି ରହିଥ୍ଲା I ଅପରାହ୍ନରେ, କ୍ରାଫ୍ଟନ୍ ଗ୍ରୁପ୍ ଦ୍ବାରା ଏକ ଇ-କ୍ରୀଡା ପ୍ରତିଯୋଗିତା (ବି.ଜି.ଏ ଏବଂ ଆର.ସି) କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଯେଉଁଥିରେ କି ଛାତ୍ରଛାତ୍ରୀ ମାନେ ଅତ୍ୟନ୍ତ ଉତ୍ସାହର ସହ ଉତ୍ସାହୀ ଭାବେ ଅଂଶଗ୍ରହଣ କରିଥିଲେ। ସନ୍ଧ୍ୟାରେ ବିଶ୍ବବିଦ୍ୟାଳୟର ସଙ୍ଗୀତ, ନାଟକ ଏବଂ ନୃତ୍ୟକ୍ଲବ୍ ଦ୍ବାରା ଆକର୍ଷଣୀୟ କାର୍ଯ୍ୟକ୍ରମ ସବୁ ପ୍ରଦର୍ଶନ କରାଯାଇଥିଲା । ତୃତୀୟ ଦିନର କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଭାବେ ଏମ.ଇ.ଜି.ଏ. ପ୍ରୋଜେକ୍ଟ ଏକ୍ସପୋରେ କ୍ୟାମ୍ପସର ସମସ୍ତ ଆଠଟି ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଉପସ୍ଥାପିତ ୮୪ଟି ଅଭିନବ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ଦକ୍ଷତା ବିକାଶ ଏବଂ ନବସୃଜ ଯାହା ଉପରେ ଅନୁଷ୍ଠାନର ଦୃଢ଼ ଗୁରୁତ୍ବକୁ ପ୍ରତିଫଳିତ କରିଥିଲା । ସେହିଭଳି ଅପରାହ୍ନରେ, ସି.ୟୁ.ଟି.ଏମ ପକ୍ଷରୁ ୨୦ ବର୍ଷରୁ ଅଧୂକ ଉତ୍ସର୍ଗୀକୃତ ସେବା ପୂରଣ କରିଥିବା ଅଧ୍ଯାପବ ଅବସ ପକ ଏବଂ କର୍ମଚାରୀ ମାନଙ୍କୁ କାର୍ଯ୍ୟକ୍ରମ ବସରରେ ସେମାନଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହ ଛାତ୍ର ପାଠ୍ୟକ୍ରମିକ କାର୍ଯ୍ୟକଳାପରେ ସକ୍ରିୟ ଭାବରେ ଯୋଗଦାନ ଦେଉଥୁବା ଅଧ୍ୟାପକ ଏବଂ କର୍ମଚାରୀ ମାନଙ୍କୁ ମଧ୍ଯ ସମ୍ମାନିତ କରାଯାଇଥିଲା । ସାଂସ୍କୃତିକ ବିଭାଗରେ ଅଧ୍ୟାପକ ଏବଂ କର୍ମଚାରୀଙ୍କ ଦ୍ବାରା ସ୍ପନ୍ଦନଶୀଳ ନୃତ୍ୟ ସଙ୍ଗୀତ ଏବଂ ନାଟକ ପ୍ରଦର୍ଶନ କରାଯାଇଥିଲା ଯାହାର ପରିଣାମ ସ୍ବରୂପ ଭାବେ ଏକ ସୁନ୍ଦର ରାମ୍ପ ୱାକ୍ ଉପସ୍ଥାପନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବାର୍ଷିକ ମହୋତ୍ସବର
ଅବସରରେବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମନୋରଞ୍ଜନ ଉଦ୍ଦେଶ୍ୟରେ ସନ୍ଧ୍ୟାରେ ଗ୍ରାଣ୍ଡ ଫିନାଲେ କାର୍ଯ୍ୟକ୍ରମ ବଲିଉଡ୍ ପ୍ଲେ-ବ୍ୟାକ୍ ଗାୟକ ବରୁଣ ଜୈନଙ୍କ ଦ୍ବାରା ଏକ ଚମତ୍କାର ଓ ରଙ୍ଗାରଙ୍ଗ ଷ୍ଟାର୍ ନାଇଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥୁଲା , ଯେଉଁଥରେ ଡି.ଜେ.ମାହି ଏବଂ ଡି.ଜେ.ଜନ୍ ଙ୍କ ଦ୍ବାରା ବିଦ୍ୟୁତ୍ ପ୍ରଦର୍ଶନ କରାଯାଇଥିଲା, ଯାହା ଉପସ୍ଥିତ ଛାତ୍ରଛାତ୍ରୀ ଓ ଦର୍ଶକ ମାନ ସମ୍ପୂର୍ଣ୍ଣ ଭାବରେ ବିମୋହିତ କରିଥୂଲା I
“ଗଜଜ୍ୟୋତି” ୨୦୨୬ ପ୍ରତିଭା , ନବସୃଜନ ସମର୍ପଣ ଏବଂ ଏକତାର ଏକ ମହାନ ମହୋତ୍ସବ ଭାବରେ ଠିଆ ହୋଇଥିଲା, ଯାହା ସି.ୟୁ.ଟି.ଏମର ସାମଗ୍ରିକ ଶିକ୍ଷା ଏବଂ ଅଭିଜ୍ଞତାମୂଳକ ଶିକ୍ଷା ପ୍ରତି ପ୍ରତିବଦ୍ଧତାକୁ ସମ୍ପୂର୍ଣ୍ଣ ଭାବରେ ସୁଦୃଢ଼ କରିଥୂଲା ।
ଗଜପତି ଷ୍ଟାଡିୟମରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳାରେ
ଜଗନ୍ନାଥଙ୍କ ଭଜନରେ ଫ୍ୟାସନ ଶୋ ପରିବେଷଣ ନେଇ ଉଦବେଗ ପାରଳାଖେମୁଣ୍ଡି, 23/2(ତାରିଣୀ ପ୍ରସାଦ ପଣ୍ଡା ):

ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମରେ ଆୟୋଜିତ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳାରେ ଜଗନ୍ନାଥଙ୍କ ଭଜନରେ ଫ୍ୟାସନ ଶୋ ପରିବେଷଣକୁ ନେଇ ସାଧାରଣଙ୍କ ଠାରେ ଗଭୀର ଉଦବେଗ ପ୍ରକାଶ ପାଇଛି. ଗତକାଲି ଏହି ମେଳାର ପଞ୍ଚମ ଦିବସୀୟ ରଜନୀରେ ରଙ୍ଗାରଙ୍ଗ ସାଂସ୍କୃତିକ ନୃତ୍ୟଗୀତ ପରିବେଷଣ ସମୟରେ ଓଡ଼ିଆ ସଂସ୍କୃତିକୁ ହତ୍ୟା କରାଯାଇଥିବା ଲକ୍ଷ୍ୟ କରାଯାଇଛି। ଏକ ନୃତ୍ୟ ଦଳ ଜଗନ୍ନାଥଙ୍କ ଭଜନରେ ‘ଆହେ ନୀଳ ଶଇଳ’ ଭଜନ ଗୀତ ବଜାଇ ଏଥିରେ ନୃତ୍ୟାଙ୍ଗନାମାନେ ଅପସଂସ୍କୃତିର ପରିଚୟ ଦେଖାଇ ଫ୍ୟାସନ ଶୋରେ ପିନ୍ଧା ଯିବା ପୋଷାକରେ ସଜ୍ଜିତ ହୋଇ ଫ୍ୟାସନ୍ ଶୋ ପରିବେଷଣ କରିଥିଲେ I ଯାହାକୁ ନେଇ କିଛି ସ୍ଥାନୀୟ ସମାଜସେଵୀମାନେ ତୀବ୍ର ପ୍ରତିକ୍ରିୟା କରି ଉପସ୍ଥିତ ଅଧୁକାରୀଙ୍କ ନିକଟରେ ଆପତ୍ତି କରିବା ଦେଖିବାକୁ ମିଳିଥିଲା। ଏହି ସୁଭଦ୍ରା ଶକ୍ତି ମେଳାରେ ଏଭଳି ବ୍ୟତିକ୍ରମ ଥରେ ନୁହେଁ ଦୁଇ ଦୁଇଥର ଦେଖିବାକୁ ମିଳିଛି. ପ୍ରଥମ ଦିବସରେ ‘ପାରଳାଖେମୁଣ୍ଡି’ ବନାନକୁ ଅପଭ୍ରଂଶ କରି ଲେଖ୍ ସରକାରଙ୍କ ଓଡିଆ ଅସ୍ମିତାକୁ ହତ୍ୟା କରାଯାଇ ଥିବା ବେଳେ ଗତକାଲି ସିଧାସଳଖ ଓଡିଆଙ୍କ ଆରାଧ୍ୟ ଦେବତା ତଥା ଜଗତର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜଣାଣ ଆହେ ନୀଳ ଶଇଳ’ ଭଳି ପବିତ୍ର ଭଜନରେ ପ୍ୟାସନ୍ ଶୋ କରି ଓଡିଆସଂସ୍କୃତିକୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି | ଏହି ପବିତ୍ର ଭଜନରେ ଅପସଂସ୍କୃତି ପୋଷାକ ପିନ୍ଧି ରାମ୍ପରେ ଚାଲିବା ଦୃଶ୍ୟ ଦର୍ଶକମାନଙ୍କୁ ବିସ୍ମିତ କରିଥିଲା। ଯାହାକୁ ନେଇ ବିଭିନ୍ନ ମହଲରେ ଦୃଢ଼ ନିନ୍ଦା କରାଯାଇଛି.
ଭାଇ ସାଜିଲା ହତ୍ୟାକାରୀ….. ଗଜପତିରେ ମଦ୍ୟପ ବଡ଼ ଭାଇ ସାନ ଭାଇକୁ ହତ୍ୟାକଲା ପାରଳାଖେମୁଣ୍ଡି, 23/2(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲାରେ ମଦ୍ୟପ ବଡ଼ ଭାଇର ମାଡ଼ରେ ସାନ ଭାଇର ଶୋଚନୀୟ ମୃତ୍ୟୁ ହୋଇଥିବା ଏକ ଅଭାବନୀୟ ଦୁଃଖଦ ଖବର ହସ୍ତଗତ ହୋଇଛି. ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର ମୋହନା ଥାନା ବଡ଼ଖଣି ପଞ୍ଚାୟତ କରଞ୍ଜକୁଆ ଗ୍ରାମରେ ଘଟିଛି ଏଭଳି ଏକ ଲୋମହର୍ଷକ ଘଟଣା ଗତକାଲି ବିଳମ୍ବିତ ରାତ୍ରରେ ଘଟିଛି. ସାନ ଭାଇ ଲୁବି ମଳିକ ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିଲା। ସେହି ସମୟରେ ବଡ଼ ଭାଇ ଗୋବିନ୍ଦ ମଳିକଙ୍କ ମଧ୍ୟ ନିଶାସକ୍ତ ଅବସ୍ଥାରେ ଥିଲେ. ଉଭୟଙ୍କ ମଧରେ କୌଣସି କଥାକୁ ନେଇ ବଚସା ଆରମ୍ଭ ହୋଇଥିଲା. ପରେ ଉଭୟଙ୍କ ମଧ୍ୟ୍ୟରେ ମାରପିଟ ଆରମ୍ଭ ହେବା ଦେଖି ଉଭୟଙ୍କ ସ୍ତ୍ରୀ ବୁଝା ସୂଝା କରିଥଲେ କିନ୍ତୁ କେହି ଶୁଣିନଥିଲେ। ଯାହା ଫଳରେ ଏକ ପଥର ଗଦାରେ ସାନଭାଇଙ୍କୁ ବଡ଼ ଭାଇ ଟେକି ଛେଚି ମାଡ଼ ମାରି ହତ୍ୟା କରିଥିବା ନେଇ ସାନ ଭାଈଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ମୋହନା ପୋଲିସ ପହଞ୍ଚି ବଡ଼ଭାଇ ଗୋବିନ୍ଦ ମଳିକକୁ ଗ୍ରାମରୁ ଥାନାକୁ ଆଣି ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି.











Leave a Reply