ରାଉରକେଲା ହିନ୍ଦୁ ସମ୍ମିଳନୀ//ସେକ୍ଟର ୩ ଶ୍ରୀ ଜଗନ୍ନାଥ ମନ୍ଦିର ରଥଖଳା ଠାରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

Spread the love

ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ …..
ରାଉରକେଲା: ଦର୍ଶନ ସମୀକ୍ଷା

ସେକ୍ଟର ୩ ଶ୍ରୀ ଜଗନ୍ନାଥ ମନ୍ଦିର ରଥଖଳା ଠାରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମଙ୍ଗଳ ସିଂ ମଙ୍ଗରାଜ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟଅତିଥି ଭାବେ ସ୍ବାମୀ ବାସୁଦେବାନନ୍ଦ ସରସ୍ଵତୀ, ସମ୍ମାନିତ ଅତିଥି ଭାବେ ମାତା କୃଷ୍ଣପ୍ରିୟା ନନ୍ଦ ଓ ରାଜଶ୍ରୀ ମିଶ୍ର, ମୁଖ୍ୟବକ୍ତା ଭାବେ ସଂଘର କ୍ଷେତ୍ରିୟ କାର୍ଯ୍ୟବାହ ଦୁର୍ଗାପ୍ରସାଦ ସାହୁ ପ୍ରମୁଖ ଯୋଗଦେଇ ହିନ୍ଦୁ ସମ୍ମିଳନୀର ଆଭିମୁଖ୍ୟ ଓ ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟ ରେ ହିନ୍ଦୁ ହିନ୍ଦୁତ୍ବ, ଏହି ସମ୍ମିଳନୀର ଉଦ୍ଦେଶ୍ୟ ରଖିବା ସହ ହିନ୍ଦୁ ସମାଜକୁ ପଞ୍ଚ ପରିବର୍ତ୍ତନ ଆଧାରରେ ସମାଜକୁ ସଂଗଠିତ ହୋଇ ରହିବା ପାଇଁ ଆହ୍ବାନ ଦେଇଥିଲେ। ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ଗାନ କରାଯାଇ ଭାରତ ମାତାଙ୍କୁ ପୂଜା କରାଯାଇଥିଲା ।

ଶେଷରେ ସମସ୍ତଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା। ଏହି ବିଶାଳ ହିନ୍ଦୁ ସମ୍ମିଳନୀରେ ସହସ୍ରାଧିକ ସ୍ଥାନୀୟ ସମଗ୍ର ହିନ୍ଦୁ ସମାଜ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଗଗନ ବିହାରୀ ବେହେରା, ସତ୍ୟାନନ୍ଦ ଦାସ,ସମାଜପତି ରାୟ, ହରେକୃଷ୍ଣ ମାଝୀ, ପ୍ରଭାତ ପ୍ରଧାନ, ରାକେଶ କୁମାର ବେହେରା, ସୁଦର୍ଶନ ଗୈ।ଡ଼, ମୁରଲୀଧର ଓଝା, ଅର୍ଜୁନ ବେହେରା, ସଞ୍ଜୟ ଦାଶ, ପ୍ରମୋଦ ସାହାଣୀ,ପଦ୍ମନ ମହାପାତ୍ର, ବିଭୁତି ଭୁଷଣ ବେହେରା,ମଧୁ ହେମ୍ବ୍ରମ, ରାମଚନ୍ଦ୍ର ହାଁସଦା, ବସନ୍ତ ନାୟକ, କାହ୍ନୁଚରଣ ଓଝା, ଧନେଶ୍ଵର ସେଠୀ,ବିଜୟ ରାୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *