ଗଜପତି ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ଓ ପାରଳାରେ ଆନ୍ତର୍ଜାତୀୟ ଭାଷା ଦିବସ ପାଳିତ -ତାରିଣୀ ପ୍ରସାଦ ପଣ୍ଡା ଦର୍ଶନ ସମୀକ୍ଷା ପାରଳାଖେମୁଣ୍ଡି

Spread the love

ଗଜପତି ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

ପାରଳାଖେମୁଣ୍ଡି,୨୧.୦୨(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ତଥା ଜିଲ୍ଲା ପ୍ରଶାସନ ଗଜପତିଙ୍କ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ରାୟଗଡ ବ୍ଲକ୍ ଅନ୍ତର୍ଗତ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ମେଳାରେ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜି.ତିରୁପତି ରାଓ, ସଭାପତି, ଜିଲ୍ଲାପରିଷଦ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବରେ ରାୟଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ଜ୍ୟୋତି ପ୍ରସାଦ ପାଣି, ଉପ-ଅଧ୍ୟକ୍ଷ,ପଞ୍ଚାୟତ ସମିତି ରାୟଗଡ, ଗୌତମୀ ଜାନି , ଜିଲ୍ଲାପରିଷଦ ସଭ୍ୟା ରାୟଗଡ ପ୍ରମୁଖ ମଞ୍ଚାସିନ ଥିଲେ। ଆଜିର ଏହି ନିଯୁକ୍ତି ମେଳାରେ ଜିଲ୍ଲାର ସମସ୍ତ ବ୍ଲକ ରୁ ମୋଟ ୬୧୧ଜଣ ଯୁବକ ଓ ଯୁବତୀମାନେ ସେମାନଙ୍କ ନାମ ପଞ୍ଜିକରଣ କରିଥିବା ବେଳେ ୩୭୪ ଜଣଙ୍କୁ ଚୟନ କରଯାଇଛି। ସେଥିମଧ୍ୟରୁ ୬୭ ଜଣଙ୍କୁ ସ୍ବୀକୃତି ପତ୍ର ପ୍ରଦାନ କରାଯାଇଛି। ଆଜିର ନିଯୁକ୍ତି ମେଳାରେ ୧୯ଗୋଟି ସଂସ୍ଥା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଉକ୍ତ ମେଳାରେ ରାଜ୍ୟ ଓ ରାଜ୍ୟବାହାରର ଘରୋଇ କମ୍ପାନୀ ମାନେ ଯୋଗଦେଇ ପ୍ରତ୍ୟେକ ନିଯୁକ୍ତିର ସୁଯୋଗ ପ୍ରଦାନ କରିବା ସହିତ କିଛି ଘରୋଇ କମ୍ପାନୀ ତାଲିମ୍ ପ୍ରଦାନ ପରେ ନିଯୁକ୍ତି ପ୍ରଦାନ କରିବେ। ଆଜିର ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଭାଗିୟ କର୍ମଚାରୀ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ବିଭିନ୍ନ ସଂସ୍ଥାର ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ।
ପାରଳାରେ ଆନ୍ତର୍ଜାତୀୟ ଭାଷା ଦିବସ ପାଳିତ…… ମାତୃ ଭାଷା ହେଉଛି ଜାତିର ଜୀବନ, ବଳ, ପ୍ରାଣ, ଆତ୍ମା ଓ ପରିଚୟ
ପାରଳାଖେମୁଣ୍ଡି21/2(ତାରିଣୀ ପ୍ରସାଦ ପଣ୍ଡା):

ଆଜି ପୂର୍ବାହ୍ନରେ ସ୍ଥାନୀୟ ପଦ୍ମନାଭ ଗଜପତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଭାଷା ଦିବସ ପାଳନ ହୋଇସାରିଛି। ଡ.ପ୍ରେମାନନ୍ଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ବତ ସମାବେଶରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେ଼ମୀର ପ୍ରାକ୍ତନ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ମୁଖ୍ୟ ବକ୍ତା ଭାବେ ଜନ୍ମଞ୍ଜୟ ସାହୁ, ସମ୍ମାନିତ ଅତିଥି ଭାବେ ରମେଶ ଚନ୍ଦ୍ର ପାଢ଼ୀ, ବିଦ୍ୟାଳୟର କମିଟି ସଭପତି ଏମ.ଦେବୀ, ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ବେହେରା ମଞ୍ଚାସୀନ ଥିଲେ। ଓଡ଼ିଆ ଅସ୍ମିତତାକୁ ସୁରକ୍ଷା ଦେବାପାଇଁ ଛୋଟ ପିଲାଟିବେଳୁଁ ନିଜକୁ ସମର୍ପିତ କରିବାପାଇଁ ବରିଷ୍ଠ ମାନେ କନିଷ୍ଠମାନଙ୍କୁ ଦିଗ୍ ଦର୍ଶନ ଦେଇଥିଲେ । କାର୍ଯ୍ୟକ୍ରମକୁ ମିନତି ପଟ୍ଟନାୟକ, ସ୍ୱର୍ଣଲ ତା ପାଳ,ଅମ୍ରିତା ହୋତା,ଭି.ରାଜେଶ୍ୱରୀ,ମନୋରଞ୍ଜନ ସ୍ବାଇଁ, ପ୍ରଭୃତି ସହଯୋଗ କରିଥିଲେ। ଏହି ଶୁଭ ଅବସରରେ ବିଜୟୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଶେଷରେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଓ କଣ୍ଠ ଶିଳ୍ପୀମାନେ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷୟତ୍ରୀ ସୁଧାଞଳି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *