ଆମ ଖବର ପ୍ରକାଶନ ପରେ ଗଜପତି ପ୍ରଶାସନ ଚେଇଁଲା, ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା ହେଲା ପାରଳାଖେମୁଣ୍ଡି, 22/2(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା
ଗଜପତି ଜିଲ୍ଲାରେ ମହାପ୍ରୟାଣ ଗାଡି ନ ମିଳିବାରୁ ମୃତ ଦେହକୁ ବାଇକରେ ବୋହିଲେ ପରିବାର ଲୋକେ. ଶୀର୍ଷକ ଖବର ଆମ ଖବର କାଗଜରେ ପ୍ରକାଶିତ ହେବା ପରେ ପ୍ରଶାସନ ଘଟଣା ନେଇ ଚେଇଁବା ସହ ମହାପ୍ରୟାଣ ଗାଡି ଯୋଗାଇବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି.
ଏଠାରେ ସୂଚନାଯୋଗ୍ୟଯେ, ଗତ ଜାନୁଆରୀ ମାସ୧୫ ତାରିଖରେ ଗଜପତି ଜିଲ୍ଲାର ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସେରଙ୍ଗ ଗ୍ରାମର ଚନ୍ଦ୍ରଧଜ ସିଂ ମୃତ୍ୟୁ ପରେ ମହାପ୍ରୟାଣ ଗାଡ଼ି ପାଇଁ ପରିବାର ଲୋକେ ନିବେଦନ କରିଥିଲେ. ହେଲେ ମହାପ୍ରୟାଣ ଗାଡି ନ ମିଳିବାରୁ ପରିବାର ଲୋକେ ମର ଶରୀରକୁ ବାଇକରେ ନେଇ ଯାଇଥିଲେ।
ଏଭଳି ଏକ ଅଭାନୀୟ ଓ ଦୁଃଖଦ ଘଟଣା ନେଇ ଆମ ଦର୍ଶନ ସମୀକ୍ଷା ପୋର୍ଟାଲ ରେ ନିଉଜ୍ କରାଯାଇଥିଲା। ଯାହାଫଳରେ ଜିଲ୍ଲା ପ୍ରଶାସନ ତତ୍ପରତା ସହିତ ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ମୃତ୍ୟୁ ବରଣ କରିବା ମର ଶରୀରକୁ ମହାପ୍ରୟାଣ ଗାଡ଼ି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ 20 ତାରିଖ ଦିନ ସକାଳୁ ୭ଟା ସମୟରେ ସାଲିମ ଗମାଙ୍ଗଙ୍କ ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଚିକିତ୍ସିତ ହେବା ସମୟରେ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ମୃତ୍ୟୁ ଶରୀର ନିଜ ଗାଁ ଗୁଲେଜାଙ୍ଗ ନେବା ପାଇଁ ଦାୟିତ୍ୱରେ ଥିବା ଡ଼ଃ ପ୍ରାର୍ଥ ପଣ୍ଡାଙ୍କୁ ଜଣାଇଥିଲେ। ଏନେଇ ଡ଼ଃ ପଣ୍ଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଇବା ପରେ ତୁରନ୍ତ ପାରଳାଖେମୁଣ୍ଡି ଠାରୁ ମହାପ୍ରୟାଣ ଗାଡ଼ି ଗୁମ୍ମାରେ ପହଞ୍ଚି ଶବକୁ ସମ୍ମାନର ସହିତ ନିଜ ଗାଁକୁ ନିଆଯାଇଥିବା ସହ ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ମୃତ୍ୟୁ ବରଣ କଲେ ସମସ୍ତ ମର ଶରୀରକୁ ସମ୍ମାନର ସହିତ ମହାପ୍ରୟାଣ ଗାଡ଼ି ଯୋଗାଈ ଦିଆଯିବ ବୋଲି ଗୁମ୍ମା ମେଡିକାଲ ଅଫିସର ଡ଼ଃ ପଣ୍ଡା ସୂଚନା ଦେଇଛନ୍ତି।












Leave a Reply