କୋରୁକୋଣ୍ଡାରେ ମା’ ମାଉଳିଙ୍କ ବଡ଼ ଯାତ୍ରା…
ମା’ ମାଣ୍ଡିଆଭଟ୍ଟାରୁ ଶୋଭାଯାତ୍ରାରେ ବାହାରି ମା’ମଉଳିଙ୍କ ମନ୍ଦିରରେ ପହଞ୍ଚିଲେ
ଶୋଭାଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ
ବିଭିନ୍ନ ପ୍ରକାର ଲୋକବାଦ୍ୟ ଓ ଲୋକନୃତ୍ୟରେ ପ୍ରକମ୍ପିତ ହେଉଥିଲା କିରୁକୋଣ୍ଡା ସହର ସମେତ ଆଖ ପାଖ ଅଞ୍ଚଳ
ମାଲକାନଗିରି। ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦରରେ ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ମା’ ମଉଳିଙ୍କ ଠାକୁରାଣୀ ବଡ ଯାତ୍ରା।ଗତ ଶନିବାର ଦିନ ତମାମ ଅସ୍ଥାୟୀ ମଣ୍ଡପରେ ମା’ମାଉଳିଙ୍କ ନୀତିକାନ୍ତି ଅନୁସାରେ ପୂଜାର୍ଚ୍ଚନା କରାଯିବା ସହିତ ଭକ୍ତମାନେ ମା’ ଙ୍କର ଦର୍ଶନ କରିଥିଲେ।ସନ୍ଧ୍ୟା ପରେ ଅସ୍ଥାୟୀ ମଣ୍ଡପରୁ ଶତାଧିକ ଭକ୍ତଙ୍କ ଗହଣରେ ଏକ ପାଟ ପଟୁଆରରେ ଆସି କୋରୁକୋଣ୍ଡା ସଦର ସ୍ଥିତ ମାଣ୍ଡିଆଭଟ୍ଟା ଠାରେ ପହଁଞ୍ଚିଥିଲେ।ତୃତୀୟ ଦିନ ରବିବାର ମାଣ୍ଡିଆଭଟ୍ଟା ଠାରେ ଦିନ ତମାମ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ସହିତ ଭକ୍ତମାନେ ମା’ଙ୍କ ଦର୍ଶନ କରିବା ସହିତ ଭୋଗ ଲଗାଉଥିଲେ।
ସନ୍ଧ୍ୟା ୭ ଟା ସମୟରେ ମା’ ମାଉଳି ମାଣ୍ଡିଆଭଟ୍ଟା ଠାରୁ ଏକ ସ୍ୱତନ୍ତ୍ର ପାଲିଙ୍କି ଯୋଗେ ବିରାଟ ଶୋଭାଯାତ୍ରାରେ ବାହାରି ଥିଲେ।
ଏହି ଶୋଭାଯାତ୍ରାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ଗ୍ରାମଦେବୀଙ୍କ
ଲାଠି ଓ ଭକ୍ତ ମାନେ ସାମିଲ ହୋଇଥିଲେ। ବିଭିନ୍ନ ପ୍ରକାର ଲୋକବାଦ୍ୟ, ଲୋକନୃତ୍ୟ, ଆତସବାଦୀ, ବାଜା, ବାଣରେ ପ୍ରକମ୍ପିତ ହେଉଥିଲା କୋରୁକୋଣ୍ଡା ସଦର ସହ ଆଖ ପାଖ ଅଞ୍ଚଳ। ଏହି ଶୋଭାଯାତ୍ରାରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।ଏହି ଯାତ୍ରାରେ ମାନସିକ କରି ଯିଏ ଯାହା ମାଗେ ମା’ ତାଙ୍କର ମନସ୍କାମନା ପୂରଣ କରନ୍ତି ବୋଲି ଭକ୍ତ ମାନେ ପ୍ରକାଶ କରିଛନ୍ତି।ଏହି ବଡଯାତ୍ରା ଅବସରରେ ଅଞ୍ଚଳରେ ଖୋଲିଥିବା ଶହ ଶହ ସଂଖ୍ୟକ ବିଭିନ୍ନ ପ୍ରକାର ଅସ୍ଥାୟୀ ଦୋକାନ ବଜାର ଯାତ୍ରାକୁ ଆହୁରି ମନୋରମ କରିଥିଲା।ଯାତ୍ରାରେ ମା’ଙ୍କୁ ଦର୍ଶନ କରିବାକୁ ଆସିଥିବା ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟି ରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ପ୍ରଶାସନ ମୁତ୍ତୟନ ରହିଥିବା ଵେକେ,ବହୁ ଭିଡକୁ ଦୃଷ୍ଟିରେ ରଖି କୌଣସି ଦୈବୀ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ସ୍ଥାନୀୟ ଦମକଳ ବାହିନୀଙ୍କୁ ମୁତ୍ତୟନ କରାଯାଇଥିଲା।ଦୂର ଦୁରାନ୍ତରୁ ଆସିଥିବା ଭକ୍ତଙ୍କୁ କୌଣସି ପ୍ରକାର ସମସ୍ୟା ନ ହେଉ ଏଥି ପ୍ରତି ଦୃଷ୍ଟି ଦେଇ ସ୍ଥାନୀୟ ଯୁବକ ସଂଘର ସଦସ୍ୟଙ୍କ ସମେତ ପୂଜା କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ଏହି ଯାତ୍ରାର ସୁ ପରିଚାଳନା କରୁଥିବା ଦେଖିବାକୁ ମିଳିଛି।












Leave a Reply